ନୂଆଦିଲ୍ଲୀ: କୋଭିଡ- 19 ମହାମାରୀ ଭୟାବହତା ମଧ୍ୟରେ ଅକ୍ସିଜେନ ସଙ୍କଟରେ ଜୁଝୁଛି ଭାରତ । ଏଭଳି ଘଡିସନ୍ଧି ସମୟରେ ଭାରତୀୟ ଅଟୋ ଉଦ୍ୟୋଗ ସହଯୋଗ ଓ ରିଲିଫ ପ୍ୟାକେଜ ଦେବା ପାଇଁ ଆଗକୁ ଆସିଛି । କୋରୋନା ବିରୋଧୀ ଲଢେଇ ପାଇଁ ଭାରତକୁ 20 କୋଟି ଟଙ୍କା ଦାନ କରିଛି ହୁଣ୍ଡାଇ ମୋଟର । ଏ ନେଇ ବୁଧବାର କମ୍ପାନୀ ସୂଚନା ଦେଇଛି ।
କମ୍ପାନୀ ଏହାର ଚ୍ୟାରେଟି ସଂସ୍ଥା ହୁଣ୍ଡାଇ ଫାଉଣ୍ଡେସନ (HMIF) ଜରିଆରେ 20 କୋଟି ଟଙ୍କାର କୋଭିଡ ରିଲିଫ ପ୍ୟାକେଜ ଦେବା ନେଇ ଘୋଷଣା କରିଛି । ଏହାର ବ୍ୟବହାର ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା , ତେଲେଙ୍ଗାନା ଓ ତାମିଲନାଡୁ ଭଳି କିଛି ସର୍ବାଧିକ ପ୍ରଭାବିତ ରାଜ୍ୟର ଭିତ୍ତିଭୂମି ସଂରଞ୍ଚନା ସୁଧାର ପାଇଁ କରାଯିବ ।
ହୁଣ୍ଡାଇ ଆହୁରୀ ମଧ୍ୟ କହିଛି କି, କମ୍ପାନୀ ନିଜ ସାଧନର ବ୍ୟବହାର କରି ହସ୍ପିଟାଲରେ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ କରିବାରେ ସହଯୋଗ କରିବ ।