ETV Bharat / business

ସର୍ବାଧିକ ଦରମା ପାଉଥିବା ବ୍ୟାଙ୍କର ‘ଆଦିତ୍ୟ ପୁରୀ’ - ଏଚଡିଏଫସି ବ୍ୟାଙ୍କ

ଭାରତର ସର୍ବାଧିକ ବେତନଧାନୀ ବ୍ୟାଙ୍କର ମାନ୍ୟତା ପାଇଛନ୍ତି ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ । ସର୍ବବୃହତ୍ତ ଘରୋଇ ବ୍ୟାଙ୍କ ଭାବେ ଏଚଡିଏଫସିକୁ ଗଢି ତୋଳିବାରେ ପୁରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ..

ସର୍ବାଧିକ ଦରମା ପାଉଥିବା ବ୍ୟାଙ୍କର ହେଲେ  ଆଦିତ୍ୟ ପୁରୀ

author img

By

Published : Jul 20, 2020, 12:38 PM IST

ମୁମ୍ବାଇ: ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ ଦେଶର ସର୍ବାଧିକ ଦରମା -ଭତ୍ତା ପାଉଥିବା ବ୍ୟାଙ୍କର ଖିତାବ ହାତେଇଛନ୍ତି। ଗତ ଆର୍ଥିକ ବର୍ଷ 2019-20ରେ ପୁରୀଙ୍କ ଦରମା ଓ ଅନ୍ୟାନ ଲାଭ 38 ପ୍ରତିଶତ ବଢି 18.92 କୋଟି ଟଙ୍କାରେ ପହଞ୍ଚିଛି ।

ଏଚଡିଏଫସି ବ୍ୟାଙ୍କର ସମ୍ପତ୍ତି ଦୃଷ୍ଟିରୁ ଘରୋଇ କ୍ଷେତ୍ରର ସବୁଠୁ ବଡ ବ୍ୟାଙ୍କ ଭାବେ ଗଢିଉଠିଛି । ଆଉ ଏହାର ଶ୍ରେୟ ପୁରୀଙ୍କୁ ଯାଉଛି । ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ପୁରୀ ଗତ ଆର୍ଥିକ ବର୍ଷ ଷ୍ଟକ ବିକଳ୍ପରୁ ଅତିରିକ୍ତ 161 କୋଟି 56 ଲକ୍ଷ ଟଙ୍କା ହାସଲ କରିଛନ୍ତି । 2018-19ରେ ସେ ଷ୍ଟକ ବିକଳ୍ପରୁ 42 କୋଟି 20 ଲକ୍ଷ ଟଙ୍କା ପାଇଥିଲେ ।

ଚଳିତ ବର୍ଷ ଅକ୍ଟୋବରରେ 70 ବର୍ଷ ବୟସରେ ପୁରୀ ଅବସର ଗ୍ରହଣ କରିବେ । ପ୍ରକାଶ ଯେ, ପୁରୀ ଉତ୍ତରାଧିକାରୀ ଭାବେ ଯେଉଁସବୁ ଆଶାୟୀଙ୍କ ନାଁ ଉପରେ ବିଚାର ଚାଲିଛି, ସେମଧ୍ୟରେ ଗ୍ରୁପ ପ୍ରମୁଖ ଓ ଚେଞ୍ଜ ଏଜେଣ୍ଟ ଶଶିଧର ଜଗଦୀଶ ମଧ୍ୟ ସାମିଲ ଅଛନ୍ତି ।

ସେହିପରି ଏହି ଲିଷ୍ଟରେ ପୁରୀ ପଛକୁ ଦେଶର ଦ୍ବିତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସନ୍ଦୀପ ବକ୍ସି 2019-20ରେ 6 କୋଟି 31 ଲକ୍ଷ ଟଙ୍କା ପାରିଶ୍ରମିକ ପାଇଛନ୍ତି । 2018ରେ ସେ ଆଇସିଆଇସିଆଇ ବ୍ୟାଙ୍କର ପ୍ରମୁଖ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.