ETV Bharat / business

ସବୁଜ, କମଳା ଓ ନାଲି: ଖୁବ୍‌ଶୀଘ୍ର ସ୍ବତନ୍ତ୍ର ରଙ୍ଗରେ ଆସିବ ସ୍ବାସ୍ଥ୍ୟ ବୀମା ପଲିସି

author img

By

Published : Oct 7, 2020, 8:27 PM IST

ସ୍ବାସ୍ଥ୍ୟ ବୀମା ପଲିସିରେ କୋଡ୍‌ କୁ ରଙ୍ଗ କରିବ ଇରଡା । ପ୍ରତ୍ୟେକ ରଙ୍ଗ କୋଡିଂ ପ୍ରଣାଳୀ କିପରି କାମ କରିବ ଓ ଏହାର କଣ ଲାଭ ହେବ, ତାହା ଉପରେ ଏକ ବିସ୍ତୃତ ନଜର ପକାନ୍ତୁ ..

ଗ୍ରୀନ, କମଳା ଓ ନାଲି : ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟ ବୀମା ପଲିସି ଆସିବ ସ୍ବତନ୍ତ୍ର ରଙ୍ଗରେ

ବିଜନେସ ଡେସ୍କ, ଇଟିଭି ଭାରତ: ସଠିକ ବୀମା ଉତ୍ପାଦ କିଣିବାରେ ଗ୍ରାହକଙ୍କୁ ମାର୍ଗଦର୍ଶନ କରିବା ପାଇଁ ଭାରତର ବୀମା ନିୟାମକ ଉତ୍ପାଦଗୁଡିକର ଜଟିଳତାର ସ୍ତରକୁ ସୂଚାଇବାକୁ ସ୍ବାସ୍ଥ୍ୟ ବୀମା ପଲିସିରେ କୋଡ୍‌ କୁ ରଙ୍ଗ କରିବାକୁ ଯୋଜନା କରାଯାଉଛି ।

ଚଳିତ ସପ୍ତାହର ଆରମ୍ଭରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଇରଡା) ଏକ ଏକ୍ସପୋଜର ଡ୍ରାଫ୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଥିଲା କି ସ୍ବାସ୍ଥ୍ୟ ବୀମା କମ୍ପାନୀ ଦ୍ବାରା ଉପସ୍ଥାପନ କରାଯାଉଥିବା ପ୍ରତ୍ୟେକ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ଉତ୍ପାଦ ଏକ ରଙ୍ଗ କୋଡ- ସବୁଜ, କମଳା ଓ ଲାଲରେ ଆସିବ । ଯାହା ଗ୍ରାହକଙ୍କୁ ପଲିସି ବୁଝିବାରେ ସରଳ କରିବ ।

ପ୍ରତ୍ୟେକ ରଙ୍ଗ କୋଡିଂ ପ୍ରଣାଳୀ କିପରି କାମ କରିବ ଓ ଏହାର କଣ ଲାଭ ହେବ, ତାହା ଉପରେ ଏକ ବିସ୍ତୃତ ନଜର ପକାନ୍ତୁ ..

କେଉଁ ପଲିସିଗୁଡିକ ଏକ କଲର କୋଡ୍ ବହନ କରିବ ?

ସମସ୍ତ ସାଧାରଣ ଓ ସ୍ବାସ୍ଥ୍ୟ ବୀମା କମ୍ପାନୀଗୁଡିକ ଦ୍ବାରା ଖୁଚୁରା ଗ୍ରାହକଙ୍କୁ ବିକ୍ରୟ କରାଯାଉଥିବା ସମସ୍ତ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ପଲିସି ଏକ କଲର କୋଡରେ ଆସିବ |

ଏହି ପ୍ରଣାଳୀ ସମୂହ ସ୍ବାସ୍ଥ୍ୟ ଉତ୍ପାଦ ଉପରେ ଲାଗୁ ହେବ ନାହିଁ । କାରଣ ନିୟମକର ଅନୁସାରେ ଏଭଳି ଉତ୍ପାଦକୁ ସଂସ୍ଥାନ (ଯେଉଁଭଳି ସେମାନଙ୍କ କର୍ମଚାରୀଙ୍କ ପାଇଁ ଘରୋଇ କମ୍ପାନୀଗୁଡିକ) ଦ୍ବାରା ଚୟନ କରାଯାଇଥାଏ । ଯାହା ବୀମା ଉତ୍ପାଦକୁ ବିଶ୍ଲେଷଣ କରିବା ପାଇଁ ଭଲ ଭାବେ ସୁସଜ୍ଜିତ ଓ ସୂଚିତ ହୋଇଥାଏ ।

ଏହି ରଙ୍ଗ କଣ ଓ ଏହା କଣ ସଙ୍କେତ ଦେଇଥାଏ ?

3 ରଙ୍ଗ କୋଡ ରହିବ : ସବୁଜ, କମଳା ଓ ନାଲି

ଇରଡା କହିଛି କି ସବୁଜ ରଙ୍ଗ ଦର୍ଶାଇଥାଏ କି, ଉପସ୍ଥାପିତ ଉତ୍ପାଦ ସରଳ ଓ ବୁଝିବାରେ ସହଜ ଅଟେ ।

କମଳା ରଙ୍ଗ ଦର୍ଶାଏ କି ପ୍ରସ୍ତୁତ ଉତ୍ପାଦ ମଧ୍ୟମ ଜଟିଳ

ନାଲି ରଙ୍ଗ ଦର୍ଶାଇଥାଏ କି ପ୍ରସ୍ତୁତ ଉତ୍ପାଦ ଜଟିଳ ଅଟେ ଏବଂ ଏହାକୁ ଠିକରେ ବୁଝିବା ଆବଶ୍ୟକ ରହିଛି ।

ଗ୍ରାହକ ରଙ୍ଗ କୋଡର ଯାଞ୍ଚ କେଉଁଠି କରିପାରିବ ?

ସ୍ବାସ୍ଥ୍ୟ ବୀମା ଉତ୍ପାଦଗୁଡିକରେ ରଙ୍ଗ କୋଡ ସୂଚିତ ହେବ ଏବଂ ବୀମାକାରୀଙ୍କ ୱେବସାଇଟରେ ମଧ୍ୟ ପ୍ରକାଶ କରାଯିବ | ଏହା ବ୍ୟତୀତ ପ୍ରତ୍ୟେକ ବୀମା ବିଜ୍ଞାପନ ଯାହା ସ୍ବାସ୍ଥ୍ୟ ବୀମା ଉତ୍ପାଦକୁ ପ୍ରୋତ୍ସାହିତ କରେ ସେହି ବିଶେଷ ଉତ୍ପାଦର ରଙ୍ଗ କୋଡକୁ ମଧ୍ୟ ଉଲ୍ଲେଖ କରିବ ।

ପଲିସିକୁ କେଉଁ ମାପଦଣ୍ଡରେ ଆବଣ୍ଟିତ କରାଯିବ

ଇରଡା 7 ମାପଦଣ୍ଡକୁ ସୂଚୀବଦ୍ଧ କରିଛି । ଯାହା ଆଧାରରେ ବୀମା ଉତ୍ପାଦକୁ 0 ଓ 6 ମଧ୍ୟରେ ଏକ ଅଙ୍କ ଦିଆଯିବ । ଯଦି ଏହା 2 କିମ୍ବା ତାହା ଠାରୁ କମର ସ୍କୋର ପ୍ରାପ୍ତ କରିଥାଏ, ତେବେ ଏକ ଉତ୍ପାଦକୁ ସବୁଜ ରଙ୍ଗ ଦିଆଯିବ । ସେହିଭଳି ଏକ କମଳା ଉତ୍ପାଦର ସ୍କୋର 2ରୁ ଅଧିକ , କିନ୍ତୁ 4ରୁ କମ ବା ଏହା ସମାନ ହେବ । ଆଉ ଏକ ନାଲି ଉତ୍ପାଦ 4ରୁ ଅଧିକ ଓ 6ରୁ କମ ବା ଏହା ସମାନ ସ୍କୋର ନେଇଯିବ ।

ସାତଟି ପାରାମିଟର ରହିଛି - ପ୍ରଦାନ କରାଯାଇଥିବା ବୈକଳ୍ପିକ କଭର ସଂଖ୍ୟା, ସହ-ଦେୟର ଶତକଡା, ଅପେକ୍ଷା ସମୟର ମାସ ସଂଖ୍ୟା, ଉପ-ସୀମା ଅନ୍ତର୍ଗତ ଚିକିତ୍ସା ପ୍ରକ୍ରିୟା / ରୋଗ ସଂଖ୍ୟା, ସ୍ଥାୟୀ ବହିଷ୍କାର ସଂଖ୍ୟା , ସର୍ତ୍ତାବଳୀ ଏବଂ ସର୍ତ୍ତର ସରଳତା |

ଦିଶାନିର୍ଦ୍ଦେଶ କେବେ

ଇରଡା ବର୍ତ୍ତମାନ ସମୟରେ କଲର କୋଡିଂ ସିଷ୍ଟମ ଉପରେ ଏକ ଏକ୍ସପୋଜର ଡ୍ରାଫ୍ଟ ଜାରି କରିଛି । ଆଉ ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ଏହି ମାମଲା ଟିପ୍ପଣୀ ମାଗୁଛି । ଯାହାକୁ ଅକ୍ଟୋବର 15 ଯାଏଁ ପ୍ରସ୍ତୁତ କରିବା ଆବଶ୍ୟକତା ରହିଛି । ସମସ୍ତ ଫିଡବ୍ୟାକକୁ ଧ୍ୟାନରେ ରଖିବା ପରେ ଇରଡା କାର୍ଯ୍ୟାନ୍ବୟନର ପ୍ରସ୍ତାବିତ ତାରିଖ ସହିତ ଅନ୍ତିମ ନିର୍ଦ୍ଦେଶାବଳୀ ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.