ନୂଆଦିଲ୍ଲୀ: ଶୀଘ୍ର ସରକାର ଆଦର୍ଶ ଭଡାଟିଆ ଆଇନ ଆଣିବାକୁ ପ୍ରସ୍ତୁତି କରୁଛନ୍ତି । ଗୃହ ଓ ନଗର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ବୁଧବାର ଏ ନେଇ ସୂଚନା ଦେଇ କହିଛନ୍ତି କି, ଏହି ଆଇନ ଦ୍ବାରା ରିୟଲ ଇଷ୍ଟେଟ ସେକ୍ଟରରେ ବିଶେଷ କରି ଭଡା ଘରକୁ ପ୍ରୋତ୍ସାହନ ମିଳିବ । 2019 ଜୁଲାଇ ମାସେ ମନ୍ତ୍ରାଳୟ ପକ୍ଷରୁ ଆଦର୍ଶ ଭଡା ଡ୍ରାଫ୍ଟ ପ୍ରକାଶ ପାଇଥିଲା ।
ରିୟଲ ଇଷ୍ଟେଟ କମ୍ପାନୀର ସଙ୍ଗଠନ ନାରେଡକୋ ଦ୍ବାରା ଆୟୋଜିତ ୱେବିନାରକୁ ସମ୍ବୋଧନ କରି ମିଶ୍ର କହିଛନ୍ତି ଯେ, ପ୍ରବାସୀଙ୍କ ପାଇଁ ସଠିକ ଭଡା ଆବାସ ପରିସର (ARHC) ଯୋଜନାର ପ୍ରଗତି ବହୁତ ଭଲ ରହିଛି । ଏହି କାର୍ଯ୍ୟକ୍ରମ ଜରିଆରେ ସହରରେ କୁଡିଆ, କଚ୍ଚା ଘରକୁ ରୋକାଯାଇପାରିବ ।
କିଛି ମାସ ପୂର୍ବରୁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ମିଶ୍ର ଆହୁରୀ ମଧ୍ୟ ଜଣାଇଛନ୍ତି ଯେ, ଅର୍ଥବ୍ୟବସ୍ଥାକୁ ଅନଲକ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଦ୍ବାରା ଘରର ବିକ୍ରି ସୁଧୁରୁଛି ।
ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ସମ୍ପତ୍ତି ଉପରେ ପଞ୍ଜିକରଣ ଶୁଳ୍କ ହଟାଇଛନ୍ତି । ଯାହା ଦ୍ବାରା ଘରର ବିକ୍ରି ବୃଦ୍ଧି ହୋଇଛି । ସଚିବ କହିଛନ୍ତି ଯେ, କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଷ୍ଟାମ୍ପ ଶୁଳ୍କତ ହଟାଇବା ପାଇଁ ପରାମର୍ଶ ଦେଇଛି । ଯାହା ଫଳରେ ହାଉସିଂ ସେକ୍ଟରକୁ ପ୍ରୋତ୍ସାହନ ଦିଆଯାଇପାରିବ ।
ଆଦର୍ଶ ଭଡା ଆଇନ ପ୍ରସ୍ତୁତ ରହିଛି । ଏହାର ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି । ଏହାର ବ୍ୟାପକ ପ୍ରଭାବ ରହିବ ବୋଲି ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି ପ୍ରସ୍ତାବିତ ଆଦର୍ଶ ଆଇନ ଉପରେ ଟିପ୍ପଣୀ ନେବାର ସମୟସୀମା ଅକ୍ଟୋବର 31 ରେ ଶେଷ ହୋଇଯିବ । ଏବେ ରାଜ୍ୟକୁ ଏ ନେଇ ନିଜର ମତାମତ ଦେବାକୁ କୁହାଯାଇଛି ।
ସଚିବ ସୂଚନା ଦେଇଛନ୍ତି କି, 2011 ଜନଗଣନା ଅନୁସାରେ 1.1 କୋଟି ଘର ଖାଲି ପଡିଛି । କାରଣ ଲୋକ ନିଜ ଘର ଭଡାରେ ଦେବାକୁ ସଙ୍କୋଚ କରୁଛନ୍ତି । ହେଲେ ଆଦର୍ଶ ଭଡା ଆଇନ ଦ୍ବାରା ସମସ୍ତ ଅସଙ୍ଗତି ଦୂରତା ହେବ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ।