ETV Bharat / business

4 ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟକ ବିକିବେ ସରକାର: ରିପୋର୍ଟ

author img

By

Published : Aug 19, 2020, 3:13 PM IST

ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି । କାରବାର ହ୍ରାସ ସହ ରାଜସ୍ବ ଆଦାୟ ପ୍ରବଳ ପରିମାଣରେ କମିଛି । ଏଣୁ ବ୍ୟାଙ୍କ ଏବଂ ଅନ୍ୟାନ ରାଷ୍ଟ୍ରାୟତ୍ତ କମ୍ପାନୀରେ ବିନିବେଶ ବା ପୁଞ୍ଜି ପ୍ରତ୍ୟାହାର ଜରିଆରେ କେନ୍ଦ୍ର ସରକାର ଅନ୍ୟ ଜରୁରୀ ପଦକ୍ଷେପ ପାଇଁ ପୁଞ୍ଜି ଯୋଗାଡ କରିପାରିବେ । ଅଧିକ ପଢନ୍ତୁ..

4 ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଷ୍ଟକ ବିକିବେ ସରକାର : ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ 4 ରାଷ୍ଟ୍ରାୟତ୍ତ (ପିଏସୟୁ) ବ୍ୟାଙ୍କର ସେୟାର ବିକ୍ରି କରିବେ ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲା ସହ ସମ୍ପୃକ୍ତ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ମୁତାବକ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି ହେବ ବୋଲି ଚିହ୍ନଟ ହୋଇଛି । ଏସବୁ ବ୍ୟାଙ୍କରେ ଭାରତୀୟ ସରକରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବୃହତ୍ତ ଅଂଶଧନ ଅଛି ।

କୋରୋନା ସଙ୍କଟ , କଟକଣା ଲକଡାଉନ ମଧ୍ୟରେ ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି । କାରବାର ହ୍ରାସ ହୋଇଛି । ଫଳରେ ରାଜସ୍ବ ଆଦାୟ ପ୍ରବଳ ପରିମାଣରେ କମିଛି । ଏଣୁ ବ୍ୟାଙ୍କ ଏବଂ ଅନ୍ୟାନ ରାଷ୍ଟ୍ରାୟତ୍ତ କମ୍ପାନୀରେ ବିନିବେଶ ବା ପୁଞ୍ଜି ପ୍ରତ୍ୟାହାର ଜରିଆରେ କେନ୍ଦ୍ର ସରକାର ଅନ୍ୟ ଜରୁରୀ ପଦକ୍ଷେପ ପାଇଁ ପୁଞ୍ଜି ଯୋଗାଡ କରିପାରିବେ । ଏଥିସହ ଏହି ଟଙ୍କାରେ ବଜେଟ ବ୍ୟୟବରାଦ ମଧ୍ୟ ହୋଇପାରେ ।

2021 ମାର୍ଚ୍ଚ ସୁଦ୍ଧା , ଅର୍ଥାତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 4ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଚାଲୁ କରିବା ପାଇଁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ଚିଠି ଲେଖି କୁହାଯାଇଛି ।

ପ୍ରକାଶ ଯେ, ବର୍ତ୍ତମାନ ଦେଶରେ 12 ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.