ETV Bharat / business

ଲକଡାଉନ ପ୍ରଭାବ: ମେ’ ରେ ମଧ୍ୟ ଜାରି ହେଲାନି ସମ୍ପୂର୍ଣ୍ଣ ଆଇଆଇପି ରିପୋର୍ଟ

author img

By

Published : Jul 11, 2020, 10:10 PM IST

କୋଭିଡ-19 ସଂକ୍ରମଣ ପ୍ରସାର ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ଓ ଅନ୍ୟ ଐତିହାସିକ ପଦକ୍ଷେପ ମଧ୍ୟରେ ଅଧିଂକାଶ ଶିଳ୍ପ ପ୍ରତିଷ୍ଠାନ ପରିଚାଳନା ପ୍ରଭାବିତ ହୋଇଛି । ଏଣୁ ଏପ୍ରିଲ ଭଳି ମେ’ ମାସରେ ମଧ୍ୟରେ ଆଇଆଇପି ରିପୋର୍ଟ ସମ୍ପୁର୍ଣ୍ଣ ଜାରି କରିନାହାନ୍ତି ସରକାର । ଅଧିକ ପଢନ୍ତୁ..

industrial output
industrial output

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ପ୍ରତିହିତ ପାଇଁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ସରକାର ଲଗାତାର ଦ୍ବିତୀୟ ମାସ ମେ’ରେ ଶିଳ୍ପ ଉତ୍ପାଦନର ପୂରା ରିପୋର୍ଟ ଜାରି କରିନାହାଁନ୍ତି । ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଶୁକ୍ରବାର ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ର ତ୍ବରିତ ଅନୁମାନ ଜାରି କରିଛି । ଏହା ଅନୁସାରେ ମେ ମାସରେ ଦେଶର ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ 88.4 ପଏଣ୍ଟ ରହିଛି । ଏପ୍ରିଲ ମାସରେ ଏହା 53.6 ପଏଣ୍ଟ ଥିଲା । ଯେତେବେଳେ କି 1 ବର୍ଷ ପୂର୍ବେ 2019 ମେ ମାସରେ ଏହା 135.4 ପଏଣ୍ଟ ଥିଲା ।

ତ୍ବରିତ ଆକଳନକୁ ଦେଖିବାକୁ ଗଲେ ଦେଶର ଔଦ୍ୟୋଗିକ ଉତ୍ପାଦନରେ ମେ ମାସରେ ଏପ୍ରିଲ ତୁଳନାରେ ସୁଧାର ଆସିଛି । ହେଲେ 1 ବର୍ଷ ପୂର୍ବ ତୁଳନାରେ ଚଳିତ ଥର ସୂଚକାଙ୍କ ବିପୁଳ ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି । ତେବେ ମନ୍ତ୍ରାଳୟ କୌଣସି ତୁଳନାତ୍ମକ ରିପୋର୍ଟ ଜାରି କରିନାହିଁ । ଏଥିସହ କହିଛି କୋଭିଡ-19 ସଙ୍କଟକୁ ନଜରରେ ରଖି ଲାଗୁ ଲକଡାଉନ ଯୋଗୁଁ ଆଇଆଇପି ପରିସଂଖ୍ୟାନ ସମ୍ପୂର୍ଣ୍ଣ ନାହିଁ । ମନ୍ତ୍ରାଣଳୟ ବିଜ୍ଞପ୍ତି ଅନୁସାରେ କୋଭିଡ-19 ସଂକ୍ରମଣ ପ୍ରସାର ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ଓ ଅନ୍ୟ ଐତିହାସିକ ପଦକ୍ଷେପ ମଧ୍ୟରେ ଅଧିଂକାଶ ଶିଳ୍ପ ପ୍ରତିଷ୍ଠାନ ପରିଚାଳନା ଠପ ହୋଇଥିଲା । ଏହା ଦ୍ବାରା ଦେଶରେ ଲକଡାଉନ ଅବଧି ସହ ପରେ ବି ଏହାର ପ୍ରଭାବ ଔଦ୍ୟୋଗିକ ଉତ୍ପାଦ ନ ଉପରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.