ETV Bharat / business

ଆଶ୍ବସ୍ତିକର ଖବର ! ଟିକସ ଛାଡ ହେବ କୋଭିଡ ଚିକିତ୍ସା ଖର୍ଚ୍ଚ - ଅନୁରାଗ ଠାକୁରଙ୍କ ଘୋଷଣା

କୋଭିଡ ଚିକିତ୍ସା ପାଇଁ ପେମେଣ୍ଟ ଉପରେ ଟିକସ ଛାଡ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ଘୋଷଣା । ଚିକିତ୍ସା ଖର୍ଚ୍ଚ ଉପରେ ଛାଡ ହେବ ଟିକସ । ଅଧିକ ପଢନ୍ତୁ..

ଆଶ୍ବସ୍ତିକର ଖବର  ! ଟିକସ ଛାଡ ହେବ କୋଭିଡ ଚିକିତ୍ସା ଖର୍ଚ୍ଚ

author img

By

Published : Jun 25, 2021, 10:47 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ମଧ୍ୟରେ ଦେଶବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । କୋଭିଡ ଚିକିତ୍ସା ପାଇଁ ପେମେଣ୍ଟ ଉପରେ ଟିକସ ଛାଡ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ଘୋଷଣା । ମାରାତ୍ମକ ମହାମାରୀ ଚିକିତ୍ସାକୁ ଟିକସ ଛାଡ ଅବଧିକୁ ବଢାଇଛନ୍ତି ସରକାର । ଏ ନେଇ ଶୁକ୍ରବାର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କରିଛନ୍ତି ଘୋଷଣା ।

  • Relief to Income Tax Payer

    ✅Time to invest in residential house for tax deduction extension for more than 3 months.

    ✅PAN Aadhar Linking Extension of 3 months

    ✅Vivad se Vishwas Payment without interest - extension by 2 months from 30th June to 31st August https://t.co/xRz1SxfzKS pic.twitter.com/hEOLqXzGHh

    — Anurag Thakur (@ianuragthakur) June 25, 2021 " class="align-text-top noRightClick twitterSection" data=" ">

ଅନୁରାଗ ଠାକୁର କହିଛନ୍ତି କି, ଆର୍ଥିକ ବର୍ଷ 2019-20 ଓ ଏହା ପର ଆର୍ଥିକ ବର୍ଷ ଲାଗି ନିଯୁକ୍ତିଦାତା ତାର କୌଣସି ବି କର୍ମଚାରୀଙ୍କୁ କୋଭିଡ-19 ଚିକିତ୍ସା ପାଇଁ ଖର୍ଚ୍ଚ କରାଯାଇଥିବା ଟଙ୍କା ଉପରେ ଲାଭାର୍ଥୀଙ୍କୁ ଟିକସ ଛାଡ ଲାଭ ଦିଆଯିବ ।

କୋରୋନାର ଚିକିତ୍ସା ପାଇଁ କମ୍ପାନୀ ବା କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ଟଙ୍କା ଉପରେ କୌଣସି ବି ଟିକସ ଲାଗିବ ନାହିଁ । ଏହି ଛାଡ କାରବାର ବର୍ଷ 2019-20 ଓ 2021-22 ପାଇଁ ଦିଆଯାଇଛି । ଏଥିସହ ସରକାର ଟିକସ ଜଡିତ ଡକ୍ୟୁମେଣ୍ଟ ଅନୁପାଳନ ତାରିଖ ବି ବଢାଇଦେଇଛନ୍ତି ।

ଏଭଳି ଭାବେ ଆର୍ଥିକ ବର୍ଷ 2019-20 ଓ ଏହା ପର ଆର୍ଥିକ ବର୍ଷରେ କୋଭିଡ-19 ମୃତ୍ୟୁ ମାମଲାରେ କର୍ମଚାରୀ ପରିବାରକୁ ନିଯୁକ୍ତିଦାତାଙ୍କ ପକ୍ଷରୁ ବା କୌଣସି ବ୍ୟାଙ୍କ ଦ୍ବାରା କୌଣସି ଅନ୍ୟ ବ୍ୟକ୍ତି ପରିବାରକୁ ଦିଆଯାଉଥିବା ପେମେଣ୍ଟ କ୍ଷେତ୍ରରେ, ଏହାକୁ ଗ୍ରହଣ କରୁଥିବା ପରିବାର ଏହା ଉପରେ ଟିକସ ଛାଡ କରିବେ । କିନ୍ତୁ ସର୍ତ୍ତ ଯେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ପରିବାରକୁ ଦେଇଥିବା ଦେୟର ସୀମା 10 ଲକ୍ଷ ଟଙ୍କା ହେବା ଉଚିତ । ତଥାପି ନିଯୁକ୍ତି ଦାତାଙ୍କ ଠାରୁ ପ୍ରାପ୍ତ ପେମେଣ୍ଟକୁ ନେଇ କୌଣସି ସୀମା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.