ETV Bharat / business

ଡିସେମ୍ବର 14 କୁ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା

author img

By

Published : Oct 30, 2020, 5:03 PM IST

ଏୟାର ଇଣ୍ଡିଆ ବିକ୍ରି ନେଇ ବିଡରମାନଙ୍କୁ ଆକର୍ଷିତ ପାଇଁ ସରକାରଙ୍କ ନୂଆ ନିମୟ । ସଂଶୋଧନ ହେବ ବିଡ ମାପଦଣ୍ଡ । ଏଥିସହ ବଢିବ ଏୟାର ଇଣ୍ଡିଆର ବିଡ୍‌ ଦାଖଲ ଅବଧି । ଅଧିକ ପଢନ୍ତୁ..

ଡିସେମ୍ବର 14 କୁ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା
ଡିସେମ୍ବର 14 କୁ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା

ନୂଆଦିଲ୍ଲୀ: ସରକାର ଏୟାର ଇଣ୍ଡିଆ ପାଇଁ ବିଡ ସମୟସୀମା ଡିସେମ୍ବର 14 ଯାଏଁ ବଢାଇଛନ୍ତି । ଏଥିସହ ବିନିବେଶ ପାଇଁ ବିଡ ମାପଦଣ୍ଡକୁ ମଧ୍ୟ ସଂଶୋଧିତ କରିଛନ୍ତି । କେନ୍ଦ୍ରୀୟ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂହ ପୁରୀ ଗୁରୁବାର ଏନେଇ କହିଛନ୍ତି ।

ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିକ କରି ହରଦ୍ବୀପ ସିଂହ ପୁରୀ କହିଛନ୍ତି ଯେ, ‘‘AISAM ବିଡ ଲଗାଇବା ମାପଦଣ୍ଡକୁ ପରିବର୍ତ୍ତନ ଓ ଉଦ୍ୟୋଗ ମୂଲ୍ୟ ଉପରେ ବିଡ ଲଗାଇବାକୁ ନିଷ୍ପତ୍ତି ନେଇଛି । ଚଳିତ ପିଆଇଏମରେ କମ୍ପାନୀର ଋଣ 23,286 କୋଟି ଟଙ୍କା ହେବ ।

ଏକ କମ୍ପାନୀର ଉଦ୍ୟୋଗ ମୂଲ୍ୟରେ ଇକ୍ୟୁଟି ମୂଲ୍ୟ, ଋଣ ସହ କମ୍ପାନୀ ପାକରେ ନଗଦ ସାମିଲ ରହିଛି । ପୁରୀ କହିଛନ୍ତି ଯେ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସହ ବୈଠକ ପରେ ବୁଧବାରକୁ ଏୟାର ଇଣ୍ଡିଆ ସ୍ପେସିଫିକ ଅଲ୍ଟରନେଟିଭ ମେକାନିଜିମ (AISAM) ଦ୍ବାରା ଏହି ନିର୍ଣ୍ଣୟ ନିଆଯାଇଛି ।

ବେସମାରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା କହିଛନ୍ତି ଯେ, ‘‘ ବିଡ ଉଦ୍ୟୋଗ ମୂଲ୍ୟ ଉପରେ ହେବ । ଏହି ଉଦ୍ୟୋଗ ମୂଲ୍ୟରେ ବି ଅନୁପାତ ଏହା ନିର୍ଦ୍ଧାରିତ କରାଯାଇଛି କି ବିଲ୍ଡର କେତେ ଋଣ ନେଇପାରେ ଆଉ ତାହାକି ନଗଦ ଭାବେ କେତେ ଦେବାକୁ ହେବ । ’’

ଖରୋଲା କହିଛନ୍ତି ଯେ, ତେବେ ଯିଏ ବି ନିଲାମ ପାଇଁ ବିଡ ଲଗାଇବ , ସେ ସେହି ରାଶିର 15 ପ୍ରତିଶତ ନଗଦ ଆକାରରେ ଦେବାକୁ ପଡିବ । ବାକି 85 ପ୍ରତିଶତ ଋଣ ରୂପରେ ଏୟାର ଇଣ୍ଡିଆ ସହ ଯିବ । ଅଗଷ୍ଟରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଇଓଆଇକୁ 1 ମାସ ପାଇଁ ବଢାଇ ଅକ୍ଟୋବର 30 ଯାଏଁ କରିବା ପାଇଁ ଅଧିସୂଚନା ଜାରି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.