ନୂଆଦିଲ୍ଲୀ: ଫ୍ରାଙ୍କଲିନ ଟେମ୍ପଲେଟନ(franklin templeton) ମ୍ୟୁଚୁଆଲ ଫଣ୍ଡ ସ୍ୱେଚ୍ଛାକୃତ ଭାବେ ନିଜ 6 ଋଣ ଯୋଜନାକୁ ବନ୍ଦ ନିଷ୍ପତ୍ତି ଅତ୍ୟନ୍ତ ଚିନ୍ତାଜନକ । ଏହା ନିବେଶକ ଓ ବଜାର ପାଇଁ ଆଦୌ ଭଲ ସଙ୍କେତ ନୁହେଁ । ଏଣିପାଇଁ ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଦରକାର। ଶନିବାର ଏ ନେଇ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏ ନେଇ ଯୁକ୍ତି ବାଢିଛନ୍ତି ।
ଚିଦାମ୍ବରମ କହିଛନ୍ତି ଯେ, ‘‘2008ର ସେହି ସମୟ ମୋର ମନେ ରହିଛି, ଯେବେ ଏପରି ସ୍ଥିତି ଉତ୍ପନ୍ନ ହୋଇଥିଲା । ଆଉ ସେତେବେଳେ ଆମେ ରିଜର୍ଭ ବ୍ୟାଙ୍କ, ସେବି ଓ ଅନ୍ୟାନ୍ୟ ସମ୍ଭନ୍ଧୀୟ ସଂସ୍ଥା ସହ କଥାବାର୍ତ୍ତା ହୋଇଥିଲୁ ।’’ 2008ରେ ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦଙ୍କ ବୈଠକ ଡକାଯାଇଥିଲା ଏବଂ ସମାଧାନ ମଧ୍ୟ ବାହାରିଥିଲା ।
ପ୍ରକାଶ ଯେ, କୋରୋନା ଭାଇରସ ମହାମାରୀ ଏବଂ ବଣ୍ଡ ବଜାରରେ ଲିକ୍ୟୁଡିଟି ଅଭାବ, ୟୁନିଟ ପ୍ରତ୍ୟାହାର କରିବାକୁ ଚାପ ଦର୍ଶାଇ ଫ୍ରାଙ୍କଲିନ ଟେମ୍ପଲେଟନ ଏଭଳି ଋଣ ଯୋଜନା ବନ୍ଦ ପାଇଁ ପଦକ୍ଷେପ ଗ୍ରହଣ କରିଛି । ତେବେ ନିବେଶ ସେମାନଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ କିଛି ମାସ ଅପେକ୍ଷା କରିବାକୁ ହେବ ବୋଲି ଫ୍ରାଙ୍କଲିନ ଜଣାଇଛି ।
ପିଟିଆଇ