ବେଙ୍ଗାଲୁରୁ: ପାର୍ବଣ ପାଇଁ ତୟାର ଇ କମର୍ସ କମ୍ପାନୀ ପ୍ଲିଫକାର୍ଟ । ଫେଷ୍ଟିଭ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଫ୍ଲିପକାର୍ଟ ଶନିବାର ଏହାର ଫ୍ଲାଗସିପ 6 ଦିନିକିଆ ‘ବିଗ ବିଲିୟନ ଡେଜ’ ସେଲର ଘୋଷଣା କରିଛି ।
ଅକ୍ଟୋବର 16ରୁ 21 ଯାଏଁ ଫ୍ଲିପକାର୍ଟର ବିଗ ବିଲିୟନ ଡେଜ ସେଲ ଚାଲିବ । ଏ ନେଇ କମ୍ପାନୀ କହିଛି କି କୋରୋନା ମହାମାରୀରେ ପ୍ରଭାବିତ ଗ୍ରାହକଙ୍କୁ ଏହି ମହାସେଲ ମାଧ୍ୟମରେ ସମସ୍ତ ବର୍ଗରେ ଖାସ ଅଫର ଦେଇ ହସିବାର ସୁଯୋଗ ଦେବ ।
ତେବେ ଫ୍ଲିପକାର୍ଟ ପ୍ଲସ କଷ୍ଟମର୍ସଙ୍କୁ ଏହି ମହାସେଲର ଲାଭ ଅକ୍ଟୋବର 15ରୁ ମିଳିବ ବୋଲି କମ୍ପାନୀ କହିଛି । ତେବେ ଇ-କମର୍ସ ମାର୍କେଟପ୍ଲସ ଏହି ଫେଷ୍ଟିଭ ସିଜନକୁ ସ୍ବତନ୍ତ୍ର କରିବା ପାଇଁ ଏ ବର୍ଷ 850 ସହରରେ 50 ହଜାରରୁ ଅଧିକ ରିଟେଲ ଷ୍ଟୋର୍ସକୁ ନିଜ ସହ ଯୋଡିଛି ।
ଏହି ମହାସେଲ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଡେବିଟ ଓ କ୍ରେଡିଟ କାର୍ଡରେ ସପିଂ କରୁଥିବା ଗ୍ରାହକଙ୍କୁ 10 ପ୍ରତିଶତ ଡିସକାଉଣ୍ଟ ମିଳିବ । ସେହିଭଳି ଫ୍ଲିପକାର୍ଟ ନୋ କଷ୍ଟ ଇଏମଆଇ ପାଇଁ ବଜାଜ ଫିନସର୍ଭ ଓ କ୍ୟାସବ୍ୟାକ୍ସ ପାଇଁ ପେଟିଏମ ସହ ହାତ ମିଳାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ