ETV Bharat / business

18 ରୁ 45 ବର୍ଗ ବୟସ୍କଙ୍କୁ ଦିଆଯାଉ ଭ୍ୟାକ୍ସିନ, ଅପିଲ କଲା ଫିକ୍କି

author img

By

Published : Apr 3, 2021, 6:54 PM IST

18ରୁ 45 ଆୟୁବର୍ଗ ଗ୍ରୁପର ଟିକାକରଣ ଆରମ୍ଭ ହେଉ । ଏ ନେଇ ସରକାରଙ୍କୁ ଅପିଲ କରିଛି ଉଦ୍ୟୋଗ ସଙ୍ଗଠନ ଫିକ୍କି । ଅଧିକ ପଢନ୍ତୁ..

FICCI urges govt to open up vaccination for 18-45 years age group

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ଉପରେ ଲଗାମ କଷିବାକୁ ବିଭିନ୍ନ ରାଜ୍ୟରେ ଯାଞ୍ଚ ବଢାଯାଉ । ଏଥିସହ 18ରୁ 45 ଆୟୁବର୍ଗ ଗ୍ରୁପର ଟିକାକରଣ ଆରମ୍ଭ ହେଉ । ଏ ନେଇ ସରକାରଙ୍କୁ ଅପିଲ କରିଛି ଉଦ୍ୟୋଗ ସଙ୍ଗଠନ ଫିକ୍କି । ଏହି ମାରାତ୍ମକ ମହାମାରୀକୁ ପ୍ରତିହିତ ପାଇଁ ଜାରି ଲଢେଇରେ ଉଦ୍ୟୋଗ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ବିଶ୍ବାସ ଦେଇଛି ଫିକ୍କି ।

ଫିକ୍କି ପ୍ରେସିଡେଣ୍ଟ ଉଦୟ ଶଙ୍କର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି କହିଛନ୍ତି କି, ‘‘ ଏବେ ଆମେ ପ୍ରତିଦିନ 11 ଲକ୍ଷ ନମୁନା ଯାଞ୍ଚ କରୁଛୁ । ଜାନୁଆରୀରେ ଆମେ 15 ଲକ୍ଷ ଯାଞ୍ଚ ଦୈନିକ କରୁଛୁ । ଏହା ବାଦ ଆମେ ସଂକ୍ରମଣର ଯାଞ୍ଚ ଆହୁରି ବଢାଇପାରୁ । ଦେଶରେ କୋଭିଡ-19 ଯାଞ୍ଚ ପାଇଁ 2,440 ଲାବ୍ରୋଟୋରୀ ପରିଚାଳନାରେ ରହିଛି । ଏଥିମଧ୍ୟରୁ 1200ରୁ ଅଧିକ ଲାବ୍ରୋଟୋରୀ ଘରୋଇ କ୍ଷେତ୍ରର ରହିଛି ।

ଶଙ୍କର କହିଛନ୍ତି କି ରାଜ୍ୟକୁ ନିରବିଚ୍ଛିନ୍ନ ଯାଞ୍ଚ କ୍ଷମତା ହାସଲ ପାଇଁ ଘରୋଇ କ୍ଷେତ୍ରର ସୁବିଧାର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇପାରେ । ଶଙ୍କର ସରକାରଙ୍କୁ 18ରୁ 45 ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଏହି ଆୟୁବର୍ଗ ଯୋଗୁଁ ବି ସଂକ୍ରମଣ ତୀବ୍ର ବେଗରେ ସଂକ୍ରମଣ ହେଉଛି ।

‘‘ ଦେଶରେ ଟୀକାର କୌଣସି ଅଭାବ ନାହିଁ । ଏଥିସହ ଘରୋଇ କ୍ଷେତ୍ରର ସହଯୋଗ ଦ୍ବାରା ଟୀକାକରଣ ବଢାଯାଇପାରିବ । ଏଭଳି ସ୍ଥିତିରେ ଏହି ଆୟୁବର୍ଗକୁ ଟିକା ଲଗାଇବା ଆରମ୍ଭ କରାଯିବା ଦରକାର । ଏହି ଆୟୁବର୍ଗକୁ ଟିକା ଲଗାଇବା ଦ୍ବାରା ସଂକ୍ରମଣରେ ଲଗାମ ଲାଗିବାରେ ସହଯୋଗ ମିଳିବ ବୋଲି ଶଙ୍କର ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.