ETV Bharat / business

ଫେସବୁକରେ ୟୁଜର୍ସ ରାଜନୈତିକ ବିଜ୍ଞାପନକୁ କରିପାରିବେ ବନ୍ଦ - ରାଜନୈତିକ ବିଜ୍ଞାପନ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଭିନ୍ନ ବିବଦୀୟ ରାଜନୈତିକ ବିଜ୍ଞାପନରେ ଲଗାମ କଷିବା ଆରମ୍ଭ କରିଛି ଫେସବୁକ । ୟୁଜର୍ସ ଚାହିଁଲେ ଏଭଳି ବିଜ୍ଞାପନକୁ ଅଫ କରି ଏଥିରୁ ଦୂରେଇ ରହିପାରିବେ । ଅଧକ ପଢନ୍ତୁ..

ଫେସବୁକରେ ୟୁଜର୍ସ ରାଜନୈତିକ ବିଜ୍ଞାପନକୁ  କରିପାରିବେ ବନ୍ଦ

author img

By

Published : Jun 17, 2020, 8:10 PM IST

ସାନ ଫ୍ରାନ୍ସିସ୍କୋ: ୟୁଜର୍ସ ଚାହିଁଲେ ଫେସବୁକ ପ୍ଲାର୍ଟଫର୍ମରେ ଆସୁଥିବା ରାଜନୈତିକ ବିଜ୍ଞାପନକୁ ଅଫ କରିପାରିବେ । ଆସନ୍ତା କିଛି ସପ୍ତାହରେ ୟୁଜର୍ସ ଏହି ସୁବିଧାର ଲାଭ ଉଠାଇପାରିବେ । ଫେସବୁକ ସିଇଓ ମାର୍କ ଜୁକରବର୍ଗ ଏ ନେଇ ଘୋଷଣା କରିଛନ୍ତି ।

ଫେସବୁକ ପ୍ଲାର୍ଟଫର୍ମରେ ବିଭ୍ରାନ୍ତିକର ରାଜନୈତିକ ପୋଷ୍ଟ ନେଇ ୟୁଜର୍ସ ଅସନ୍ତୋଷ ଜାହିର କରିଥିଲେ । ଏଥିପାଇଁ ଜୁକରବର୍ଗ ଏ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରକାଶ ଯେ, ଆମେରିକାରେ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ଆଗାମୀ କିଛି ସପ୍ତାହ ପରେ ୟୁଜର୍ସ ପ୍ରାର୍ଥୀ, ରାଜନୈତିକ କାର୍ଯ୍ୟ କମିଟି କିମ୍ବା ଅନ୍ୟାନ୍ୟ ସଂଗଠନ ଦ୍ବାରା ଜାରି କରାଯାଇଥିବା ସମସ୍ତ ସାମାଜିକ, ରାଜନୀତି ଏବଂ ନିର୍ବାଚନ ବିଜ୍ଞାପନ ବନ୍ଦ (ଅଫ) କରିବାକୁ ସମର୍ଥ ହେବେ।

କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି କି, ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ଆଡ ସେଟିଙ୍ଗ ମାଧ୍ୟମରେ ଏଭଳି କରିପାରିବେ ।

ଫେସବୁକର ପ୍ରଡକ୍ଟ ମ୍ୟାନେଜର ଓ ସୋସଲ ଇମ୍ପାକ୍ଟର ବରିଶ୍ଠ ନିର୍ଦ୍ଦେଶକ ନାଓମି ଗ୍ଲାଇଟ କହିଛନ୍ତି କି, ‘‘ ‘‘ଯଦିଓ ଆମେ ଜାଣୁ ଯେ ଆମର ସିଷ୍ଟମ୍ ପରଫେକ୍ଟ ନୁହେଁ। ତେବେ ଏହି ବିକଳ୍ପ ବାଛିବା ପରେ ମଧ୍ୟ ଯଦି ଆପଣ ଏକ ବିଜ୍ଞାପନ ଦେଖନ୍ତି ଯାହାକୁ ଆପଣ ରାଜନୈତିକ ବୋଲି ଭାବନ୍ତି।, ଦୟାକରି ବିଜ୍ଞାପନର ଡାହାଣ ପାର୍ଶ୍ୱ କୋଣକୁ ଯାଇ କ୍ଲିକ୍ କରନ୍ତୁ ଏବଂ ଆମକୁ ରିପୋର୍ଟ କରନ୍ତୁ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.