ETV Bharat / business

ଡ. ରେଡ୍ଡୀ ଲାବ୍ରୋଟେରୀ ଆଣିଲା କୋରୋନା ଚିକିତ୍ସା ଔଷଧ

author img

By

Published : Aug 19, 2020, 6:24 PM IST

କୋଭିଡ-19ର ହାଲକା ଠାରୁ ସାମାନ୍ୟ ସଂକ୍ରମଣ ଚିକିତ୍ସା ପାଇଁ ଡ. ରେଡ୍ଡୀ ଲାବ୍ରୋଟେରୀ ଆଣିଲା Avigan । କମ୍ପାନୀ ବର୍ତ୍ତମାନ Aviganର 200 ମିଲିଗ୍ରାମ ଟାବଲେଟ ଭାରତରେ ଲଞ୍ଚ କରିଛି । ଅଧିକ ପଢନ୍ତୁ..

ଡ. ରେଡ୍ଡୀ ଲାବ୍ରୋଟେରୀ ଆଣିଲା କୋରୋନା ଚିକିତ୍ସା ଔଷଧ
ଡ. ରେଡ୍ଡୀ ଲାବ୍ରୋଟେରୀ ଆଣିଲା କୋରୋନା ଚିକିତ୍ସା ଔଷଧ

ନୂଆଦିଲ୍ଲୀ: ଦେଶର ନାମୀଦାମୀ ଫାର୍ମା କମ୍ପାନୀ ଡ. ରେଡ୍ଡୀ ଲାବ୍ରୋଟେରୀ ବୁଧବାର କୋରୋନା ଭାଇରସ ଚିକିତ୍ସା ପାଇଁ ଔଷଧ ଲଞ୍ଚ କରିଛି । କମ୍ପାନୀ Favipiravirର ଜେନେରିକ ଭର୍ସନ Avigan କୁ ଭାରତ ବଜାରକୁ ଆଣିବା ନେଇ ଘୋଷଣା କରିଛି ।

ଏହି ଔଷଧକୁ କୋଭିଡ-19ର ହାଲକା ଠାରୁ ସାମାନ୍ୟ ସଂକ୍ରମଣ ଚିକିତ୍ସା ପାଇଁ ବ୍ୟବହାର କରାଯିବ । କମ୍ପାନୀ ବର୍ତ୍ତମାନ Aviganର 200 ମିଲିଗ୍ରାମ ଟାବଲେଟ ଭାରତରେ ଲଞ୍ଚ କରିଛି ।

ଏଥିସହ Dr. Reddy Laboratories କହିଛି କି 200 ମିଲିଗ୍ରାମ ଟାବଲେଟ ଦେଶର 42 ସହରରେ ଫ୍ରି ହୋମ ଡେଲିଭରି ସେବା ଆରମ୍ଭ କରିଛି । ଏଥିପାଇଁ ହେଲପଲାଇନ ନମ୍ବର 1800-267-0810 ବା www.readytofightcovid.in ରେ ସୋମବାରରୁ ଶନିବାର ସକାଳ 9 ଟାରୁ ରାତି 9 ଯାଏଁ ସମ୍ପର୍କ କରାଯାଇପାରିବ ।

ଏହାପୂର୍ବରୁ, ଅନେକ କମ୍ପାନୀ Favipiravir ଔଷଧର ଜେନେରିକ ଭର୍ସନ ଲଞ୍ଚ କରିଛନ୍ତି । ଯାହା କୋରୋନା ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।

ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଅନୁଯାୟୀ, FUJIFILM ଟୟାମା କେମିକାଲ କୋ. ଲିମିଟେଡ ସହିତ ହୋଇଥିବା ବିଶ୍ୱସ୍ତରୀୟ ଲାଇସେନ୍ସ ଚୁକ୍ତି ଅଧୀନରେ ଭାରତରେ AVIGAN (Favipiravir) 200 ମିଗ୍ରା ଟାବଲେଟ୍ ଉତ୍ପାଦନ, ବିକ୍ରୟ ଏବଂ ବିତରଣ ପାଇଁ ରେଡ୍ଡୀଙ୍କୁ ସ୍ୱତନ୍ତ୍ର ଅଧିକାର ମିଳିଛି । ଡ. ରେଡ୍ଡୀ କହିଛନ୍ତି ଯେ କୋଭିଡ -19 ର ସାମାନ୍ୟରୁ ମଧ୍ୟମ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କର ଔଷଧ AVIGANକୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ରୁ ଅନୁମୋଦନ ଲାଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.