ETV Bharat / business

ପାର୍ବଣ ଚାହିଦା: ଦେଶରେ 13% ବଢିଲା ପାସେଞ୍ଜର ଯାନ ବିକ୍ରି

author img

By

Published : Dec 11, 2020, 8:26 PM IST

ଲକଡାଉନ କୋହଳ ପରେ ନଭେମ୍ବରରେ ଘରୋଇ ପାସେଞ୍ଜର ଯାନର ହୋଲସେଲ ବିକ୍ରି 12.73 ପ୍ରତିଶତ ବୃଦ୍ଧି ହୋଇ 2,85,367 ୟୁନିଟ ରହିଛି । ଅଧିକ ପଢନ୍ତୁ..

ପାର୍ବଣ ଚାହିଦା: ଦେଶରେ 13%  ବଢିଲା ପାସେଞ୍ଜର ଯାନ ବିକ୍ରି
ପାର୍ବଣ ଚାହିଦା: ଦେଶରେ 13% ବଢିଲା ପାସେପାର୍ବଣ ଚାହିଦା: ଦେଶରେ 13% ବଢିଲା ପାସେଞ୍ଜର ଯାନ ବିକ୍ରିଞ୍ଜର ଯାନ ବିକ୍ରି

ନୂଆଦିଲ୍ଲୀ: ଦେଶରେ ଘରୋଇ ପାସେଞ୍ଜର ଯାନର ହୋଲସେଲ ବିକ୍ରି ନଭେମ୍ବରରେ 12.73 ପ୍ରତିଶତ ବୃଦ୍ଧି ହୋଇ 2,85,367 ୟୁନିଟ ରହିଛି । ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା 2,53,139 ରହିଥିଲା । ଘରୋଇ ଗାଡି ନିର୍ମାତା ସଙ୍ଗଠନ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋ ମୋବାଇଲ ମାନୁଫାକ୍ଚର୍ସ(ସିଆମ) ପକ୍ଷରୁ ଏ ନେଇ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି ।

ପାର୍ବଣ ଚାହିଦା ଯୋଗୁଁ ନଭେମ୍ବର ମାସରେ ଗାଡି ବିକ୍ରି ଭଲ ରହିଛି । ଯାହାକି ଅର୍ଥନୀତି ଅଭିବୃଦ୍ଧି ପାଇଁ ଭଲ ଖବର । ସିଆମର ସଦ୍ୟ ତଥ୍ୟ ଅନୁସାରେ 2020 ନଭେମ୍ବରରେ ଦୁଇଚକିଆ ଯାନ ବିକ୍ରି 13.43 ପ୍ରତିଶତ ବୃଦ୍ଧି ହୋଇ 16,00,379 ୟୁନିଟ ରହିଥିଲା । 1 ବର୍ଷ ତଳେ ସମାନ ଅବଧିରେ ଏହି ସଂଖ୍ୟା 14,10,939 ୟୁନିଟ ଥିଲା ।

ଏହି ଅବଧିରେ ମୋଟରସାଇକେଲ ବିକ୍ରି 14.9 ପ୍ରତିଶତ ବୃଦ୍ଧି ହୋଇ 10,26,705 ୟୁନିଟ ରହିଥିଲା । ଯେତେବେଳେ କି ସ୍କୁଟର ବିକ୍ରିରେ 9.29 ପ୍ରତିଶତ ବୃଦ୍ଧି ହୋଇଛି । ଗତ ବର୍ଷ ନଭେମ୍ବରରେ ସ୍କୁଟର ବିକ୍ରି 4,59,851 ୟୁନିଟ ଥିଲା । ଯାହା ସମୀକ୍ଷାଧୀନ ମାସରେ ବଢି 5,02,561 ୟୁନିଟ ରହିଛି । ତେବେ ଏହି ଅବଧିରେ ଦୁଇଚକିଆର ଯାନର ବିକ୍ରି 57.64 ପ୍ରତିଶତ କମି 23,626 ୟୁନିଟ ରହିଯାଇଛି । ଯାହା 2019 ନଭେମ୍ବରରେ 55,778 ୟୁନିଟ ଥିଲା ।

ତେବେ ଉଦ୍ୟାଗର ଆଗାମୀ ପ୍ରଦର୍ଶନ ସମଗ୍ର ଆର୍ଥିକ ଦୃଷ୍ଟିକୋଣ ଉପରେ ନିର୍ଭରଶୀଳ ବୋଲି ସିଆମ ନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.