ନୂଆଦିଲ୍ଲୀ: ଫ୍ରାଙ୍କଲିନ ଟେମ୍ପଲେଟନ(franklin templeton) ମ୍ୟୁଚୁଆଲ ଫଣ୍ଡ ସ୍ୱେଚ୍ଛାକୃତ ଭାବେ ନିଜ 6 ଋଣ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । କୋରୋନା ଭାଇରସ ମହାମାରୀ ଏବଂ ବଣ୍ଡ ବଜାରରେ ଲିକ୍ୟୁଡିଟି ଅଭାବ, ୟୁନିଟ ପ୍ରତ୍ୟାହାର କରିବାକୁ ଚାପ ଦର୍ଶାଇ ଏଭଳି ଅଦ୍ଭୁଦପୂର୍ବ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହା ପ୍ରଥମ ମାମଲା ଯେଉଁଠି କୌଣସି ନିବେଶ ସଂସ୍ଥା କୋରୋନା ଭାଇରସ ସଙ୍କଟ ଯୋଗୁଁ ନିଜ ଯୋଜନାକୁ ବନ୍ଦ କରିବାକୁ ଯାଉଛି ।
ବନ୍ଦ ହୋବାକୁ ଥିବା 6 ଫଣ୍ଡ
- ଫ୍ରେକଲିନ ଇଣ୍ଡିଆ ଲୋ ଇନ୍ସୁରାନ୍ସ ଫଣ୍ଡ
- ଫ୍ରେକଲିନ ଇଣ୍ଡିଆ ଡାୟନୋମିକ ଏକ୍ୟୁରଲ ଫଣ୍ଡ
- ଫ୍ରେକଲିନ ଇଣ୍ଡିଆ ସର୍ଟ ଟର୍ମ ଇନକମ ପ୍ଲାନ
- ଫ୍ରେକଲିନ ଇଣ୍ଡିଆ ଅଲ୍ଟ୍ରା ସର୍ଟ ବଣ୍ଡ ଫଣ୍ଡ
- ଫ୍ରେକଲିନ ଇଣ୍ଡିଆ ଇନକମ ଅପରଚୁନିଟିଜ ଫଣ୍ଡ
କୋଭିଡ -19 ସଙ୍କଟ ଏବଂ ଭାରତୀୟ ଅର୍ଥନୀତିର ତାଲାବନ୍ଦ ଯୋଗୁଁ କର୍ପୋରେଟ ବଣ୍ଡ ବଜାରର କିଛି ବିଭାଗରେ କ୍ରମାଗତ ନଗଦ ହ୍ରାସ ଘଟିଛି । ଯାହାକୁ ମୁକାବିଲା ଜୁରୁରୀ ହୋଇପଡିଛି। ଏଭଳି ପରିସ୍ଥିତିରେ ମ୍ୟୁଚୁଆଲ ଫଣ୍ଡ , ବିଶେଷକରି ସ୍ଥିର ଆୟ , ୟୁନିଟ ପ୍ରତ୍ୟାହାର ପାଇଁ ଲଗାତାର ଚାପର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଫ୍ରାଙ୍କଲିନ ଟେମ୍ପଲେଟନ ଜଣାଇଛି ।