ETV Bharat / business

2019 ପରେ ଦେଶରେ ଚାକିରୀ ପ୍ରତିଯୋଗୀତା 30% ବଢିଛି - ଲିଙ୍କଡିନ

ଜନସଂଖ୍ୟା ବଢିବା ସହ ବଢୁଛି ନିଯୁକ୍ତି ପ୍ରତିଯୋଗୀତା । ଗଣନା ଅନୁସାରେ ଗତ ବର୍ଷ ତୁଳନାରେ ଏ ବର୍ଷ 30 ପ୍ରତିଶତ ପ୍ରତିଯୋଗୀତା ଚାକିରୀ ଲାଗି ହୋଇଥିବା ରେକର୍ଡ ରହିଛି । ଅଧିକ ପଢନ୍ତୁ..

2019 ପରେ ଦେଶରେ ଚାକିରୀ ପ୍ରତିଯୋଗୀତା 30% ବଢିଛି

author img

By

Published : Oct 29, 2020, 8:54 PM IST

ବେଙ୍ଗାଲୁରୁ: ଦେଶରେ ବୃଦ୍ଧି ପାଉଛି ନିଯୁକ୍ତି ସଂଖ୍ୟା । 2020 ଅଗଷ୍ଟରେ ଏଥିରେ ବାର୍ଷିକ ଆଧାରରେ 12 ପ୍ରତିଶତ ବୃଦ୍ଧି ହୋଇଛି । ଯଦିଓ ଚାକିରୀକୁ ନେଇ ପ୍ରତିଯୋଗୀତା ଗତ ବର୍ଷ ତୁଳନାରେ 30 ପ୍ରତିଶତ ଅଧିକ ରହିଛି । ପ୍ରଫେସନାଲକୁ ଯୋଡୁଥିବା ପ୍ଲାର୍ଟଫର୍ମ ଲିଙ୍କଡିନର ଶ୍ରମ ବଜାର ତଥ୍ୟରୁ ଏ ନେଇ ସୂଚନା ମିଳିଛି ।

ଲିଙ୍କଡିନ ଏକ ବିବୃତ୍ତିରେ କହିଛି କି, ତଥ୍ୟରୁ ସ୍ପଷ୍ଟ ହୋଇଛି କି ମନୋରଞ୍ଜନ ଏବଂ ଯାତ୍ରା, ଖୁଚୁରା ଓ କମ୍ପାନୀ ସେବା ସହ ଯୋଡି ହେଉଥିବା ବୃତ୍ତିଧାରୀ ନିଜ ସେକ୍ଟର ଛାଡି ଅନ୍ୟ ସେକ୍ଟରରେ ରୋଜଗାର ସନ୍ଧାନ କରୁଛନ୍ତି ।

ମନୋରଞ୍ଜନ ଏବଂ ଭ୍ରମଣ କ୍ଷେତ୍ରର ବୃତ୍ତିଧାରୀମାନେ ଅନ୍ୟ କ୍ଷେତ୍ର ସହିତ ଜଡିତ ହେବାର ସମ୍ଭାବନା 3.8 ଗୁଣ ଅଧିକ | ସେହିପରି ଖୁଚୁରା ଏବଂ କମ୍ପାନୀ ସେବା ସହ ଜଡିତ ବୃତ୍ତିଧାରୀଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ 1.5 ଗୁଣ ଏବଂ 1.4 ଗୁଣ ସମ୍ଭାବନା |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.