ETV Bharat / business

ବ୍ୟାଙ୍କରେ ମନ୍ଦ ଋଣ ବୃଦ୍ଧି ସଂକଟ, ବିଶ୍ବ ମହାମାରୀ ସମୟରେ ଏହାର ଦୀର୍ଘସ୍ଥାୟୀ ସମାଧାନ- ଡକ୍ଟର କେ. ଶ୍ରୀନିବାସ ରାଓ

ମହାମାରୀ ପ୍ରଭାବରେ ବ୍ୟାଙ୍କଗୁଡିର ଆର୍ଥିକ ବୋଝ ବଢିଛି । ଏଭଳି ସମୟରେ ପରିଶୋଧର ଆଶା ନଥିବା ମନ୍ଦ ଋଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ବିପଦ ଭିତରକୁ ଟାଣି ହୋଇଛନ୍ତି । ଋଣଗ୍ରହୀତା ଅଭୂତପୂର୍ବ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବାବେଳେ ଏଥିରୁ ମୁକୁଳିବା ପାଇଁ ସେମାନଙ୍କ ଆଗରେ ବହୁ ଆହ୍ବାନ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ..

ବ୍ୟାଙ୍କରେ ମନ୍ଦ ଋଣ ବୃଦ୍ଧି ସଂକଟ
ବ୍ୟାଙ୍କରେ ମନ୍ଦ ଋଣ ବୃଦ୍ଧି ସଂକଟ
author img

By

Published : Jan 16, 2021, 3:53 PM IST

ସଂପ୍ରତି ବିଶ୍ବ ମହାମାରୀର ପ୍ରାଦୁର୍ଭାବ ସମୟରେ ବିଭିନ୍ନ ବ୍ୟାଙ୍କ ମଧ୍ୟରେ ବୃହତ୍‌ ଧରଣର ମିଶ୍ରଣ ଯୋଗୁଁ ବ୍ୟାଙ୍କଗୁଡ଼ିକର ନିଜସ୍ବ ମୂଳ ସଂପତ୍ତି ଓ ନିୟମିତ କାର୍ଯ୍ୟ ପରିଚାଳନାରେ ବାଧାଜନିତ ଚିନ୍ତା ଲାଗି ରହିଛି ଏବଂ ଏଭଳି ସମୟରେ ପରିଶୋଧର ଆଶା ନଥିବା ମନ୍ଦ ଋଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ଏକ ଅପରିହାର୍ଯ୍ୟ ବିପର୍ଯ୍ୟୟ ଭିତରକୁ ଟାଣି ହୋଇଯାଇଛନ୍ତି । ବ୍ୟାଙ୍କର ଋଣଗ୍ରହୀତାମାନେ ଅଭୂତପୂର୍ବ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି ଏବଂ ଏଥିରୁ ମୁକୁଳିବା ଲାଗି ସେମାନଙ୍କ ଆଗରେ ଅନେକ ପ୍ରକାରର ଆହ୍ବାନ ସୃଷ୍ଟି ହୋଇଛି । ଋଣ ଆଦାୟ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ସାମୟିକ ସ୍ଥଗିତାଦେଶ ଅଗଷ୍ଟ 2020ରେ ଶେଷ ହୋଇଛି । ଏହି ସମୟରେ ସେମାନେ ନିଜ ନିଜ କାରବାର ଆରମ୍ଭ କରିବା ଲାଗି ଅଧିକ ନଗଦ ଅର୍ଥ ଆବଶ୍ୟକ କରୁଛନ୍ତି । ବ୍ୟାଙ୍କର ଋଣଗ୍ରହୀତାମାନଙ୍କ ପାଖରେ ସୀମିତ ସଂଖ୍ୟକ ବିକଳ୍ପ ରହିଛି । ହୁଏତ ସେମାନେ ଋଣ ପରିଶୋଧ କରିବା ବନ୍ଦ କରି ଯାହା କିଛି ଅର୍ଥ ହସ୍ତଗତ ହେଉଛି ତାହାକୁ ପୁଣି ବିନିଯୋଗ କରି ନିଜର ଆାର୍ଥିକ କାର୍ଯ୍ୟକ୍ରମ ଆରମ୍ଭ କରିବା ବାଟ ବାଛି ନେଇପାରନ୍ତି । ରିଜର୍ଭ ବ୍ୟାଙ୍କର ଯୋଜନା ଅନୁସାରେ ଋଣ ଅର୍ଥ ପରିମାଣ ଓ ପରିଶୋଧ ବ୍ୟବସ୍ଥାର ପୁନଃ ନିର୍ଦ୍ଧାରଣ ପାଇଁ ଯୋଗ୍ୟ ବିବେଚିତ ହେଉ ନଥିଲେ, ସେମାନେ ଋଣ ଖିଲାପ କରି ବର୍ତ୍ତି ଯାଇପାରିବେ ନାହିଁ । ପାଖାପାଖି 40 ପ୍ରତିଶତ ବ୍ୟାଙ୍କ ଋଣଗ୍ରହୀତା ଏହି ଋଣ ଆଦାୟ ଉପରେ ଜାରି ସାମୟିକ ସ୍ଥଗିତାଦେଶର ଉପଯୋଗ କରିଥିବା ଖବର ମିଳିଛି । ଥରେ ଏହି ଋଣଗୁଡ଼ିକୁ ଖରାପ ଋଣ ବର୍ଗରୁ ପ୍ରତ୍ୟାହାର କରି ନିଆଗଲେ ସେମାନଙ୍କ ପାଇଁ ପୁଣି ଋଣ ରାଶି ଦେୟ ହୋଇଯିବ ଏବଂ ସେମାନଙ୍କୁ କିସ୍ତି ପରିଶୋଧ କରିବାକୁ ପଡ଼ିବ । ଏଭଳି ପ୍ରତିକୂଳ ସ୍ଥିତିରେ 2021-22 ଆର୍ଥିକ ବର୍ଷରେ ବିଭିନ୍ନ ବ୍ୟାଙ୍କର ଆଦାୟ ହୋଇ ନପାରିବା ଭଳି ମନ୍ଦ ଋଣ ପରିମାଣ ଦ୍ରୁତ ହାରରେ ବଢ଼ିପାରେ ଏବଂ ଏହାର କୁପ୍ରଭାବ 2022-23 ବର୍ଷ ଯାଏଁ ଲାଗି ରହିପାରେ ।

ମନ୍ଦ ଋଣ ପରିମାଣ

ମନ୍ଦ ଋଣ ବା ଆଦାୟ ସମ୍ଭାବନା ନଥିବା ଋଣରୁ ଋଣଦାତା ସୁଧ ଅର୍ଜନ କରୁ ନଥିବାରୁ ଏହାକୁ ବ୍ୟାଙ୍କର ନନ୍‌-ପରଫର୍ମିଂ ଆସେଟ୍‌ (NPA) ବା ଅନର୍ଜକ ସଂପତ୍ତି ବୋଲି ଧରି ନିଆଯାଏ । ଜଣେ ଋଣଗ୍ରହୀତା ଯଦି 90 ଦିନ ଧରି ଋଣ ବାବଦ ସୁଧ, ଋଣ କିସ୍ତି ବା ଉଭୟ ଦେୟ ପରିଶୋଧ ନ କରନ୍ତି ତେବେ ଏହି ଋଣ NPAରେ ପରିଣତ ହୋଇଥାଏ । NPA ଭିନ୍ନ ଭିନ୍ନ ଦୁଇଟି ପ୍ରକାରରେ ପ୍ରକାଶିତ ହୁଏ । ଗ୍ରସ୍‌ ଏନ୍‌ପିଏ (GNPA) ଯାହାକି ବ୍ୟାଙ୍କର ମୋଟ NPA ସହିତ ବ୍ୟାଙ୍କର ମୋଟ ସଂପତ୍ତିର ଅନୁପାତକୁ ବୁଝାଏ । ପ୍ରଚଳିତ ନିୟମ ଅନୁସାରେ ସେସବୁ ଆଦାୟ ବାବଦରେ ବ୍ୟବସ୍ଥା କରାଗଲେ, ଏହାକୁ GNPAରୁ କାଟି ଦିଆଯାଏ ଏବଂ ଏହି ପ୍ରକ୍ରିୟାରୁ ନେଟ୍‌ ଏନ୍‌ପିଏ (NNPA) ବାହାର କରାଯାଏ । ଏହି NNPA ଯୋଗୁଁ ପ୍ରଚଳିତ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ବିପଦ ଆଶଙ୍କା ଲାଗି ରହିଥାଏ ।

ବାସ୍ତବରେ, ଏହି ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଦେଖାଦେବାର ଠିକ୍‌ ପୂର୍ବରୁ, ବ୍ୟାଙ୍କଗୁଡ଼ିକର GNPA କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ 2019 ମାର୍ଚ୍ଚରେ ଏହା 9.1 ପ୍ରତିଶତ ଥିବା ବେଳେ 2020 ମାର୍ଚ୍ଚ ସୁଦ୍ଧା ଏହା 8.2 ପ୍ରତିଶତକୁ ଏବଂ 2020 ସେପ୍‌ଟେମ୍ବର ବେଳକୁ 7.5 ପ୍ରତିଶତକୁ ଖସିଆସିଥିଲା । କିନ୍ତୁ ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସହିତ ଋଣଦାତାମାନେ ସଂକଟ ଭିତରକୁ ଠେଲି ହୋଇଯିବାରୁ ସ୍ଥିତି ବଦଳି ଯାଇଥିଲା । 2020 ଜୁନ୍‌ରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟ (FSR)ରେ ଆକଳନ କରାଯାଇଥିଲା ଯେ, ଅତ୍ୟଧିକ ଆର୍ଥିକ ଚାପ ଲାଗି ରହିବା ସ୍ଥିତିରେ NPA, ମାର୍ଚ୍ଚ 2021 ସୁଦ୍ଧା 14.7 ପ୍ରତିଶତକୁ ଏବଂ ବ୍ୟବସ୍ଥାର ମୌଳିକ ସ୍ଥିତିରେ 12.5 ପ୍ରତିଶତକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ହେଲେ, ସଂପ୍ରତି ଲାଗି ରହିଥିବା ଏହି ଦୀର୍ଘକାଳୀନ ସଂକଟକୁ ବିଚାର କଲେ, ଅତ୍ୟଧିକ ଚାପଜନିତ ସ୍ଥିତିରେ ରିଜର୍ଭ ବ୍ୟାଙ୍କ୍‌ର ଆକଳନ ତୁଳନାରେ ବହୁ ଅଧିକ ପରିମାଣର NPA ସମ୍ଭାଳିବାକୁ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତ ରହିବା ଉଚିତ । ଋଣ ପ୍ରଦାନ କ୍ଷମତା ବୃଦ୍ଧି ଦିଗରେ ପ୍ରୟାସ ଜାରି ରଖିବା ସହିତ ବ୍ୟାଙ୍କଗୁଡ଼ିକ ଦୀର୍ଘ ଦିନ ପାଇଁ ନିଜ ସଂପତ୍ତିର ଗୁଣମାନ ପରିଚାଳନା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ । କୋଭିଡ୍‌ ଜନିତ ସଂକଟର ଅସାଧାରଣ କୁପ୍ରଭାବକୁ ବିଚାରକୁ ନେଲେ, ଅନ୍ତତଃ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଉଚ୍ଚ ହାରର NPA ସହିତ ବ୍ୟାଙ୍କଗୁଡ଼ିକୁ ତିଷ୍ଠି ରହିବାକୁ ପଡ଼ିବ । ତେବେ ସଂପତ୍ତିର ଗୁଣବତ୍ତା ସଂପର୍କିତ ଅପରିହାର୍ଯ୍ୟ ଉଦ୍‌ବେଗ ବ୍ୟାଙ୍କର ନିୟମିତ କାର୍ଯ୍ୟଧାରାକୁ ପ୍ରଭାବିତ କରିବା ଉଚିତ ହେବ ନାହିଁ । ଅର୍ଥବ୍ୟବସ୍ଥାର ପୁନର୍ବିନ୍ୟାସ ଦିଗରେ ହାନିକାରକ ସାବ୍ୟସ୍ତ ହେବାର ସମ୍ଭାବନା ଥିବା ଭଳି ଋଣ କ୍ଷେତ୍ରରେ ବିପଦ ସମ୍ଭାବନା ହାରକୁ ଏଡ଼ାଇ ଯିବା ଅନୁଚିତ ହେବ ।

NPA ସଂକଟ ନୂଆ ନୁହେଁ:

ସଂପ୍ରତି ଉଚ୍ଚ ସ୍ତରରେ ଥିବା ନିଜ ନିଜର GNPAର ପରିଚାଳନା କରିବାରେ ବ୍ୟାଙ୍କଗୁଡ଼ିକ ସମର୍ଥ । କେବଳ ସମଷ୍ଟିଗତ ଅର୍ଥବ୍ୟବସ୍ଥାରେ ବ୍ୟାଘାତ ଯୋଗୁଁ ହିଁ NPAର ହ୍ରାସବୃଦ୍ଧି ଘଟେ ନାହିଁ । ବରଂ ଆର୍ଥିକ ନୀତି ପରିବର୍ତ୍ତନ ସହିତ ବି ଏହା ସଂପୃକ୍ତ । ଏଠାରେ ସ୍ମରଣ କରାଯାଇପାରେ ଯେ, 1993ରେ ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର ଆଣିବା ସକାଶେ ଯେତେବେଳେ ପ୍ରଥମ ଥର ପାଇଁ ସଂପତ୍ତି ବର୍ଗୀକରଣ ନିୟମ କାର୍ଯ୍ୟକାରୀ କରାଗଲା, ସେତେବେଳେ GNPA ମଧ୍ୟ ସର୍ବାଧିକ 23.2 ପ୍ରତିଶତକୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ଦଶନ୍ଧିରେ 2003-04 ବେଳକୁ ଏହା 7.26 ପ୍ରତିଶତକୁ ଏବଂ 2013-14 ସୁଦ୍ଧା 3.93 ପ୍ରତିଶତକୁ ଖସି ଆସିଥିଲା ।

ପୁଣି ଯେତେବେଳେ 2015 ସେପ୍‌ଟେମ୍ବର ମାସରେ ଅନାଦାୟ ଋଣର ହିସାବ ଲାଗି ରିଜର୍ଭ ବ୍ୟାଙ୍କ (ଏହାର ନୀତି ପରିବର୍ତ୍ତନ କରି) ସଂପତ୍ତି ଗୁଣବତ୍ତା ସମୀକ୍ଷା (AQR) ଶୀର୍ଷକ ଏକ ସ୍ବତନ୍ତ୍ର ଅଡିଟ୍‌ ବ୍ୟବସ୍ଥା ଲାଗୁ କଲେ ଏବଂ ଋଣ ଆଦାୟରେ ସଂଶୋଧନ ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥା ପ୍ରତ୍ୟାହାର କରିନେଲେ, GNPA ବଢ଼ିବା ଆରମ୍ଭ ହେଲା ଏବଂ 2017-18 ସୁଦ୍ଧା ଏହା 11.18 ପ୍ରତିଶତରେ ପହଞ୍ଚିଲା । ସୁତରାଂ, ଆର୍ଥିକ ନୀତିର କାର୍ଯ୍ୟକାରିତା ଏବଂ ସମଷ୍ଟିଗତ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଓ ବାହ୍ୟ ପରିବେଶ ଉପରେ ଏହାର ପରିଣାମ ହିଁ NPA ହ୍ରାସବୃଦ୍ଧିରେ ପରିବର୍ତ୍ତିତ ପରିମାଣର କାରଣ । କୋଭିଡ୍‌ ଜନିତ ଚାପ ଯୋଗୁଁ ବିଭିନ୍ନ ବ୍ୟାଙ୍କର GNPA ବୃଦ୍ଧି ପାଇ 14.5 ପ୍ରତିଶତରେ ପହଞ୍ଚିଛି ଏବଂ 2022-23ରୁ ତାହା ଖସିବାରେ ଲାଗିବ ଏବଂ ଗୋଟିକିଆ ଅଙ୍କର ତଳଭାଗରେ ସ୍ଥିର ହୋଇଯିବ । ତେବେ ଏଥିପାଇଁ ଇଚ୍ଛାକୃତ ଋଣ ଖିଲାପି ମନୋଭାବର ଅନ୍ତ ଘଟିବା ଦରକାର ।

ବ୍ୟାଙ୍କ୍‌ର NPA ଏକ ସାମାଜିକ ସଂକଟ

ବିଶ୍ବ ମହାମାରୀ କାରଣରୁ ବା ଅଚାନକ ସଂଘଟିତ କୌଣସି ବାହ୍ୟ ଘଟଣାରୁ ବୃଦ୍ଧି ପାଇଥିବା GNPAକୁ ବାଦ୍‌ ଦେଲେ ବି ପରିଶୋଧ ସମ୍ଭାବନା ନଥିବା ଏକ ମନ୍ଦ ଋଣ, ଅର୍ଥବ୍ୟବସ୍ଥା ସହିତ ସଂପୃକ୍ତ ବିଭିନ୍ନ କ୍ଷେତ୍ରର ଅତ୍ୟଧିକ କ୍ଷତିସାଧନ କରିପାରେ । ଆମେ ଜାଣିଛୁ ଯେ, ଅତ୍ୟଧିକ ପରିମାଣର NPA ଯୋଗୁଁ ବ୍ୟାଙ୍କ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ନିରୀହ ଗ୍ରାହକମାନଙ୍କ ପାଇଁ ଅକଥନୀୟ ଦୁଃଖ ଯନ୍ତ୍ରଣାର କାରଣ ହୋଇଛି । କୌଣସି ଖରାପ ଋଣରେ ବ୍ୟାଙ୍କର ଲାଭ ହାସଲ ସାମର୍ଥ୍ୟ ହାନି କରୁଥିବା ଭଳି କାରଣର ନିରାକରଣ ବ୍ୟବସ୍ଥା ରହିବା ଦରକାର । ଏଥିରେ ଅନାଦାୟ ଜନିତ ବିପଦ ସମ୍ଭାବନା ବୃଦ୍ଧି ପାଉଥିବାରୁ ମୂଳଧନ ଉପରେ ଏହାର ପ୍ରଭାବ ପଡ଼େ ଏବଂ ଋଣ ପରିଶୋଧ କରିବାକୁ ଅନିଚ୍ଛୁକ ଖିଲାପକାରୀ ଋଣଗ୍ରହୀତାଙ୍କ କ୍ରେଡିଟ୍‌ ରେଟିଂ ମଧ୍ୟ ନିମ୍ନଗାମୀ ହୋଇଥାଏ । ଋଣ ପରିଶୋଧ ପରେ ସେହି ଅର୍ଥକୁ ପୁଣି ଋଣ ଆକାରରେ ଦେବା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଏବଂ ଏହାର ପ୍ରଭାବ ଆଶାୟୀ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ଉପରେ ପଡ଼େ । ଏହି ସ୍ଥିତିର କୁପ୍ରଭାବ ଭବିଷ୍ୟତର ମୋଟ ଘରୋଇ ଉତ୍ପାଦ ବା GDPକୁ ହ୍ରାସ କରିପାରେ ।

ଅତ୍ୟଧିକ ପରିମାଣର NPA ବୋଝ ସହିତ ଯୁଝୁଥିବା ବ୍ୟାଙ୍କଗୁଡ଼ିକ ପାଇଁ ଋଣପ୍ରଦାନ ଧାରା ଅବ୍ୟାହତ ରଖିବାର ସାମର୍ଥ୍ୟ ହ୍ରାସ ପାଏ । ତେଣୁ ଖରାପ ଋଣ ବା ଅନାଦାୟ ଋଣ ହେଉଛି ଏଭଳି ଏକ ଭୂତାଣୁ ଯାହାକି ସାମାଜିକ ସୁସ୍ଥତାକୁ ନାସ କରିଦିଏ । ଋଣ ସଂପର୍କିତ ନିୟମାବଳୀ ଓ ତତ୍‌ସଂକ୍ରାନ୍ତ ରାଜିନାମାରେ ଥିବା ସର୍ତ୍ତ ପାଳନର ନୈତିକ ଦାୟିତ୍ବ ନିର୍ବାହ କରିବା ଦିଗରେ ଋଣଗ୍ରହୀତାମାନଙ୍କୁ ଶିକ୍ଷିତ କରାଇବା ଲାଗି ସମ୍ମିଳିତ ପ୍ରୟାସ ଆବଶ୍ୟକ । ମନ୍ଦ ଋଣ ଏକ ସାମାଜିକ ବିପତ୍ତି ଏବଂ ବ୍ୟବସ୍ଥାଗତ ଆଶଙ୍କା । ସମସ୍ତ ଦାୟିତ୍ବବାନ ଅଂଶଧାରକ ଏହାର ମୁକାବିଲା ଦିଗରେ ପ୍ରଯତ୍ନ କରିବା ଆବଶ୍ୟକ । ଅନ୍ୟଥା, ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ, ଅନାଦାୟ ଋଣ ହିସାବରେ ଅଧିକରୁ ଅଧିକ କରଦାତାଙ୍କ ଅର୍ଥ ଋଣଛାଡ଼ ବାବଦରେ ବ୍ୟୟ ହେବା ହିଁ ସାର ହେବ । ବିଶ୍ବ ମହାମାରୀ ଜନିତ ସଂକଟ ତ ଅପସରି ଯିବ, କିନ୍ତୁ ଋଣ ଖିଲାପ କରୁଥିବା ଋଣଗ୍ରହୀତାମାନଙ୍କୁ ସାମାଜିକ ବାସନ୍ଦ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ ମନେହୁଏ ।

( ଲେଖକ ହାଇଦ୍ରାବାଦସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇନ୍‌ସ୍ୟୁରାନ୍‌ସ ଆଣ୍ଡ ରିସ୍କ ମ୍ୟାନେଜମେଣ୍ଟ-IIRMର ସଂଯୋଜକ ଅଧ୍ୟାପକ । ଲେଖାରେ ସମ୍ମିଳିତ ମତାମତ ତାଙ୍କର ନିଜସ୍ବ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.