ETV Bharat / business

ଏୟାରଟେଲ ଡାଟା ସେଣ୍ଟର ବିଜନେସର 25% ଅଂଶଧନ କିଣିବ କାର୍ଲାଇଲ

author img

By

Published : Jul 1, 2020, 3:23 PM IST

‘ନେକ୍ସଟ୍ରା ଡାଟା’ର 25 ପ୍ରତିଶତ ଅଂଶଧନ 23.5 କୋଟି ଡଲାରରେ କିଣିବ କାର୍ଲାଇଲ (Carlyle)ଗ୍ରୁପ । ଅଧିକ ପଢନ୍ତୁ..

Airtel Data Centre business
Airtel Data Centre business

ନୂଆଦିଲ୍ଲୀ: ଏୟାରଟେଲର ଡାଟା ସେଣ୍ଟର ବିଜନେସ ‘ନେକ୍ସଟ୍ରା ଡାଟା’ର 25 ପ୍ରତିଶତ ଅଂଶଧନ 23.5 କୋଟି ଡଲାରରେ କିଣିବ କାର୍ଲାଇଲ (Carlyle)ଗ୍ରୁପ । ବୁଧବାର କମ୍ପାନୀ ଏ ନେଇ ଘୋଷଣା କରିଛି ।

ଏଭଳି ସ୍ଥିତିରେ ନେକ୍ଟ୍ରାର ମୁଲ୍ୟାଙ୍କନ 1.2 ଅରବ ଡଲାର ହେବା ସମ୍ଭାବନା ରହିଛି । ଯାହାକି 9,084 କୋଟି ଟଙ୍କାର ଅଧିକ । ତେବେ ଏହି ଚୁକ୍ତି ପୂରଣ ହେବା ପରେ କାର୍ଲାଇଲ ପାଖରେ ଏହାର 25 ପ୍ରତିଶତ ଷ୍ଟକ ରହିବ । ବାକି 75 ପ୍ରତିଶତ ଅଂଶଧନ ଏୟାରଟେଲ ପାଖରେ ରହିବ । ଏହି ଚୁକ୍ତି ପାଇଁ ନିୟାମକ ମଞ୍ଜୁରୀ ନେବା ଦରକାର । ଯେଉଁଥିରେ ଭାରତ ପ୍ରତିଯୋଗିତା ଆୟୋଗର ମଞ୍ଜୁରୀ ମଧ୍ୟ ସାମିଲ ରହିଥାଏ ।

ନେକ୍ସଟ୍ରାର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିଛି । ଏହା ପ୍ରମୁଖ ଭାରତୀୟ ତଥା ବିଶ୍ବ ସ୍ତରୀୟ ଉଦ୍ୟୋଗ, ଷ୍ଟାର୍ଟଅପ୍, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ଏବଂ ସରକାରଙ୍କୁ ଡାଟା କେନ୍ଦ୍ର ସେବା ଯୋଗାଏ । ବିବୃତ୍ତିରେ କୁହାଯାଇଛି କି, ‘‘ ନେକ୍ସଟ୍ରାର ସମଗ୍ର ଦେଶରେ 10 ବଡ ଡାଟା ସେଣ୍ଟର ଓ 120ରୁ ଅଧିକ edge ଡାଟା ସେଣ୍ଟର ରହିଛି । ଯାହା ଗ୍ରାହକଙ୍କୁ କୋ ଲୋକେସନ ସେବା, କ୍ଲାଉଡ ଇନଫ୍ରାଷ୍ଟକ୍ଚର, ମ୍ୟାନେଜ୍ଡ ହୋଷ୍ଟିଙ୍ଗ, ଡାଟା ବ୍ୟକଅପ, ଡିଜାଷ୍ଟର ରିକୋଭରୀ ଓ ରିମୋଟ ଇନ୍ଫ୍ରାଷ୍ଟକ୍ଚର ମ୍ୟାନେଜମେଣ୍ଟ ଭଳି ସେବା ପ୍ରଦାନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.