ETV Bharat / business

ଋଣ ଚାପରେ ଦୁର୍ବଳ ହେବ ବ୍ୟାଙ୍କ, 2 ବର୍ଷରେ ବଢିବ 6 % ଏନପିଏ: ଫିଚ୍‌

author img

By

Published : May 28, 2020, 10:51 PM IST

ଅଧିକ ଋଣ ବୋଝ ବ୍ୟାଙ୍କକୁ ଦୁର୍ବଳ କରିବା ସହ ବକେୟା ଅନୁପାତ ବଢାଇବ । ଫଳରେ 2 ବର୍ଷରେ ଏନପିଏ 6 ପ୍ରତିଶତ ବଢିବ ବୋଲି ଚେତାବନୀ ଦେଇଛି ଫିଚ ରେଟିଂ । ଅଧିକ ପଢନ୍ତୁ..

Banks NPA
ଋଣ ଚାପରେ ଦୁର୍ବଳ ହେବ ବ୍ୟାଙ୍କ

ମୁମ୍ବାଇ: ସରକାରଙ୍କ ଘୋଷିତ 20 ଲକ୍ଷ କୋଟି ପ୍ୟାକେଜ ଅଧିନରେ ସୀକୃତ ଋଣ ଦେବା ଦ୍ବାରା ବ୍ୟାଙ୍କ ଚାପଗ୍ରସ୍ଥ ହେବ । ଋଣ କିସ୍ତି ଆଦାୟ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହେବ । ଏହା ଦ୍ବାରା ଆସନ୍ତା 2 ବର୍ଷ ମଧ୍ୟରେ ବକେୟା ଋଣ ଅନୁପାତରେ 6 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଗୁରୁବାର ଫିଚ ରେଟିଂସ ଚେତାବନୀ ଦେଇଛି ।

ଫିଚ କହିଛି ଯେ, ଜବରଦସ୍ତ ଋଣ ଦେବା ଚାପରେ ବ୍ୟାଙ୍କର ବକେୟା, ଋଣ ଅନୁପାତରେ 2 ପ୍ରତିଶତରୁ 6 ପ୍ରତିଶତ ମଧ୍ୟରେ ହୋଇପାରେ । ଏହା ବ୍ୟାଙ୍କ ସ୍ଥିତିର ଗମ୍ଭୀରତା ଓ ବିପଦ ମୁଣ୍ଡାଇବାର କ୍ଷମତା ଓ ଉଚ୍ଚ ନିୟାମକ ବ୍ୟବସ୍ଥା ଉପରେ ନିର୍ଭର କରିବ ।

ତେବେ ଏଜେନ୍ସି ପକ୍ଷରୁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର ଏନପିଏ ନେଇ ଅଲଗା ଅଲଗା ସୂଚନା ଦିଆଯାଇନାହିଁ ।

ସରକାର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ବିଭିନ୍ନ ସେକ୍ଟର ପାଇଁ ଅନେକ ଋଣ ଯୋଜନା ରହିଛି । ଏଥିସହ ଇଏମଆଇ କିସ୍ତି ସ୍ଥଗିତ ଅବଧିକୁ 3 ମାସ ବଢାଇଛି ଆରବିଆଇ । ଏ ନେଇ ଫିଚ ରିପୋର୍ଟରେ କୁହାଯାଇଛି କି, ଏ ସବୁ ଉପାୟ ବିଶେଷ କରି ସାର୍ବଜନୀନ ବ୍ଯାଙ୍କ ଉପରେ ଅଧିକ ବୋଝ ପକାଇବ । ଯାହା ବାଲାନ୍ସ ସିଟ ପୂର୍ବରୁ ହିଁ କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.