ETV Bharat / business

ବ୍ୟାଙ୍କ ଅଫ ବରୋଦା ଓ ୟୁନିଅନ ବ୍ୟାଙ୍କର ଋଣ ସୁଧ ହାର ହ୍ରାସ - bank of baroda

ବ୍ୟାଙ୍କ ଅଫ ବରୋଦା ଓ ୟୁନିଅନ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି । ହ୍ରାସ ହେଲା ଋଣ ସୁଧ ହାର । ବ୍ୟାଙ୍କ ଅଫ ବରୋଦା ଏହି ହ୍ରାସ ଜୁନ 12ରୁ ଓ ୟୁନିଅନ ବ୍ୟାଙ୍କର ଜୁନ 11ରୁ ଲାଗୁ ହେବ । ଅଧିକ ପଢନ୍ତୁ..

bank of baroda union bank of india reduce lending rates
ବ୍ୟାଙ୍କ ଅଫ ବରୋଦା ଓ ୟୁନିଅନ ବ୍ୟାଙ୍କର ଋଣ ସୁଧ ହାର ହ୍ରାସ
author img

By

Published : Jun 11, 2020, 1:15 PM IST

ମୁମ୍ବାଇ: ବ୍ୟାଙ୍କ ଅଫ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଖୁସିଖବର । ଏହି 2 ବ୍ୟାଙ୍କ ନିଜ ସମସ୍ତ ଅବଧିର ମାର୍ଜିନାଲ କଷ୍ଟ ଅଫ ଲେଣ୍ଡିଂ(ଏମସିଏଲଆର) ହ୍ରାସ ନେଇ ବୁଧବାର ଘୋଷଣା କରିଛନ୍ତି ।

ବ୍ୟାଙ୍କ ଅଫ ବରୋଦା ଏମସିଏଲଆରରେ 0.15 ପ୍ରତିଶତ ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ 0.10 ପ୍ରତିଶତ ହ୍ରାସ କରିଛି ।

ବ୍ୟାଙ୍କ ଅଫ ବରୋଦା ଏହି ହ୍ରାସ ଜୁନ 12ରୁ ଓ ୟୁନିଅନ ବ୍ୟାଙ୍କର ଜୁନ 11ରୁ ଲାଗୁ ହେବ । ବ୍ୟାଙ୍କ ଅଫ ବରୋଦାର ଏକ ବିଜ୍ଞପ୍ତି ଅନୁସାରେ ବର୍ଷିକିଆ ଋଣ ପାଇଁ ସଂଶୋଧିତ ଏମସିଏଲଆର 7.65 ପ୍ରତିଶତ ରହିବ । ଯାହାକି ଏବେ 7.80 ପ୍ରତିଶତ ରହିଛି ।

ଏଭଳି ଭାବେ ୟୁନିଅନ ଅଫ ଇଣ୍ଡିଆର ବାର୍ଷିକ ଋଣ ଉପରେ ଏମସିଏଲଆର 7.70 ପ୍ରତିଶତରୁ ହ୍ରାସ କରି 7.60 ପ୍ରତିଶତ କରିଛି ।

ପ୍ରକାଶ ଯେ, ଏହା ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଏମସିଏଲଆର ଆଧାରିତ ସୁଧ ଦରରେ 0.25 ପ୍ରତିଶତ ହ୍ରାସ ନେଇ ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.