ନୂଆଦିଲ୍ଲାୀ: ବିଶ୍ୱର ସର୍ବ ବୃହତ୍ତ ତୈଳ କମ୍ପାନୀ ‘ଅରାମକୋ’କୁ ପଛରେ ପକାଇ ଦୁନିଆର ସବୁଠୁ ମୁଲ୍ୟବାନ କମ୍ପାନୀ ସୂଚୀର ଶୀର୍ଷରେ ଆପଲ । ମହାମାରୀ ପରେ ବି ବର୍ଷ ଆରମ୍ଭରୁ ଭଲ ଅଭିବୃଦ୍ଧି ସହ ପ୍ରଫିଟ କମେଇଛି ଟେକ ଦିଗ୍ଗଜୟ ଆପଲ । କମ୍ପାନୀର ବଜାର ପୁଞ୍ଜିକରଣ 184,000 କୋଟି ଡଲାର ରହିଛି ।
ସିଏନବିସି ରିପୋର୍ଟ ଅନୁଯାୟୀ, ଭଲ ଟର୍ନଓଭର ସହ ଶୁକ୍ରବାର ସୁଦ୍ଧା ଆପଲର ସେୟାରଗୁଡ଼ିକ 10.47 ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ଅରାମକୋକୁ ମାତ ଦେଇ ଆପଲ ବିଶ୍ୱର ବହୁମୂଲ୍ୟ ସାର୍ବଜନୀନ ବ୍ୟବସାୟରେ ପରିଣତ ହୋଇଛି ।
ବର୍ତ୍ତମାର ସାଉଦି ଅରାମକୋ ବଜାର ପୁଞ୍ଜିକରଣ 176,000 କୋଟି ଡଲାର ରହିଛି ।
ମହାମାରୀ ଯୋଗୁଁ ଆପଲର ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିଲା । ଏଥିଯୋଗୁଁ ଆଇଫୋନ ଉତ୍ପାଦନ କମ୍ପାନୀକୁ ସମଗ୍ର ବିଶ୍ବରେ ନିଜର ସମସ୍ତ ରିଟେଲ ଷ୍ଟୋରକୁ ବନ୍ଦ କରିବାକୁ ପଡିଥିଲା । ହେଲେ ଏସବୁ ସତ୍ତ୍ବେ ବି କମ୍ପାନୀର ସେୟାରରେ ଏ ବର୍ଷ 44 ପ୍ରତିଶତ ବୃଦ୍ଧି ହୋଇଛି ।
ଆପଲ 2020 ଆର୍ଥିକ ବର୍ଷ ତୃତୀୟ ତ୍ରୟମାସରେ 59.70 ଡଲାର କାରବାର କରିଛି । ଯାହାକି ପୂର୍ବ ବର୍ଷ ଏହି ତ୍ରୟମାସ ତୁଳନାରେ 11 ପ୍ରତିଶତ ଅଧିକ ।