ନ୍ୟୁୟର୍କ : ଆଇଫୋନ ନିର୍ମାତା କମ୍ପାନୀ ଆପଲର ବଜାର ମୂଲ୍ୟ ପ୍ରଥମ ଥର ପାଇଁ 2 ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏଥିସହ କମ୍ପାନୀ ଏତେ ପରିମାଣର ମାର୍କେଟ କ୍ୟାପ ସହ ପ୍ରଥମ ଆମେରିକା କମ୍ପାନୀ ଭାବେ ମାନ୍ୟତା ପାଇଛି । 1 ଟ୍ରିଲିୟନ ଡଲାରରେ ପହଞ୍ଚିବାର 2 ବର୍ଷ ଭିତରେ ଆପଲ ଏହି ସଫଳତା ହାତେଇଛି ।
ଏ ବର୍ଷ ଆପଲ ସେୟାରରେ ପାଖାପାଖୀ 60 ପ୍ରତିଶତ ବୃଦ୍ଧି ହୋଇଛି । କାରଣ କମ୍ପାନୀ ଚୀନରେ ଫ୍ୟାକ୍ଟ୍ରିକୁ ବନ୍ଦ କରିଦେଇଛି । ଯେଉଁଠାରେ ଆଇଫୋନର ଉତ୍ପାଦନ କରିଥାଏ । ଏପଟେ କୋରୋନା ଭାଇରସ ମହାମାରୀ ମଧ୍ୟରେ ଏହାର ଖୁରୁରା ବିକ୍ରି ମଧ୍ୟ ବନ୍ଦ ହୋଇଛି ।
ଆପଲ ବିଗ ଟେକ୍ନୋଲୋଜିଙ୍କ ରେସରେ ଆଗୁଆ ରହିଛି । ଏହା ଦ୍ରୁତ ଗତିରେ ଲୋକଙ୍କ ଜୀବନ ଓ ସେୟାର ବଜାରରେ ସ୍ଥାନ ନେଉଛି । ତେବଳ 5 କମ୍ପାନୀ ଆପଲ, ମାଇକ୍ରୋସଫ୍ଟ, ଆମାଜନ , ଫେସବୁକ ଓ ଗୁଗୁଲର ମୂଳ କମ୍ପାନୀ ଏସଆଣ୍ଡପି 500 ର ସମ୍ପୁର୍ଣ୍ଣ ମୂଲ୍ୟର ଏହା ପାଖାପାଖୀ 23 ପ୍ରତିଶତ ।
2019 ଡିସେମ୍ବରରେ ସାର୍ବଜନୀକ କମ୍ପାନୀ ହେବାର କିଛି ସମୟ ପରେ ସାଉଦି ଅରାମକୋ 2 ଟ୍ରିଲିୟନ ଡଲାରର ବଜାର ପୁଞ୍ଜିକରଣ ରେକର୍ଡ କରିଥିଲା । ତେବେ ତେଲ ଦାମ ହ୍ରାସ ମଧ୍ୟ ସାଉଦି ଉର୍ଜା ଉତ୍ପାଦକ ସେୟାରରେ ହ୍ରାସ ଦେଖାଦେଇଛି । ଏହାର ବଜାର ମୂଲ୍ୟ ଏଭେ 1.82 ଟ୍ରିଲିୟନ ଡଲାର ରହିଛି ।