ETV Bharat / business

‘ଅଟୋ ଉଦ୍ୟୋଗକୁ ଏକ ସାଙ୍ଗରେ ସଞ୍ଚାଳନ ଅନୁମତି ଦେବା ଦରକାର’

author img

By

Published : May 2, 2020, 10:25 PM IST

ଅଟୋ ଇଣ୍ଡଷ୍ଟ୍ରୀର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାକୁ ଏକକାଳୀନ ସଞ୍ଚାଳନ ପାଇଁ ଅନୁମତି ଦେବାକୁ ସରକାରଙ୍କୁ କହିଛନ୍ତି ଗାଡି ନିର୍ମାଣକାରୀ ସଂଗଠନ ସିଆମ, ଫାଡା ଏବଂACMA । ଅଧିକ ପଢନ୍ତୁ...

Auto industry bodies
‘ଅଟୋ ଉଦ୍ୟୋଗକୁ ଏକ ସାଙ୍ଗରେ ସଞ୍ଚାଳନ ଅନୁମତି ଦେବା ଦରକାର’

ନୂଆଦିଲ୍ଲୀ: ଅଟୋ ଇଣ୍ଡଷ୍ଟ୍ରୀର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାକୁ ଏକକାଳୀନ ସଞ୍ଚାଳନ ପାଇଁ ଅନୁମତି ଦେବାକୁ ସରକାରଙ୍କୁ କହିଛନ୍ତି ଗାଡି ନିର୍ମାଣକାରୀ ସଂଗଠନ ସିଆମ, ଫାଡା ଏବଂACMA । ଯଦି କୌଣସି ଏକ ଖଣ୍ଡରେ ପରିଚାଳନା ଆରମ୍ଭ ନ ହୁଏ, ତେବେ ସମ୍ପୁର୍ଣ୍ଣ ଶୃଙ୍ଖଳା ଆରମ୍ଭ ହୋଇପାରିବ ନାହିଁ । ଏଣୁ ଏଥିପାଇଁ ଅନୁମତି ଲୋଡା ରହିଛି ।

ଏ ନେଇ 3 ଗାଡି ନିର୍ମାତା ସଙ୍ଗଠନ ପକ୍ଷରୁ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କୁ ଏକ ସଯୁକ୍ତ ସ୍ମାରକ ପତ୍ର ଦେଇ ଜଣାଯାଇଛି । ଏଥିସହ ସଙ୍ଗଠନ କହିଛି ଯେ, ଲକଡାଉନ ଯୋଗୁଁ ପ୍ରତିଦିନ 2300 କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଏଥିଯୋଗୁଁ ଏହି ସେକ୍ଟରର ଆର୍ଥିକ ଗତିବିଧିକୁ ଶୀଘ୍ର ଆରମ୍ଭ କରିବା ଜରୁରୀ ରହିଛି । ପ୍ରକାଶ ଯେ, ଗତ 15 ମାସ ଧରି ଭାରତର ଅଟୋ ଉଦ୍ୟୋଗ ମାନ୍ଦାବସ୍ଥା ଦେଇ ଗତି କରୁଛି । ଆଉ ଏବେ ଏହାର ସମ୍ପୁର୍ଣ୍ଣ ମୂଲ୍ୟ ଶୃଙ୍ଖଳା ପ୍ରତିବନ୍ଧକର ସାମ୍ନା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.