ETV Bharat / business

କୋଭିଡ କାଳରେ ୟୁଜର୍ସଙ୍କୁ ସ୍ବତନ୍ତ୍ର ସେବା ଯୋଗାଇବ ଏୟାରଟେଲ

author img

By

Published : May 15, 2021, 10:47 PM IST

ଗ୍ରାହକଙ୍କ ପାଇଁ ନୂଆ ସେବା ଆଣିଲା ଏୟାରଟେଲ । କୋଭିଡ କାଳରେ ଗ୍ରାହକଙ୍କୁ ସେବା ଯୋଗାଇବାକୁ ଏକ ଭିନ୍ନ ପଦକ୍ଷେପ ନେଇଛି କମ୍ପାନୀ । ଅଧିକ ପଢନ୍ତୁ..

କୋଭିଡ କାଳରେ ୟୁଜର୍ସଙ୍କୁ ସ୍ବତନ୍ତ୍ର ସେବା ଯୋଗାଇବ ଏୟାରଟେଲ
କୋଭିଡ କାଳରେ ୟୁଜର୍ସଙ୍କୁ ସ୍ବତନ୍ତ୍ର ସେବା ଯୋଗାଇବ ଏୟାରଟେଲ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ କୋଭିଡ ସହାୟତା ସହ ଜଡିତ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି ଭାରତୀ ଏୟାରଟେଲ । ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଏହି ସେବା ଯୋଗାଇବ କମ୍ପାନୀ ।

ଏହା ସହିତ ଭାରତ ଏୟାରଟେଲ ସେହି କମ୍ପାନୀଗୁଡିକର ବଢୁଥିବା ତାଲିକାରେ ଯୋଗ ଦେଇଛି, ଯେଉଁମାନେ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ଡିଜିଟାଲ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ସୁବିଧା ଆରମ୍ଭ କରିଛନ୍ତି ।

ଟେଲିକମ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହା ସହଜରେ ପହଞ୍ଚୁଥିବା କୋଭିଡ ସମର୍ଥନ ଉତ୍ସ ଏବଂ ଆନୁସଙ୍ଗିକ ସୂଚନାକୁ 'ଏୟାରଟେଲ୍ ଥ୍ୟାଙ୍କସ' ଆପର ଏକ୍ସପ୍ଲୋର ବିଭାଗରେ ଏକୀକୃତ କରିଛି ।

ୟୁଜର୍ସଙ୍କୁ ଆପର ଲାଟେଷ୍ଟ ଭର୍ସନ ଡାଉନଲୋଡ୍ କରିବା ପରେ, ଏକ୍ସପ୍ଲୋର ବିଭାଗକୁ ଯାଇ କୋଭିଡ୍ ସପୋର୍ଟ ବ୍ୟାନରରେ କ୍ଲିକ୍ କରିବାକୁ ହେବ ।

ବିବୃତ୍ତି ଅନୁସାରେ , ଏୟାରଟେଲ ଥ୍ୟାଙ୍କସ ଆପର ୟୁଜର ଏହି ଆପ୍ ମାଧ୍ୟମରେ ନିଜର ତଥା ସେମାନଙ୍କ ପ୍ରିୟଜନଙ୍କ ପାଇଁ ଟୀକାକରଣ ସ୍ଲଟ୍ ବୁକ୍ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.