ETV Bharat / business

କୋରୋନା ମାଡରେ ବିମାନ ଶିଳ୍ପ ଶୋଚନୀୟ, 600 କୋଟି କ୍ଷତି ସହିଛି ସ୍ପାଇସଜେଟ

author img

By

Published : Sep 16, 2020, 2:59 PM IST

ମାର୍ଚ୍ଚ ମାସରେ ଲକଡାଉନ ଯୋଗୁଁ ଉଡାଣ ଉପରେ ରୋକ ଲଗାଯାଇଥିଲା । ଯେଉଁଥିପାଇଁ ବିମାନ କମ୍ପାନୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଛି ।

Airlines reports net loss of  Rs600 crore, owing to COVID
କୋରୋନା ମାଡରେ ବିମାନ ଶିଳ୍ପ ଶୋଚନୀୟ, 600 କୋଟି କ୍ଷତି ସହିଛି ସ୍ପାଇସଜେଟ Airlines reports net loss of Rs600 crore, owing to COVID

ନୂଆଦିଲ୍ଲୀ: କୋରୋନା ପ୍ରତିହିତ ପାଇଁ ଲଗାଯାଇଥିବା ଲକଡାଉନ ଯୋଗୁଁ ଉଡାଣ ଉପରେ ରୋକ ଲଗାଯାଇଥିଲା । ଏଥିଯୋଗୁଁ ବିମାନ ଶିଳ୍ପ ବିପର୍ଯ୍ୟସ୍ଥ ହୋଇପଡିଛି । ଏଥିମଧ୍ୟରେ ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ଏହାର କ୍ଷତି ରିପୋର୍ଟ ପ୍ରକାଶ କରିଛି । କୋଭିଡ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ)ରେ ସ୍ପାଇସଜେଟ 600.5 କୋଟି ଟଙ୍କା ନିଟ କ୍ଷତି ସହିଛି ।

କମ୍ପାନୀ କହିଛି କି, ଗତ ଆର୍ଥିକ ବର୍ଷ ସମାନ ଅବଧିରେ 262.8 କୋଟି ଟଙ୍କା ନିଟ ଲାଭ ମିଳିଥିଲା । ସେହିଭଳି 2020-21 ପ୍ରଥମ ତ୍ରୟମାସରେ କମ୍ପାନୀର ପରିଚାଳନା ଆୟ 521କୋଟି ଟଙ୍କା ରହିଛି । ଯାହାକି ପୂର୍ବ ବର୍ଷ ସମାନ ଅବଧିରେ 3,002.8 କୋଟି ଟଙ୍କା ଥିଲା । ସେହିଭଳି ପରିଚାଳନା ବ୍ୟୟ 1,311.6 କୋଟି ଟଙ୍କା ଥିଲାବେଳେ ଗତ ବର୍ଷ ଏହା 2,886.7 କୋଟି ଟଙ୍କା ଥିଲା ।

ସ୍ପାଇସଜେଟର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହ କହିଛନ୍ତି କି ପ୍ରଥମ ତ୍ରୟମାସରେ ଉଡାଣ ସ୍ଥଗିତ ଥିଲା । ଆଉ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ସମସ୍ୟାଗୁଡ଼ିକ ଚାହିଦା ହ୍ରାସ କରିଛି ।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷ ଜୁନ ତ୍ରୟମାସରେ ସ୍ପାଇସଜେଟ ବ୍ୟତୀତ ଇଣ୍ଡିଗୋ ଏୟାରୱେଜର ମଧ୍ୟ କ୍ଷତି ହୋଇଛି । ଏହି ତ୍ରୟମାସରେ କମ୍ପାନୀ 2844.3 କୋଟି ଟଙ୍କା କ୍ଷତି ସହିଛି । ମାର୍ଚ୍ଚ ମାସରେ ଲକଡାଉନ ଯୋଗୁଁ ଉଡାଣ ଉପରେ ରୋକ ଲଗାଯାଇଥିଲା । ଯେଉଁଥିପାଇଁ ବିମାନ କମ୍ପାନୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.