ETV Bharat / business

ବେଙ୍ଗାଲୁରୁ ଓ ସାନ ଫ୍ରାନ୍ସିସ୍କୋ ମଧ୍ୟରେ ନନଷ୍ଟପ ଉଡାଣ ଭରିବ ଏୟାର ଇଣ୍ଡିଆ

ଏଣିକି ଏୟାର ଇଣ୍ଡିଆରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାନ ଫ୍ରାନ୍ସିସ୍କୋ (ଏସଏଫଓ)କୁ ନନଷ୍ଟପ ଉଡାଣ ଭରିବେ ଯାତ୍ରୀ । 2021 ଜାନୁଆରୀ 11ରୁ ସପ୍ତାହରେ 2 ଥର ସାନଫ୍ରାନ୍ସିସ୍କୋ ପାଇଁ ଉଡାଣ ଭରିବ ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ..

author img

By

Published : Nov 26, 2020, 8:39 PM IST

ବେଙ୍ଗାଲୁରୁ ଓ ସାନ ଫ୍ରାନ୍ସିସ୍କୋ ମଧ୍ୟରେ ନନଷ୍ଟପ ଉଡାଣ ଭରିବ ଏୟାର ଇଣ୍ଡିଆ
ବେଙ୍ଗାଲୁରୁ ଓ ସାନ ଫ୍ରାନ୍ସିସ୍କୋ ମଧ୍ୟରେ ନନଷ୍ଟପ ଉଡାଣ ଭରିବ ଏୟାର ଇଣ୍ଡିଆ

ବେଙ୍ଗାଲୁରୁ: ଶୀଘ୍ର ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାନ ଫ୍ରାନ୍ସିସ୍କୋ (ଏସଏଫଓ)କୁ ନନଷ୍ଟପ ଉଡାଣ ଭରିପାରିବେ ଯାତ୍ରୀ । ଭାରତର ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାରଇଣ୍ଡିଆ 2021 ଜାନୁଆରୀ 11ରୁ ସପ୍ତାହରେ 2 ଥର ସାନଫ୍ରାନ୍ସିସ୍କୋ ପାଇଁ ଉଡାଣ ଭରିବ ।

ଏହା ବେଙ୍ଗାଲୁରୁ ଓ ଆମେରିକା ମଧ୍ୟରେ ପ୍ରଥମ ନନଷ୍ଟପ ଉଡାଣ ହେବ । ଯାହାକି ଦୁନିଆର ଦୁଇ ଟେକ ହବ -ମୂଳ ସିଲିକନ ଭେଲି ଓ ଭାରତର ସିଲିକନ ଭେଲିକୁ ଯୋଡିଥାଏ ।

ବେଙ୍ଗାଲୁରୁ ଏବଂ ସାନ ଫ୍ରାନ୍ସିସ୍କୋ ମଧ୍ୟରେ ଏହି ପ୍ରଥମ ନନଷ୍ଟପ ବିମାନ ବେଙ୍ଗାଲୁରୁ ବିମାନବନ୍ଦର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଏହା ଯାତ୍ରୀମାନଙ୍କୁ ଆମେରିକାର ୱେଷ୍ଟ କୋଷ୍ଟରେ ଥିବା ସହରରେ ଦ୍ରୁତ ଏବଂ ସହଜ ସୁବିଧା ଯୋଗାଇବାରେ ସାହାଯ୍ୟ କରିବ |

ନୂଆ ନନ-ଷ୍ଟପ ସେବାରୁ ଆଶା ରହିଛି କର୍ପୋରେଟ ଗ୍ରାହକଙ୍କୁ ନାନ ଫ୍ରାନ୍ସିସ୍କୋ ଓ ଆମେରିକା ଆଖପାଖ ସ୍ଥାନରେ ଯାତ୍ରା କରିବା ଦାବି ପୂରଣ ହେବ । ଏୟାର ଇଣ୍ଡିଆର ଯୋଜମନା ରହିଛି କି ଏହା 238 ସିଟର ବୋଇଂ 777-200 ଏଲଆର ବିମାନର ପରିଚାଳନା କରିବ । ବେଙ୍ଗାଲୁରୁ ଓ ସାନ ଫ୍ରାନ୍ସିସ୍କୋକୁ ଦୁନିଆର ଶୀର୍ଷ 45 ଡିଜିଟାଲ ସହରରେ କ୍ରମଶଃ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.