ETV Bharat / business

ଭୋଡା, ଆଇଡିଆକୁ 2540 କୋଟିର କ୍ଷତି - ଲକଡାନରେ ଟେଲିକମ କମ୍ପାନୀ

କୋରୋନା ଲକଡାଉନ ଯୋଗୁଁ ବହୁ ଷ୍ଟୋର ବନ୍ଦ ରହିଥିବା ଯୋଗୁଁ ରିଚାର୍ଜ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଫଳରେ ଭୋଡା ଆଇଡିଆର ବ୍ୟବସାୟ କ୍ଷତିଗ୍ରସ୍ଥ ହୋଇଛି । ଅଧିକ ପଢନ୍ତୁ..

AGR woes: VIL Q1 loss mounts to Rs 25,460 cr on high provisions

author img

By

Published : Aug 7, 2020, 12:31 PM IST

ନୂଆଦିଲ୍ଲୀ: ଋଣ ଭାରରେ ବୁଡି ରହିଥିବା ଦେଶରେ ତୃତୀୟ ସବୁଠୁ ବଡ ଟେଲିମକ କମ୍ପାନୀକୁ ବଡ ଝଟକା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ମଧ୍ୟରେ କମ୍ପାନୀର ନିଟ କ୍ଷତି ବୃଦ୍ଧି ପାଇ 25,460 କୋଟି ଟଙ୍କାରେ ପହଞ୍ଚିଛି । ଆଇନ ଅନୁଯାୟୀ ବକେୟା ପ୍ରଦାନରେ କମ୍ପାନୀର କ୍ଷତି ବୃଦ୍ଧି ପାଇଛି।

ଭୋଡାଫୋନ ଓ ଆଇଡିଆ ପକ୍ଷରୁ ସେୟାର ବଜାରକୁ ପଠାଯାଇଥିବା ସୂଚନା ଅନୁସାରେ ପୂର୍ବରୁ ବର୍ଷ ଏହି ଅବଧିରେ କମ୍ପାନୀର 4,874 କୋଟି ଟଙ୍କା କ୍ଷତି ହୋଇଥିଲା ।

କମ୍ପାନୀର ପରିଚାଳନାରେ ଆୟ 2020-21 ଆର୍ଥିକ ପ୍ରଥମ ତ୍ରୟମାସରେ ହ୍ରାସ ପାଇ 10,659.3 କୋଟି ଟଙ୍କା ରହିଛି । ଯାହା 1 ବର୍ଷ ପୂର୍ବରୁ ଏହି ଅବଧିରେ 11,269.9 କୋଟି ଟଙ୍କା ଥିଲା । ଭୋଡା-ଆଇଡିଆ କହିଛି କି, କମ୍ପାନୀ ଜୁନ ତ୍ରୟମାସରେ ଏଜିଆର ବାବଦରେ 19,440.5 କୋଟି ଟଙ୍କା ଅତିରିକ୍ତ ଦିଆଯାଇଛି । ଏହି ବ୍ୟତିକ୍ରମ କ୍ଷତି ଯୋଗୁଁ କମ୍ପାନୀର ଆୟ କମିବା ସହ କ୍ଷତି ବଢିଛି ।

କମ୍ପାନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଏପ୍ରିଲ-ଜୁନ ମାସରେ କମ୍ପାନୀର ରାଜସ୍ବ 5.42 ପ୍ରତିଶତ ହ୍ରାସ ପାଇଛି । ଏନେଇ ଭୋଡା-ଆଇଡିଆ ଏମଡି ତଥା ସିଇଓ ରବୀନ୍ଦର ଟକ୍କର କହିଛନ୍ତି କି, ପ୍ରଥମ ତ୍ରୟମାସର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା । କୋରୋନା ଲକଡାଉନ ଯୋଗୁଁ ବହୁ ଷ୍ଟୋର ବନ୍ଦ ରହିଥିବା ଯୋଗୁଁ ରିଚାର୍ଜ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଫଳରେ କମ୍ପାନୀ ବ୍ୟବସାୟ କ୍ଷତିଗ୍ରସ୍ଥ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.