ETV Bharat / business

କୋରୋନା ମାଡ: 77 ପ୍ରତିଶତ କମ୍ପାନୀ ରାଜସ୍ବ ହ୍ରାସ - companies revenue decline

କୋରୋନା ମାଡରେ ଅର୍ଥନୀତି ପ୍ରଭାବିତ । 77 ପ୍ରତିଶତ କମ୍ପାନୀ ରାଜସ୍ବ ହ୍ରାସ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ଏନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।

77 percent companies face revenue drop amid Covid pandemic

author img

By

Published : Jul 13, 2020, 1:25 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ସଙ୍କଟ ଯୋଗୁଁ ପ୍ରାୟ 77 ପ୍ରତିଶତ କମ୍ପାନୀର ରାଜସ୍ବ ହ୍ରାସ ପାଇଛି । ବିଶେଷ କରି ଏମଏମଏଇ ସେକ୍ଟର ଅଧିକ ପ୍ରଭାବିତ ହୋଇଛି । ନିକଟରେ ହୋଇଥିବା ଏକ ବିଶ୍ବସ୍ତରୀୟ ସର୍ଭେରେ ଏନେଇ ସୂଚନା ପ୍ରକାଶ ପାଇଛି ।

720 ଟ୍ରାନ୍ସଫର୍ମ ଅଫ ଦୁବାଇ, ପ୍ରୋଫେସି FJLLC-Middle East ଏବଂ ଭାରତ ସ୍ଥିତ Insights3D ଦ୍ବାରା ସଂଯୁ୍କ୍ତ ରୂପେ କରାଯାଇଥିବା ଏହି ସର୍ଭେ ମୁତାବକ, ଭାରତ ଓ ମଧ୍ୟପୂର୍ବସ୍ଥ ପାଖାପାଖି 7 ପ୍ରତିଶତ କମ୍ପାନୀ ରାଜସ୍ବରେ ବୃଦ୍ଧି ରେକର୍ଡ ହୋଇଥିବା ବେଳେ 16 ପ୍ରତିଶତ କମ୍ପାନୀ ପ୍ରଭାବିତ ନୁହଁନ୍ତି। ଏହି ସର୍ଭେ ପାଇଁ ପ୍ରାୟ 282 କାର୍ଯ୍ୟନିର୍ବାହୀଙ୍କ ସହ ଆଲୋଚନା କରାଯାଇଥିଲା । ଯେଉଁଥିରେ ସମସ୍ତ ଉଦ୍ୟୋଗ ସେଗମେଣ୍ଟର ସିଇଓ ଏବଂ ଏମଡି ସାମିଲ ଥିଲେ ।

ଯେଉଁ କମ୍ପାନୀଗୁଡିକରେ ନକରାତ୍ମକ ପ୍ରଭାବ ପଡିଛି , ସେମାନଙ୍କ ରାଜସ୍ବରେ ଭାରୀ ହ୍ରାସ ଦେଖାଦେଇଛି । ସେଥିଧ୍ୟରୁ 30 ପ୍ରତିଶତ କମ୍ପାନୀ ରାଜସ୍ବରେ 50 ପ୍ରତିଶତରୁ ଅଧିକ କ୍ଷତି ରେକର୍ଡ ହୋଇଛି । ଯେତେବଳେ କି 30 ପ୍ରତିଶତ କମ୍ପାନୀଙ୍କ ରାଜସ୍ବ 30ରୁ 40 ପ୍ରତିଶତ କମିଛି ।

ରିପୋର୍ଟରେ କୁହାଯାଇଛି କି ସର୍ଭେରେ ସାମିଲ ପାଖାପାଖି 30 ପ୍ରତିଶତ କମ୍ପାନୀ କଠୋର ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.