ETV Bharat / business

ଏବେ ଘରେ ଘରେ ମଦ ପହଞ୍ଚାଇବ ଜୋମାଟୋ! - Alcoho home deliver

ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ଏବେ ମଦର ହୋମ ଡେଲିଭରି କରିବ । ଲକଡାଉନ ମଧ୍ୟରେ ମଦ ଚାହିଦା ବଢିବା ପରେ ଏହାର ଫାଇଦା ନେବାକୁ କମ୍ପାନୀ ଏ ନେଇ ପ୍ରସ୍ତୁତ ହେଉଛି । ଅଧିକ ପଢନ୍ତୁ.

Zomato to deliver Alcohol!
ଏବେ ଘରେ ଘରେ ମଦ ପହଞ୍ଚାଇବ ଜୋମାଟୋ!
author img

By

Published : May 7, 2020, 5:14 PM IST

ହାଇଦ୍ରାବାଦ: କୋରୋନା କଟକଣା ମଧ୍ୟରେ ଭାରତରେ ମଦ ଚାହିଦା ପ୍ରବଳ ମାତ୍ରାରେ ବଢିଛି । ରଏଟର୍ସର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ଏବେ ଘରେ ଘରେ ମଦ ପହଞ୍ଚାଇବ

ବର୍ତ୍ତମାନ ସମୟରେ ଜୋମାଟୋ ଗ୍ରାହକଙ୍କୁ ଅତ୍ୟାବଶ୍ୟତ ସାମଗ୍ରୀ ଯୋଗାଉଛି । ଘରେ ଘରେ ରାସନ ସାମଗ୍ରୀ ଡେଲିଭରି କରୁଛି । କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ଏବେ ତୃତୀୟ ପର୍ଯ୍ୟାୟରେ ଲକଡାଉନ ଜାରି ରହିଛି । ଏଥିମଧ୍ୟରେ କିଛି ପ୍ରତିବନ୍ଧକ ସହ ମଦ ବିକ୍ରି ନେଇ ଅନୁମତି ଦିଆଯାଇଛି ।

ଦେଶର ସମସ୍ତ ରାଜ୍ୟରେ ପାଖାପାଖୀ 2.5 ଲକ୍ଷ କୋଟି ରାଜସ୍ବ କେବଳ ମଦ ବିକ୍ରିରୁ ମିଳିଥାଏ । ଅଧିକାଂଶ ରାଜ୍ୟର ମୋଟ ରାଜସ୍ବର 15ରୁ 20 ପ୍ରତିଶତ ଅଂଶ କେବଳ ମଦରୁ ଆସିଥାଏ ।

ଦେଶରେ 16 ସର୍ବବୃହତ୍ତ ରାଜ୍ୟ (ବିହାର, ଗୁଜୁରାଟ,ଆନ୍ଧ୍ରପ୍ରଦେଶକୁ ବାଦ ଦେଇ)ର ମଦ ବିକ୍ରିରୁ ବଜେଟ ରାଜସ୍ବ ଅନୁମାନ 2020-21ରେ 1.65 ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ ଏହି ରାଜ୍ୟ ଗୁଡିକରେ ମଦ ବିକ୍ରିରୁ ପ୍ରାୟ 1.65 ଲକ୍ଷ କୋଟି ଆୟ ନେଇ ବଜେଟରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.