ETV Bharat / business

ଅନଲାଇନରେ 2ଲକ୍ଷରୁ ଊର୍ଦ୍ଧ୍ବ ପେମେଣ୍ଟ କରିପାରିବେ ୟେସ ବ୍ୟାଙ୍କ ଗ୍ରାହକ

author img

By

Published : Mar 12, 2020, 9:51 AM IST

ଏଣିକି ୟେସ ବ୍ୟାଙ୍କ ଗ୍ରାହକ ନିଜ କ୍ରେଡିଟ କାର୍ଡ, ଇଏମଆଇ ତଥା ଅନ୍ୟାନ୍ୟ କିସ୍ତି ବକେୟାକୁ 2 ଅନ୍ୟ ବ୍ୟାଙ୍କ ଜରିଆରେ ଅନଲାଇନ କରିପାରିବେ ।

Yes Bank users allowed to make over Rs 2 lakh payments via other bank a/cs
ଅନଲାଇନରେ 2ଲକ୍ଷରୁ ଉର୍ଦ୍ଧ୍ବ ପେମେଣ୍ଟ କରିପାରିବେ ୟେସ ବ୍ୟାଙ୍କ ଗ୍ରାହକ

ନୂଆଦିଲ୍ଲୀ: ଆର୍ଥିକ ବୋଝ ତଳେ ଲଦି ହୋଇପଡିଥିବା ୟେସ ବ୍ୟାଙ୍କ ସଙ୍କଟ ବଢୁଥିବାବେଳେ ଜମାକର୍ତ୍ତାଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଏବେ ଗ୍ରାହକ ନିଜ କ୍ରେଡିଟ କାର୍ଡ, ଇଏମଆଇ ତଥା ଅନ୍ୟାନ କିସ୍ତି ବକେୟାକୁ 2 ଅନ୍ୟ ବ୍ୟାଙ୍କ ଜରିଆରେ ଅନଲାଇନ କରିପାରିବେ । ବୁଧବାର ଏ ନେଇ ଟ୍ବିଟ କରି ୟେସ ବ୍ୟାଙ୍କ ସୂଚନା ଦେଇଛି ।

ଟ୍ବିଟରେ ବ୍ୟାଙ୍କ ଜଣାଇଛି ଯେ, ଗ୍ରାହକ ସେମାନଙ୍କ ବକେୟା ବାବଦରେ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅନଲାଇନରେ ପୈଠ କରିପାରିବେ ।

2 ଦିନ ତଳେ ୟେସ ବ୍ୟାଙ୍କ କ୍ରେଡିଟ କାର୍ଡ ବା ଋଣ ବକେୟା ପୈଠ ପାଇଁ ଅନ୍ୟ ବ୍ୟାଙ୍କ ଖାତାରୁ ଆଇଏମପିଏସ ଏବଂ ଏନିଏଫଟି (NEFT) ସୁବିଧା ପୁଣି ଆରମ୍ଭ କରିଥିଲା । ଏବେ ବ୍ୟାଙ୍କ ଏଭଳି ଦେୟ ପାଇଁ ଆରଟିଜିଏସ (RTGS ) ସେବାର ମଧ୍ୟ ଆରମ୍ଭ କରିଦେଇଛି ।

RTGS ଜରିଆରେ 2 ଲକ୍ଷ ଟଙ୍କାରୁ ଅଧିକ ପୈଠ କରାଯାଇପାରିବ । ଆଉ NEFT ମାଧ୍ୟମରେ କେବଳ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୈଠ ସୁବିଧା ରହିଛି ।

ରିଜର୍ଭ ବ୍ୟାଙ୍କ ଆର୍ଥିକ ଅନିୟମିତତାକୁ ନଜରରେ ରଖି ୟେସ ବ୍ୟାଙ୍କ ନିୟନ୍ତ୍ରଣକୁ ନିଜ ହାତକୁ ନେଇଛି । ଏହା ପରେ ମାର୍ଚ୍ଚ 5 ରୁ ଏପ୍ରିଲ 3 ପର୍ଯ୍ୟନ୍ତ ୟେସ ବ୍ୟାଙ୍କ ଗ୍ରାହକ ସର୍ବାଧିକ 50 ହଜାର ଟଙ୍କା ପ୍ରତ୍ୟାହାର କରିବାକୁ ଏକ ସୀମା ଧାର୍ଯ୍ୟ ହୋଇଛି ।

ଆରବିଆଇର ନିୟନ୍ତ୍ରଣ ପରେ ବ୍ୟାଙ୍କର ଅନଲାଇନ କାରବାର ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଥିଲା। ଏବେ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରୁ ଅନଲାଇନ ପେମେଣ୍ଟ ଉପରେ ମଧ୍ୟ କଟକଣା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.