ETV Bharat / business

ୟେସ ବ୍ୟାଙ୍କ କବଜାରେ ଅନୀଲ ଅମ୍ବାନୀ ଗ୍ରୁପ ହେଡ୍‌କ୍ବାର୍ଟର

author img

By

Published : Jul 30, 2020, 12:43 PM IST

ଅନୀଲ ଅମ୍ବାନୀଙ୍କ ଉପରେ ୟେସ ବ୍ୟାଙ୍କର ଆକ୍ସନ । ବକେୟା ପୈଠରେ ବିଫଳ ହେବାରୁ ଅନୀଲ ଅମ୍ବାନୀ ଗ୍ରୁପର ହେଡକ୍ବାର୍ଟର କବଜା କଲା ବ୍ୟାଙ୍କ । ଅଧିକ ପଢନ୍ତୁ..

Yes Bank takes over Anil Ambanis group HQ in Mumbai

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ଲାଗିଛି ଶକ୍ତ ଧକ୍କା । 2,892 କୋଟି ଟଙ୍କା ବକେୟା ପରିଶୋଧରେ ବିଫଳ ହେବାରୁ ଅନୀଲ ଅମ୍ବାନୀ ଗ୍ରୁପର ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ୍‌ରେ ଥିବା ମୁଖ୍ୟାଳୟକୁ କବଜାକୁ ନେଇଛି ୟେସ ବ୍ୟାଙ୍କ ।

ୟେସ ବ୍ୟାଙ୍କ ପକ୍ଷରୁ ବୁଧବାର ଖବରକାଗଜରେ ଦିଆଯାଇଥିବା ନୋଟିସ ଅନୁସାରେ, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର ବକେୟା ପୈଠ କରିନଥିବାରୁ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇରେ ଥିବା 2 ଟି ଫ୍ଲାଟକୁ ନିଜ ହାତକୁ ନେଇଯାଇଛି ବ୍ୟାଙ୍କ ।

ଅନୀଲ ଧୀରୁଭାଇ ଅମ୍ବାନୀ ଗ୍ରୁପର ପ୍ରାୟ ସମସ୍ତ କମ୍ପାନୀଗୁଡିକ ସାନ୍ତାକ୍ରୁଜ୍‌ ରିଲାଏନ୍ସ ସେଣ୍ଟରରୁ ପରିଚାଳନା କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ ଏହି ଗ୍ରୁପ କମ୍ପାନୀଗୁଡିକର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । କିଛି କମ୍ପାନୀ ଦେବାଳିଆ ହୋଇଯାଇଥିଲା ବେଳେ କିଛି ନିଜ ଅଂଶଧନ ବିକ୍ରି କରିଛନ୍ତି ।

ୟେସ ବ୍ୟାଙ୍କ କହିଛି କି, ମେ ମାସ 6 ତାରିଖରେ ରିଲାଏନ୍ସ ଇନଫ୍ରାକୁ 2,892.44 କୋଟି ଟଙ୍କା ବକେୟା ଦେୟ ପରିଶୋଧ କରିବାକୁ ନୋଟିସ ଦିଆଯାଇଛି । ତେବେ 60 ଦିନର ନୋଟିସ ପରେ ବି ବକେୟା ପୈଠରେ ଗ୍ରୁପ ବିଫଳ ହୋଇଛି । ଯାହା ପରେ ଜୁଲାଇ 22 ରେ ବ୍ୟାଙ୍କ 3ଟି ସମ୍ପତ୍ତିକୁ କବଜା କରିନେଇଥିଲା । ଏହି ସମ୍ପତ୍ତିଗୁଡିକୁ ନେଇ କୌଣସି କାରବାର ନ କରିବା ପାଇଁ ସାଧାରଣ ଜନତାଙ୍କୁ ଚେତାବନୀ ଦେଇଛି ବ୍ୟାଙ୍କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.