ETV Bharat / business

ୟେସ ବ୍ୟାଙ୍କ ମାମଲା: ଇଡିରେ ହାଜର ହେଲେ ନରେଶ ଗୋଏଲ

author img

By

Published : Mar 21, 2020, 6:48 PM IST

ୟେସ ବ୍ୟାଙ୍କ ଆର୍ଥିକ ଅନିୟମତା ମାମଲା । ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଓ ତାଙ୍କ ପରିବାର ବିରୋଧରେ ହୋଇଥିବା ମାମଲାରେ ନରେଶ ଗୋଏଲଙ୍କୁ ଇଡି ପଚରା ଉଚରା କରିଛି ।

YES Bank case: Jet Airways founder Naresh Goyal appears before ED in Mumbai
ୟେସ ବ୍ୟାଙ୍କ ମାମଲା: ଇଡି ଆଗରେ ହାଜର ହେଲେ ନରେଶ ଗୋଏଲ

ମୁମ୍ବାଇ: ୟେସ ବ୍ୟାଙ୍କ ଆର୍ଥିକ ଅନିୟମତା ମାମଲାର ଯାଞ୍ଚ ନେଇ ଇଡିରେ ହାଜର ହେଲେ ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ । ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଓ ତାଙ୍କ ପରିବାର ବିରୋଧରେ ହୋଇଥିବା ଏହି ମାମଲାରେ ଗୋଏଲଙ୍କୁ ଇଡି ପଚରା ଉଚରା କରିଛି ।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଗୋଏଲଙ୍କ ବୟାନକୁ ରେକର୍ଡ କରାଯାଇଛି । ଜେଟ ଏୟାରୱେଜ ଉପରେ ସଙ୍କଟଗ୍ରସ୍ଥ ୟେସ ବ୍ୟାଙ୍କର ପ୍ରାୟ 550 କୋଟି ଟଙ୍କା ବକେୟା ରହିଛି ।

ଏହା ପୂର୍ବରୁ ଯାଞ୍ଚ ଏଜେନ୍ସି ଗୋୟଲଙ୍କୁ ପ୍ରଥମ ଥର ମାର୍ଚ୍ଚ 18ରେ ଡାକିଥିଲା । କିନ୍ତୁ ସେଦିନ ସେ ନିଜ କୌଣସି ସମ୍ପର୍କୀୟଙ୍କ ଅସୁସ୍ଥତା ଦର୍ଶାଇ ଆସି ନଥିଲା । ଏହା ପରେ ପୁଣି ତାଙ୍କୁ ଶନିବାର ଡକାଯାଇଥିଲା । ଇଡି ପକ୍ଷରୁ ରାଣା କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.