ETV Bharat / business

କଣ ଆରବିଆଇ ସୁଧ ହାର ହ୍ରାସ ଜାରି ରଖିବ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

author img

By

Published : Aug 5, 2020, 8:12 PM IST

ଆକଳନ ମଧ୍ୟରେ ଅଟକିଛି ରେପୋରେଟ ଦର ହ୍ରାସ ବୃଦ୍ଧି । ଏ ନେଇ ଏସବିଆଇ ଠାରୁ କ୍ରିସିଲ ଆଦି ଆର୍ଥିକ ସଂସ୍ଥା ପକ୍ଷରୁ ବିଭିନ୍ନ ଅନୁମାନ କରି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଗୁରୁବାର ଆରବିଆଇ ଗଭର୍ଣ୍ଣରଙ୍କ ଘୋଷଣା ପରେ ଚର୍ଚ୍ଚାରେ ପଡିବ ବିରାମ... ଅଧିକ ପଢନ୍ତୁ..

କଣ ଆରବିଆଇ ସୁଧ ହାର ହ୍ରାସ ଜାରି ରଖିବ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ
କଣ ଆରବିଆଇ ସୁଧ ହାର ହ୍ରାସ ଜାରି ରଖିବ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ହାଇଦ୍ରାବାଦ: ପୁଣି ହ୍ରାସ ହେବ କି ରେପୋରେଟ ଦର ? କମିବ କି ଇଏମଆଇ ? କୋରୋନା ସଙ୍କଟ ମଧ୍ୟରେ ସୁଧ ହାର ଶସ୍ତା ନେଇ ଅନାଇରହିଛନ୍ତି ଗ୍ରାହକ । ତେବେ ଏସବୁର ପ୍ରଶ୍ନର ଉତ୍ତର ଗୁରବାର ମୁଦ୍ରାନୀତି ସମୀକ୍ଷା ଘୋଷଣା ପରେ ଜଣା ପଡିବ । ହେଲେ ଏ ନେଇ କଣ ରହିଛି ବିଶେଷଜ୍ଞଙ୍କ ମତ , ଜାଣନ୍ତୁ ..

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି (ଏମପିସି )ର 3 ଦିନିଆର ବୈଶକ ଗୁରୁବାର ଶେଷ ହେବ । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଶକ୍ତିକାନ୍ତ ଦାସ କାଲି ଘୋଷଣା କରିବେ । ତେବେ ଏହି ବୈଠକରେ କୋରୋନା ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ରେପୋରେଟ ହ୍ରାସ ସମେତ ବିଭିନ୍ନ ଆର୍ଥିକ ପଦକ୍ଷେପ ନେବା ନେଇ ଆଶା ରହିଛି ।

ଆଇସିଆଇସିଆଇ ସିକ୍ୟୁରିଟି ଅର୍ଥନୀତିଜ୍ଞ ଅଙ୍ଗା ଦେବଧର (Anagha Deodhar) ଇଟିଭି ଭାରତକୁ କହିଛନ୍ତି କି, ଏହି ମୁଦ୍ରାନୀତି ସମୀକ୍ଷା ବୈଠକରେ ରପୋରେଟ ଦର ହ୍ରାସ ସମ୍ଭାବନା ରହିଛି । କାରଣ ବର୍ତ୍ତମାନ ମୁଦ୍ରାସ୍ପୀତି ବୃଦ୍ଧିକୁ ଆଉ ଅଣଦେଖା କରାଯାଇପାରିବ ନାହିଁ । ସେ କହିଛନ୍ତି କି, ‘‘ ଯଦି ଆପଣ ଦେଖିବେ ,ତେବେ ଗତ 3 ମାସରେ ଖୁଚୁରା ମୁଦ୍ରାସ୍ପୀତି 6 ପ୍ରତିଶତ ବୃଦ୍ଧି ହୋଇଛି । ଏହା ବ୍ୟତିତ ଆଳୁ ଦାମରେ ମଧ୍ୟ ବର୍ଷାନୁକ୍ରମିକ ଭାବେ 40 ପ୍ରତିଶତ ବୃଦ୍ଧି ହୋଇଛି ।

ପ୍ରକାଶ ଯେ, ଉପଭୋକ୍ତା ମୁଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ପୀତି ଜୁଲାଇରେ 6.09 ପ୍ରତିଶତ ଓ ମେ ମାସରେ 6.29 ପ୍ରତିଶତ ରହିଛି ଏ ବର୍ଷ ଏପ୍ରିଲରେ ଏହା 7.22 ପ୍ରତିଶତ ଥିଲା । ତେବେ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ପୀତି 4 ପ୍ରତିଶତ ରହିବା ନେଇ ଆକଳନ ରଖିଥିଲା ।

ରେପୋରେଟ ଦର ନିର୍ଦ୍ଧାରଣ ସମୟରେ ସିପିଆଇକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ ନିଆଯାଇଥାଏ । ତେବେ ବ୍ୟାପକ ଆର୍ଥିକ ସ୍ଥିରତା ଓ ମାନ୍ଦାବସ୍ଥା ଆଶଙ୍କା ମଧ୍ୟ ଆରବିଆଇ ଏମପିସିର 2 ଅଫିସିଆ ବୈଠକରେ ସୁଧ ଦର 115 ବେସିସ ପଏଣ୍ଟ ହ୍ରାସ କରିଛି ।

ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପ (ECORAP) ରେ କୁହାଯାଇଛି କି, ‘‘ଆମ ଅନୁମାନ ଅନୁସାରେ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ କରିବ ନାହିଁ। ତେବେ ବୈଠକରେ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେବ ଏବଂ ଅଣ ପାରମ୍ପାରିକ ପଦକ୍ଷେପ ଗ୍ରହଣ କରାଯାଇପାରିବ କି ନାହିଁ, ସେନେଇ ଚର୍ଚ୍ଚା ହେବ ।’’

ଏଥିମଧ୍ୟରେ ଘରୋଇ ରେଟିଂ ଏଜେନ୍ସି କ୍ରିସିଲ ଅନୁମାନ ଦର୍ଶାଇଛି କି, ଏମପିସି ବୈଠକରେ ରେପୋରେଟ ଦର 25 ବେସିସ ପଏଣ୍ଟ ହ୍ରାସ ହେବା ସମ୍ଭାବନା ରହିଛି । କାରଣ ମୁଦ୍ରାସ୍ପୀତି ଲଗାତାର ବଢିଚାଲିଛି ।

ଅନ୍ୟ ଏକ ରେଟିଂ ଏଜେନ୍ସି ଇକ୍ରା ଅନୁସାରେ , ରୋପୋରେଟ ଦରରେ ଆହୁରୀ ହ୍ରାସ ଆବଶ୍ୟକ ରହିଛଥି । ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟର ପିଟିଆଇକୁ କହିଛନ୍ତି କି, ‘‘ ରେପାରେଟ ଦର 25 ବେସିସ ପଏଣ୍ଟ ଓ ରିଭର୍ସ ରେପୋ ରେଟ ହାର 35 ବେସିସ ପଏଣ୍ଟ ହ୍ରାସ ନେଇ ଆମେ ଆଶା ରଖିଛୁ ।

ତେବେ ମେ ମାସର ହୋଇଥିବା ମୁଦ୍ରା ନୀତି ବୈଠକ ବିବୃତ୍ତିରେ ଆରବିଆଇ ଘୋଷଣା କରିଥିଲା କି, ଅଭିବୃଦ୍ଧିର ପୁନରୁଦ୍ଧାର ଏବଂ କୋଭିଡ ପ୍ରଭାବ ହ୍ରାସ ହେବା ପର୍ଯ୍ୟନ୍ତ ରେପୋ ହାର ହ୍ରାସ ଜାରି ରଖିବାକୁ ମିଳିତ ଭାବେ ଏମପିସିର ସମସ୍ତ ସଦସ୍ୟ ମତଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.