ନାସିକ: ପିଆଜ ରପ୍ତାନୀରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କୁ ଭେଟିବେ ଏନସିପି ପ୍ରମୁଖ ଶରଦ ପାୱାର। ଏନେଇ ସେ ନିଜେ ଜଣାଇଛନ୍ତି।
ଶରଦ ପାୱାର କହିଛନ୍ତି, ‘ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା 2 ଲକ୍ଷରୁ କମ ଋଣ ଛାଡ ଯୋଗୁଁ ରାଜ୍ୟର 85 ପ୍ରତିଶତ କୃଷକ ଉପକୃତ ହେବେ। ଏନେଇ ମୁଁ ଶୀଘ୍ର କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବି। ପିଆଜ ରପ୍ତାନୀ ଓ ଭଣ୍ଡାର ଉପରେ ଲାଗିଥିବା ରୋକକୁ ହଟାଇବା ପାଇଁ ଦାବି ଜଣାଇବି।
ସେ ଏହା ମଧ୍ୟ କହିଛନ୍ତି, ‘ରାଜ୍ୟରେ ଅଣମୌସୁମୀ ବର୍ଷା ଯୋଗୁଁ କୃଷକ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସହଯୋଗ କରିବା ଦରକାର। ପାଖାପାଖି 85 ପ୍ରତିଶତ କୃଷକଙ୍କ ଉପରେ 2 ଲକ୍ଷରୁ କମ ଋଣ ରହିଛି। ସରକାରଙ୍କ ଦ୍ବାରା ଦିଆଯାଇଥିବା ଋଣ ଛାଡ ନିଶ୍ଚିତ କୃଷକଙ୍କୁ ଆଶ୍ବସ୍ତି ଦେବ। ବାକି 15 ପ୍ରତିଶତ କୃଷକଙ୍କୁ ବଜେଟରେ ଆଶ୍ବସ୍ତି ମିଳିବା ଦରକାର। ’
ସେହିପରି ରାଜ୍ୟର ଆଖୁ ଚାଷୀଙ୍କ ପାଇଁ ଚର୍ଚ୍ଚା ଚାଲିଛି। ଚିନି କାରଖାନା ପାଇଁ ବାଧା ସାଜିଥିବା ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ଶରଦ ପାୱାର କହିଛନ୍ତି।