ନୂଆଦିଲ୍ଲୀ: 60 ଦିନର ଲକଡାଉନ ମଧ୍ୟରେ ଅର୍ଥନୀତି ସଙ୍କଟରେ । ଏପରି ସଙ୍କଟ ସମୟରେ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ସରକାର 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ବିଭିନ୍ନ ସେକ୍ଟରକୁ ବୁଷ୍ଟର ଡୋଜ ପୂର୍ବକ ବିଭିନ୍ନ ଯୋଜନା ଅଣାଯାଇଛି । ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଇଟିଭି ଭାରତର exclusive ସାକ୍ଷାତକାର ।
ମାନ୍ଦାବସ୍ଥାରେ ଗତି କରୁଥିବା ଅର୍ଥନୀତି କୋରୋନା କଟକଣା ଓ ଲକଡାଉନରେ ମଧ୍ୟରେ ଗଭୀର ଭାବେ ପ୍ରଭାବିତ ହୋଇଛି । 2019-20 ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ (ଜିଡିପି) 11 ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ସହ ଚଳିତ ଆର୍ଥିକ ବର୍ଷର ଜିଡିପି ନେଗେଟିଭ ରହିବା ନେଇ ବିଭିନ୍ନ ଆର୍ଥିକ ଏଜେନ୍ସି ଓ ଆରବିଆଇ ଆକଳନ କରିସାରିଛି । ଏହାର ମୁକାବିଲା ପାଇଁ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ପୂରଣ କରିବା ସହ ଧୀମା ଅର୍ଥନୀତିକୁ ପୁଣି ଗତିଶୀଳ କରାଇବା ପ୍ରଚେଷ୍ଟାରେ କେନ୍ଦ୍ର ସରକାର ।
ଇଟିଭି ଭାରତ ସହ ଆଲୋଚନା ସମୟରେ ଠାକୁର ପ୍ରବାସୀ ପ୍ରସଙ୍ଗରେ କହିଛନ୍ତି । ଏଥିସହ ବ୍ୟାଙ୍କ, ଏନପିଏ ଓ ଆର୍ଥିକ ପ୍ୟାକେଜ ନେଇ ବାଖ୍ୟା କରିଛନ୍ତି ମନ୍ତ୍ରୀ ।
ସମ୍ପାଦିତ ଉଦ୍ଧୃତାଂଶ:
ବର୍ତ୍ତମାନ ଆମେ ଯେଉଁ ପ୍ରବାସ ସଙ୍କଟର ସାମ୍ନା କରୁଛି, ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି କି? ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ନଗଦ ଟଙ୍କା ଦେବା ଉପରେ ଆପଣଙ୍କର ମତ କ’ଣ ?
ପ୍ରବାସୀ ଶ୍ରମିକଙ୍କ ଯତ୍ନ ନେବା ହେଉଛି କେନ୍ଦ୍ର ଏବଂ ରାଜ୍ୟର ପ୍ରାଥମିକ ଦାୟିତ୍ବ । ଏହି ଅନିଶ୍ଚିତ ସମୟରେ ସମନ୍ୱୟ ସହିତ ଉଭୟ ସହାୟତା ପ୍ରଦାନ କରିବା ଉଚିତ୍ । ପରିସ୍ଥିତିକୁ ସୁଗମ କରିବା କେନ୍ଦ୍ର ସରକାରଙ୍କ କାମ । ଯେଉଁଥିରେ ସେମାନଙ୍କ ପରିବହନ ପାଇଁ ଟ୍ରେନର ଉପଲବ୍ଧତା ସୁନିଶ୍ଚିତ ଏବଂ ସେମାନଙ୍କ ମାଗଣା ଖାଦ୍ୟ , ପାନୀୟ ଦଳ ଆଦି ଯୋଗାଇବା ରହିଛି ।
ଆମେ 3840 ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଲାଇଛୁ ଏବଂ 52 ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛନ୍ତି । ରେଳବାଇ ଶ୍ରମିକ ସ୍ପେଶାଲରେ 85 ଲକ୍ଷ ଯାତ୍ରୀଙ୍କୁ ଖାଦ୍ୟ ଏବଂ 1.25 କୋଟି ବୋତଲ ପାଣି ଯୋଗାଇ ଦେଇଛି।
ଆମେ 8 କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରତି ବ୍ୟକ୍ତି ପିଛା 5 କିଲୋଗ୍ରାମ ଚାଉଳ ଗହମ 1 କିଲୋଗ୍ରାମ ଡାଲି ବଣ୍ଟନ ପାଇଁ 3500 କୋଟି ଟଙ୍କା ଆବଣ୍ଟନ କରିଛୁ । ପିଏମ ଗରିବ କଲ୍ୟାଣ ପ୍ୟାକେଜର ଉଦ୍ଦେଶ୍ୟ ହେଉଛି ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷା ଯୋଗାଇବା ।
କଣ ରାଜକୋଷୀୟ ପ୍ରତିବନ୍ଧକ ଯୋଗୁଁ ସରକାର ବେତନଭୋଗୀ ଶ୍ରେଣୀଙ୍କୁ ଓ ମଧ୍ୟମ ବର୍ଗକୁ କୌଣସି ବି ପ୍ରକାରର ପ୍ରତ୍ୟକ୍ଷ କର ଲାଭରୁ ବଞ୍ଚିତ କରିଛନ୍ତି କି ?
ଭାରତୀୟ ଅର୍ଥବ୍ୟବସ୍ଥାର ମୂଳଦୁଆ ଏମଏସଏମଇ ସେକ୍ଟର । ଏହା 120 ମିଲିୟନ ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ । ଏଥିସହ ଭାରତର ମୋଟ ରପ୍ତାନୀରେ ପ୍ରାୟ 45 ପ୍ରତିଶତ ଯୋଗଦାନ ରଖିଥାଏ ।
ଏମଏସଏମଇ ପାଇଁ 3 ଲକ୍ଷ କୋଟି ଟଙ୍କା ଫଣ୍ଡ , ବ୍ୟାଙ୍କ ଓ ଏନବିଏଫସିକ 100 ପ୍ରତିଶତ କ୍ରେଡିଟ ଗ୍ୟାରେଣ୍ଟି ଓ ବିନା ବନ୍ଧକରେ ଫ୍ରି କଭର ସରକାର ପ୍ରଦାନ କରିଛନ୍ତି ।
ସେହିପରି ମଧ୍ୟମବର୍ଗଙ୍କୁ ଧନରାଶି ପ୍ରଦାନ ପାଇଁ ଟିଡିଏସ ଦରରେ 25 ପ୍ରତିଶତ ହ୍ରାସ କରାଯାଇଛି । ଏହା ବଜାରରେ 50,000 କୋଟି ଟଙ୍କାର ଲିକ୍ୟୁଡିଟି ଯୋଗାଇବା ସୁନିଶ୍ଚିତ କରୁଛି । ଟିଡିଏସରେ ଏହି ହ୍ରାସ 2021 31 ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ।
20 ଲକ୍ଷ କୋଟି ଟଙ୍କାର ଆର୍ଥିକ ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯଦି କୌଣସି ଅତିରିକ୍ତ ବଜେଟ ଖର୍ଚ୍ଚ ନାହିଁ , ତେବେ କୌଣସି ରାଜକୋଷୀୟ ପ୍ରୋତ୍ସାହନ ନାହିଁ। ଏହା ଉପରେ ଆପଣଙ୍କର ମନ୍ତବ୍ୟ....
ଆମେ ବିବେକପୂର୍ଣ୍ଣ ଏଥିସହ ଏବେ ବି ଆମେ ଦେଶର ସମସ୍ତ ବର୍ଗକୁ ପ୍ୟାକେଜରେ ସାମିଲ କରିବାକୁ ସୁନିଶ୍ଚିତ କରୁଛୁ ।
ବହୁ ଅର୍ଥନୀତିଜ୍ଞ କହିଛନ୍ତି କି, ବର୍ତ୍ତମାନ ସମୟରେ ଅର୍ଥନୀତି ସାମ୍ନା କରୁଥିବା ଚାହିଦା ହ୍ରାସ ସମସ୍ୟାର ସମାଧାନ ଆର୍ଥିକ ପ୍ୟାକେଜ ନୁହେଁ .. କଣ କହିବେ ଏ ନେଇ
ଚାହିଦା ଏବଂ ଯୋଗାଣ ସିଲୋରେ କାମ କରେ ନାହିଁ ଏବଂ ଯୋଗାଣ ଦିଗରେ ପଦକ୍ଷେପ ମଧ୍ୟ ଚାହିଦା ପାର୍ଶ୍ୱକୁ ପ୍ରଭାବିତ କରେ ।
ଆର୍ଥିକ ଏବଂ ଅନ୍ୟାନ୍ୟ ଆୟ ସହାୟତା ଦେଇ ଗ୍ରାହକଙ୍କ ଚାହିଦା ସୁଧାର ଆସିଥାଏ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପୂର୍ବରୁ ହିଁ ପାଖାପାଖୀ 41 କୋଟି ଲୋକ 52,608 କୋଟି ଟଙ୍କା ଆର୍ଥିକ ସହାୟତା ପାଇ ସାରିଛନ୍ତି। 9 କୋଟି ଚାଷୀଙ୍କ ପାଇଁ 18,000 କୋଟିରୁ ଅଧିକ ଟଙ୍କା ପହଞ୍ଚିଛି।
ପ୍ରଥମ କିସ୍ତି ଭାବରେ 20 କୋଟିରୁ ଅଧିକ ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କୁ 20,000 କୋଟି ପ୍ରଦାନ କରାଯାଇଛି।
ଏଥିସହ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପ୍ରାୟ 2.82 କୋଟି ବୃଦ୍ଧ, ବିଧବା ଏବଂ ଶାରୀରିକ ଦିବ୍ୟାଙ୍ଗଙ୍କୁ ଦୁଇଟି କିସ୍ତିରେ 2,807 କୋଟି ଟଙ୍କା ପ୍ରଦାନ କରାଯାଇଛି।
2.20 କୋଟିରୁ ଅଧିକ ଘର ଏବଂ ନିର୍ମାଣ ଶ୍ରମିକଙ୍କୁ 3,950 ଟଙ୍କା କୋଟି ଟଙ୍କା ମିଳିଛି ।
ଆଗାମୀ 6 ମାସ ପାଇଁ ଆମେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କର 12% + 12% ପିଏଫ ଯୋଗଦାନ ପ୍ରଦାନ କରିବୁ । ଯାହାଦ୍ବାରା ଲୋକଙ୍କୁ 2500 କୋଟି ଟଙ୍କାର ଫାଇଦା ହେବ ।
କୃଷକଙ୍କ ଆୟ ବୃଦ୍ଧି ସହ କୃଷିରେ ଆମର ଐତିହାସିକ ସୁଧାର କରାଯିବ । ଏହି ପ୍ୟାକେଜରେ ସମସ୍ତ ଚାହିଦାକୁ ଦୃଷ୍ଟିରେ ରଖି ଉପାୟ ଅଣାଯାଇଛି ।
କୋରୋନାରେ ଗଭୀର ପ୍ରଭାବିତ ଉଦ୍ୟୋଗ (ଯାତ୍ରା, ପର୍ଯ୍ୟଟନ, ରପ୍ତାନୀ) କୁ ପୁଣି ପୁନଃଉଦ୍ଧାର ପ୍ୟାକେଜ ଦେବା ନେଇ ଭବିଷ୍ୟରେ ଏଭଳି କିଛି ଯୋଜନା ରହିଛି କି
ଏ ନେଇ ସ୍ପଷ୍ଟ କରିବାକୁ ଚାହିଁବି କି, ପରିବହନ, ପର୍ଯ୍ୟଟନ , ଯାତ୍ରା , ରପ୍ତାନୀ ମଧ୍ୟ ଏମଏସଏମଇ ବ୍ୟବସାୟ ପରିଭାଷା ମଧ୍ୟରେ ଅନ୍ତର୍ଭୁକ୍ତ । ଆମେ ଏମଏସଏମଇ ସମସ୍ତ ବ୍ୟବସାୟ ପାଇଁ ବିନା ବନ୍ଧକରେ 3 ଲକ୍ଷ କୋଟି ପ୍ୟାକେଜର ଆବଣ୍ଟନ କରିଛୁ । ଏଥିସହ ଏମଏସଏମଇ ନିବେଶ ଓ କାରବାର ସୀମାକୁ ବିସ୍ତାର କରାଯାଇଛି । ତେବେ ଆଗକୁ ଆବଶ୍ୟକତା ଅନୁଯାୟୀ ଆହୁରୀ ଯୋଜନା ଅଣାଯିବ ।
ମହାମାରୀ ବିସ୍ତାର ସହ ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସରକାର ଏ ନେଇ କଣ ବିଶେଷ ଯୋଜନା ପ୍ରସ୍ତୁତ କରୁଛନ୍ତି କି, ବିଶେଷ କରି ସହରୀ କ୍ଷେତ୍ରରେ ଏହି ସମସ୍ୟାର ସମାଧାନ ନେଇ କିଛି ରହିଛି କି?
ଏମଏସଏମଇ ପାଇଁ 3 ଲକ୍ଷ କୋଟିର ପ୍ୟାକେଜ କର୍ମଚାରୀଙ୍କୁ ଦରମା, କଞ୍ଚାମାଲ କ୍ରୟ , ଯାତାୟତ ଖର୍ଚ୍ଚ ଆଦି ପାଇଁ ଦିଆଯାଇଛି । ଗ୍ରାମାଞ୍ଚଳ ପାଇଁ ମଧ୍ୟ ମନରେଗାକୁ 1 ଲକ୍ଷ କୋଟି ଟଙ୍କାର ଐତିହାସିକ ଆବଣ୍ଟନ କରାଯାଇଛି । ଏହା ଦ୍ବାରା କୋଟି କୋଟି ଲୋକଙ୍କୁ କାମ ମିଳିପାରିବ । ଏଥିସହ ବିଭିନ୍ନ ରାସ୍ତା ଖୋଲାଯାଉଛି , ଯାହା ଜରିଆରେ ନିଯୁକ୍ତି ସୃଷ୍ଟି ହେବ । ମୋଦି ସରକାର ଭାରତୀୟ ଓ ଭାରତ ବ୍ୟାପର ପାଇଁ ଯଥାସମ୍ଭବ ସହଯୋଗ ପାଇଁ ପ୍ରୟାସ କରୁଛନ୍ତି ।