ନୂଆଦିଲ୍ଲୀ:ଦେଶରେ ୟୁଟ୍ୟୁବରେ ଭିଡିଓ ଦେଖିବା ସମୟରେ ହୋଇଛି ବୃଦ୍ଧି । 2020 ଜୁଲାଇରେ ବାର୍ଷିକ ଆଧାରରେ 45 ପ୍ରତିଶତ ବଢିଛି ୟୁଟ୍ୟୁବରେ ଭିଡିଓ ଦେଖା । ଗୁଗୁଲର ଭିଡିଓ ପ୍ରସାରଣ ପ୍ଲାର୍ଟଫର୍ମ ୟୁଟ୍ୟୁବ ଶୁକ୍ରବାର କହିଛି ଯେ, ଏଥିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଛି ଆଞ୍ଚଳିକ ଭାଷାରେ ତିଆରି ଭିଡିଓ । ଏହାକୁ ଦେଖିବା ସଂଖ୍ୟା ବଢିଛି ।
ଶସ୍ତା ସ୍ମାର୍ଟଫୋନ ଓ ମୋବାଇଲ ଇଣ୍ଟରନେଟର ଉପଲବ୍ଧତା ମଧ୍ୟରେ ଗତ କିଛି ବର୍ଷରେ ଅନଲାଇନ ଭିଡିଓ ଦେଖିବାରେ ବୃଦ୍ଧି ରେକର୍ଡ ହୋଇଛି । ସେପଟେ କୋଭିଡ-19 ମହାମାରୀ ଯୋଗୁଁ ଲାଗିଥିବା ଲକଡାଉନ ଯୋଗୁଁ ଅନଲାଇନ ଭିଡିଓ ଓ ଗୀତ ପ୍ରସାରଣ କମ୍ପୋସନରେ ବୃଦ୍ଧି ହୋଇଥିବା ଜଣାଯାଇଛି ।
ୟୁଟ୍ୟୁବ ଏକ ବିବୃତ୍ତିରେ କହିଛି କି, ଏ ବର୍ଷ 2020 ଜୁଲାଇରେ ଭିଡିଓ ଦେଖିବା ସମୟ (ୱାଚଟାଇମ)ରେ ଗତ ବର୍ଷର ସମାନ ମାସ ତୁଳନାରେ 45 ପ୍ରତିଶତ ବୃଦ୍ଧି ହୋଇଛି । ଆଞ୍ଚଳିତ ଭାଷାରେ ତିଆରି ଭିଡିଓ ଏହି ବୃଦ୍ଧି ପଛର ବଡ କାରଣ । 2019 ସେପ୍ଟେମ୍ବରରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି କି, ‘‘ ଗୁଗୁଲ /କ୍ୟାଣ୍ଟର ଭିଡିଓ ଲ୍ୟାଣ୍ଡସ୍କେପ୍ ଅନୁସନ୍ଧାନ ’ ଅନୁସାରେ ୟୁଟ୍ୟୁବରେ ଭିଡିଓ ଦେଖିବା ଲୋକଙ୍କ ମଧ୍ୟରେ 93 ପ୍ରତିଶତ ଲୋକ ସ୍ଥାନୀୟ ଭାଷାରେ ତିଆରି ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଏହି ସର୍ଭେକ୍ଷଣରେ ପ୍ଲାର୍ଟଫର୍ମରେ ବିତାଇଥିବା ମୋଟ ସମୟ ଦିଆଯାଇ ନାହିଁ । ୟୁଟ୍ୟୁବ ଆଞ୍ଚଳିକ ଭାଷାରେ ବିଜ୍ଞାପନ ଦେଖାଉଥିବା ଏହାର ଲିଡରବୋର୍ଡ ଉପସ୍ଥାପନ କରିଛି ।
ରିପୋର୍ଟ ଅନୁଯାୟୀ, ଅମୁଲ ବିଜ୍ଞାପନ ‘ଟେଷ୍ଟ ଅଫ୍ ଇଣ୍ଡିଆ' (ତାମିଲ ଭାଷା)ଶୀର୍ଷରେ ରହିଛି । ଏହା ପରେ ମାଲାୟାଲମ ଭାଷାରେ ଏଣ୍ଟ୍ରି ଆପ୍ 'ମାସଏଣ୍ଟ୍ରି' ଏବଂ ବଙ୍ଗଳା ଭାଷାରେ 'ଗୁଡନାଇଟ ଗୋଲ୍ଡ ଫ୍ଲାସ୍' ବିଜ୍ଞାପନ ଭାବରେ ସ୍ଥାନିତ ହୋଇଛି ।