ETV Bharat / business

ଅନିଶ୍ଚିତତାରେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ, ସମାଧାନ ହୋଇନି ଆଇନଗତ ସମସ୍ୟା

author img

By

Published : Jun 4, 2020, 6:00 PM IST

ଅନିଶ୍ଚିତତା ମଧ୍ୟରେ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ । ବ୍ରିଟିଶ ଆଇନ ଅନୁସାରେ ସମସ୍ତ ଆଇନଗତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଯାଇପାରିବ ନାହିଁ । ଅଧିକ ପଢନ୍ତୁ..

Vijay Mallya's extradition can't take place until legal issues resolved
ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ

ହାଇଦ୍ରାବାଦ: ଭାରତକୁ ବିଜୟ ମାଲ୍ୟାଙ୍କ ପ୍ରତ୍ୟାପଣ ନେଇ ପୁଣି ଉପୁଜିଛି ବାଧା । ଭାରତରେ ରହିଥିବା ବ୍ରିଟିଶ ହାଇକମିଶନଙ୍କ ମୁଖପାତ୍ର ବିଜୟ ମାଲ୍ୟା କହିଛନ୍ତି କି, ବ୍ରିଟେନ ଆଇନ ଅନୁସାରେ ସମସ୍ତ ଆଇଗତ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ମାଲ୍ୟା ପ୍ରତ୍ୟାପଣ କରିପାରିବେ ନାହିଁ ।

ବ୍ରିଟିଶ ଆଇନ ଅଧିନରେ, ଆଇନ ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ପ୍ରତ୍ୟାପଣ ହୋଇପାରିବ ନାହିଁ । ଏହି ପ୍ରସଙ୍ଗ ଗୋପନୀୟ । ଏଣୁ ଆମେ କୌଣସି ମଧ୍ୟ ବିବରଣୀ ଦେଇପାରୁନାହିଁ । ଏପରିକି ଆମେ ଅନୁମାନ ମଧ୍ୟ କରିପାରୁନାହିଁ କି ଏହା ସମାଧାନ ପାଇଁ କେତେ ସମୟ ଲାଗିବ । ତେବେ ଆମେ ଏହାକୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛୁ ବୋଲି ୟୁକେ ହାଇ କମିଶନ ମୁଖପାତ୍ର କହିଛନ୍ତି ।

ଗତ ମାସରେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିରୋଧ ଅପିଲକୁ ଖାରଜ କରିଦିଆଯାଇଥିଲା । ଏଥିସହ ବ୍ରିଟେନ ସୁପ୍ରିମକୋର୍ଟରେ ଅପିଲ ପାଇଁ ମଧ୍ୟ ମନା କରିଦିଆଯାଇଥିଲା । ହେଲେ ଏବେ ଆହୁରି ଏକ ପ୍ରକ୍ରିୟା ରହିଛି ଯାହାକୁ ପ୍ରତ୍ୟାର୍ପଣ ବ୍ୟବସ୍ଥା ପୂର୍ବରୁ ସମାଧାନ ଆବଶ୍ୟକ ବୋଲି ମୁଖପାତ୍ର କହିଛନ୍ତି ।

ପ୍ରକାଶ ଯେ, ଖୁବ ଶୀଘ୍ର ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ନେଇ ବୁଧବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏ ନେଇ ପ୍ରତିକ୍ରିୟା ରଖି ବ୍ରିଟେନ ହାଇ କମିଶନ ମୁଖପାତ୍ର ବ୍ରିଟେନ ଆଇନ ସମ୍ପର୍କରେ ଦର୍ଶାଇବା ସହ ସହ ମାଲ୍ୟାଙ୍କ ଆସିବା ନେଇ କିଛି ଠିକ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.