ETV Bharat / business

କନ୍ଦାଉଛି ପରିବା ଦାମ, ଛଟପଟ ଖାଉଟି

author img

By

Published : Sep 11, 2020, 7:42 PM IST

ବୋଝ ଉପରରେ କୋରଡା ମାଡ ପରି ଲକଡାଉନ ଓ ବନ୍ୟାରେ ଚାଷୀ ହତାଶ, କ୍ଷତିଗ୍ରସ୍ଥ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି । ମହଙ୍ଗା ପରିବା ଦାମ ଗରିବ ଠାରୁ ମଧ୍ୟବିତ୍ତ ସମସ୍ତଙ୍କ ଜୀବନ ଜଟିଳ କରିଦେଇଛି । ଅଧିକ ପଢନ୍ତୁ...

ମହାମାରୀ ପରେ ମହଙ୍ଗା ମାଡ
ମହାମାରୀ ପରେ ମହଙ୍ଗା ମାଡ

ଢେଙ୍କାନାଳ: ମହାମାରୀ, ଲକଡାଉନ ଆଉ ପରେ ପରେ ବନ୍ୟାର ତାଣ୍ଡବ । ଫଳରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଢେଙ୍କାନାଳ ଦୈନିକ ପରିବା ବଜାର କଥା କହିଲେ ବାଇଗଣ, ଟମାଟୋ ,ଭେଣ୍ଡି, ଜହ୍ନି ଓ କଖାରୁ କିଲୋ ପ୍ରତି ୫୦ ଟଙ୍କା ଟପିଛି । ଆଉ କଲରା, ପୋଟଳ ,ଝୁଡଙ୍ଗ,ଲଙ୍କା ଓ ପୋଟଳ ଦର କଥା ପଚାରିବାକୁ ଡର ଲାଗୁଛି । ଟଙ୍କା ୫ ଶହର ପରିବା କିଣିଲେ ବ୍ୟାଗ ପୁରୁନି । ଏପରିସ୍ଥଳେ ବ୍ୟବସାୟୀ ଚିନ୍ତାରେ ଓ ଖାଉଟି ଅସନ୍ତୁଷ୍ଟ । ଢେଙ୍କାନାଳ ପରିବା ବଜାର ସମେତ ତମାମ ରାଜ୍ୟବାସୀଙ୍କୁ କଲବଲ କରାଉଛି ଏହି ମହଙ୍ଗା ବୋଝ ।

ମହାମାରୀ ପରେ ମହଙ୍ଗା ମାଡ

ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ବଜାରରେ ପରିବା ଏକ ପ୍ରକାର ଅଭାବ ଦେଖାଦେଇଛି । ଯେଉଁଠି ଦିନକୁ ପନ୍ଦର କୋଡିଏ ବସ୍ତା ପାରିବା ଆମଦାନୀ ହେବା କଥା, ସେଠି ମାତ୍ର ଗୋଟିଏ ଦୁଇଟି ବସ୍ତ। ପରିବା ଆସୁଥିବା ନେଇ ଚାଷୀ ବଖାଣଇଛି ତାର ଦୁଃଖ । ଏପେଟ ବ୍ୟବସାୟୀ ବି ହତାଶ । ପରିବାଦ ଦାମ ଅଧିକା ଯୋଗୁଁ ଖାଉଟି ଅଢେଇଶ, ଅଧକିଲୋ ନେଇ ଯାଉଛନ୍ତି ତ ପୁଣି କିଏ ଦାମ ଶୁଣି ଛାନିଆ ହୋଇ ଫେରିଯାଉଛନ୍ତି । ଫଳରେ ବଞ୍ଚିଯାଉଥିବା ପରିବା ପଡି ପଡି ସଢିଯାଉଛି । ଏଥିପାଇଁ ଦ୍ୱିତୀୟା ଓଷା ଅବସରରେ ଶହ ଶହ ସଂଖ୍ୟାରେ ଖାଉଟି ଭିଡ଼ ହେବା ବଦଳରେ ପରିବା ବଜାର ଖାଁ ଖାଁ ରହିଥିବା ଦେଖିବାକୁ ମିଳୁଛି ।

ମହାମାରୀ ପରେ ମହଙ୍ଗା ମାଡ
ମହାମାରୀ ପରେ ମହଙ୍ଗା ମାଡ

ଗୋଟିଏ ପଟରେ ଦ୍ଵିତୀୟା ଉଷା ସାଙ୍ଗକୁ ଘରେ ଗୃହିଣୀ ମାନଙ୍କ ପରିବା ଘାଣ୍ଟର ପ୍ରସ୍ତୁତି । ଆଉ ଏପଟେ ପରିବା ଦର ଆକାଶଛୁଆଁକୁ ନେଇ ସମସ୍ତଙ୍କୁ ଚିନ୍ତା ଘାରୁଛି । ଆଗକୁ ପୂଜା ପାର୍ବଣ ଓ ମହାଳୟା ଆସୁଥିବାରୁ ପରିବା ଡିମାଣ୍ଡ ଆହୁରୀ ବଢିବା ଆଶା । ଆଉ ଯଦି ଏଭଳି ଚଢା ଦାମ ଜାରି ରୁହେ ତେବେ ହାଣ୍ଡିଶାଳରେ ତରକାରୀରେ ମିଳାଇଯିବ ପରିବା ସୁଆଦ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.