ନୂଆଦିଲ୍ଲୀ: ନିବେଶକଙ୍କ ପସନ୍ଦୀୟ ସ୍ଥାନ ଭାରତ । ଦେଶରେ ପୁଞ୍ଜି ଖଟାଇବାକୁ ଉତ୍ସକ ବିକଶିତ ରାଷ୍ଟ୍ର ଆମେରିକା । ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ଲିଷ୍ଟରେ ଆମେରିକା ମରିସିୟକୁ ପଛକୁ ଠେଲି ଭାରତକୁ ରଖିଛି ଦ୍ବିତୀୟ ସ୍ଥାନରେ । ଆଉ ପ୍ରଥମରେ ରହିଛି ସିଙ୍ଗାପୁର ।
ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଜାରି କରିଥିବା ପରିସଂଖ୍ୟାନ ଅନୁସାରେ 2020-21 ରେ ଆମରିକାରୁ ଭାରତକୁ 13.82 ଅରବ ଡଲାରର ଏଫଡିଆଇ ମିଳିଛି । ଏଥିମଧ୍ୟରେ ସିଙ୍ଗାପୁର ଠାରୁ ମିଳିଥିବା ଏଫଡିଆଇ 17.41 ଅରବ ଡଲାର ରହିଛି ।
ସରକାରୀ ତଥ୍ୟ ଅନୁସାରେ 2021 ରେ ଭାରତରେ ଏଫଡିଆଇ 19 ପ୍ରତିଶତ ବଢି 59.64 ଅରବ ଡଲାର ରହିଛି । ସରକାର ବିଦେଶୀ ନିବେଶକଙ୍କ ଆକର୍ଷିତ କରିବା ପାଇଁ ଏହି ସମୟରେ ନୀତିଗତ ସୁଧାର, ନିବେଶ ସୁବିଧା ତଥା କାରବାର ଅନୁକୂଳ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।