ETV Bharat / business

ଭାରତ ମୁହାଁ ଆମେରିକୀୟ ନିବେଶକ, 40 ଅରବ ଡଲାର ଟପିଲା FDI - ଆମେରିକା ଏଫଡିଆଇ

ଭାରତ ପ୍ରତି ବଢୁଛି ଆମେରିକାର ବିଶ୍ବାସ । ଏଥିପାଇଁ ଆମେରିକାର ଏଫିଡିଆଇ ଭାରତରେ 40 ଅରବ ଡଲାର ପାର କରିଛି । ଅଧିକ ପଢନ୍ତୁ..

US FDI to India crosses 40 billion dollar

author img

By

Published : Jul 18, 2020, 10:37 PM IST

ୱାଶିଂଟନ: ଭାରତରେ ଆମେରିକାର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ)ର ପରିମାଣ ଏ ବର୍ଷ ଏବେ ସୁଦ୍ଧା 40 ଅରବ ଡଲାର ସ୍ତର ପାର କରିଛି । ଭାରତ କେନ୍ଦ୍ରୀକ ବିଜନେସ ଆଡଭୋକେସି ଗୋଷ୍ଠୀ ର କହିବା ଅନୁଯାୟୀ, ଏହା ଦେଶ ପ୍ରତି ଆମେରିକୀୟ କମ୍ପାନୀଗୁଡିକର ବିଶ୍ବାସକୁ ପ୍ରତିଫଳିତ କରୁଛି।

ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମ୍ (USISPF)ର ସଭାପତି ମୁକେଶ ଅଘୀ କହିଛନ୍ତି କି, କୋଭିଡ-19 ମହାମାରୀ ମଧ୍ୟରେ ଆମେରକୀୟ କମ୍ପାନୀ ଭାରତ ପ୍ରତି ବହୁତ ଭରସା ଦେଖାଇଛନ୍ତି । ଯେତେବଳେ କି ଏହି ସମୟ ମଧ୍ୟରେ ଦୁନିଆର ଅର୍ଥବ୍ୟବସ୍ଥାର ଗଭୀର ଭାବେ ପ୍ରଭାବିତ ହୋଇଛି । USISPF ଭାରତରେ ଆମେରିକା ପକ୍ଷରୁ ବଡ ଏଫଡିଆଇ ଉପରେ ନଜର ରଖିଥାଏ ।

ଅଘୀଙ୍କ କହିବା ଅନୁଯାୟୀ, ଆଜି ସୁଦ୍ଧା ଭାରତରେ ଆମେରିକାକୁ ନିବେଶ 40 ଅରବ ଡଲାର ସ୍ତର ପାର କରିସାରିଛି । ଗୁଗୁଲ, ଫେସବୁକ, ୱାଲମାର୍ଟ ଭଳି ବଡ କମ୍ପାନୀ ନିବେଶ ନେଇ ସେ କହିଛନ୍ତି କି ଗତ ସପ୍ତାହରେ ଆମେରିକା ପକ୍ଷରୁ ଭାରତରେ 20 ଅରବ ଡଲାରରୁ ଅଧିର ନିବେଶ କରାଯାଇଛି ।

ସେ କହିଛନ୍ତି କି, ଭାରତ ପ୍ରତି ନିବେଶକଙ୍କ ଭସସା ବହୁତ ଅଧିକ ରହିଛି । ଭାରତ ଏବେ ବି ବିଦେଶୀ ନିବେଶକଙ୍କ ପାଇଁ ବହୁକ ଆକର୍ଷଣୀୟ ବଜାର । ନିକଟରେ କେବଳ ଆମେରିକା 20 ଅରବ ଡଲାର ନିବେଶ କରିନାହିଁ ବରଂ, ପଶ୍ଚିମ ଏସିଆ ଏ ସୂଦୂର ପୂର୍ବରୁ ମଧ୍ୟ ନିବେଶ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.