ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବଢିଛି ଅନଲାଇନ ଟ୍ରାଞ୍ଜାକ୍ସନ । ଏଥିଯୋଗୁଁ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ଜରିଆରେ କରାଯାଇଥିବା ନେଣଦେଣ ସଂଖ୍ୟା 2020 ଅକ୍ଟୋବରରେ 2 ବିଲିୟନ ( ପ୍ରାୟ 200 କୋଟି ) ସ୍ତର ପାର କରିଛି । ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏ ନେଇ ସୋମବାର ସୂଚନା ଦେଇଛନ୍ତି ।
କାନ୍ତଙ୍କ ଅନୁସାରେ , ନେଣଦେଣ ମାତ୍ରା 1 ବର୍ଷରେ 80 ପ୍ରତିଶତ ବଢିଛି । କାରଣ ଗତ ବର୍ଷ ଅକ୍ଟୋବରରେ ୟୁପିଆଇ ମାଧ୍ୟମରେ 1.14 ବିଲିୟନ ପେମେଣ୍ଟ କରାଯାଇଥିଲା । ହେଲେ ଏଥର କୋରୋନା ଯୋଗୁଁ ଅଫଲାଇନ ବଦଳରେ ଅନଲାଇନ ନେଣଦେଣ ମାତ୍ରା ବଢିଥିବାରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଗତ ବର୍ଷ ତୁଳନାରେ 2 ଗୁଣା ବୃଦ୍ଧି ହୋଇଛି ।
କାନ୍ତ ଟ୍ବିଟ କରି କହିଛନ୍ତି କି, ‘‘ କମାଲ ! ୟୁପିଆଇ 2020 ଅକ୍ଟୋବର ମାସରେ 2 ବିଲିୟନ ଟ୍ରାଞ୍ଜାକ୍ସନ ମାର୍କ ପାର କରିଦେଇଛି । ୟୁପିଆଇ ମାତ୍ରା 2019 ଅକ୍ଟୋବରରେ 1.14 ବିଲିୟନ ଟ୍ରାଞ୍ଜାକ୍ସନରୁ 80 ପ୍ରତିଶତ ବଢି ଗତ ମାସରେ 2.07 ବିଲିୟନ ଟ୍ରାଞ୍ଜାକ୍ସନ ହୋଇଛି । ନେଣଦେମର ମୂଲ୍ୟ 101 ପ୍ରତିଶତ ବୃଦ୍ଧି ସହ 1,91,359.94 କୋଟି ଟଙ୍କାରୁ ବଢି 3,86,106.74 କୋଟି ଟଙ୍କା ହୋଇଛି ।
ୟୁଜର୍ସଙ୍କ ଦ୍ବାରା ପେମେଣ୍ଟର ଡିଜିଟାଲ ମୋଡରେ ଏହି ବୃଦ୍ଧି କୋରୋନା ମହାମାରୀ ପର୍ଯ୍ୟାୟରେ ଦେଖାଦେଇଛି ।