ETV Bharat / business

ବ୍ୟାଙ୍କ ମିଶ୍ରଣ: କଣ ଅଛି ସ୍ଥିତି ଓ ଆଗାମୀ ଲକ୍ଷ୍ୟ ? ପଢନ୍ତୁ ୟୁନିଅନ ବ୍ୟାଙ୍କ ଏମଡିଙ୍କ ମତାମତ... - ତେଲୁଗୁ ଲୋକଙ୍କ ବିଶ୍ବାସ ବଜାୟ ରଖିବ ୟୁନିଅନ ବ୍ୟାଙ୍କ

କୋଭିଡ-19 ମାଡରେ ବିପର୍ଯ୍ୟସ୍ତ ଅର୍ଥନୀତି । ଏହାର ପ୍ରଭାବ ବ୍ୟାଙ୍କିଙ୍ଗ ସେକ୍ଟର ଓ ବ୍ୟାଙ୍କ ମହାମିଶ୍ରଣଣକୁ କିଭଳି ପ୍ରଭାବିତ କରୁଛି , ସେ ନେଇ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏମଡି ରାଜକିରଣ ରାୟଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର , ଅଧିକ ପଢନ୍ତୁ...

Union Bank of India MD Rajkiran Rai interview
ୟୁନିଅନ ବ୍ୟାଙ୍କ ଏମଡିଙ୍କ ମତାମତ
author img

By

Published : May 4, 2020, 7:51 PM IST

ହାଇଦ୍ରାବାଦ: ବିଗତ ଅନେକ ଦଶନ୍ଧି ଧରି 2 ତେଲୁଗୁ ରାଜ୍ୟବାସୀଙ୍କ ଆନ୍ଧ୍ର ବ୍ୟାଙ୍କ ଅବିଚ୍ଛେଦ ସମ୍ପର୍କ ରହିଥିଲା । ହେଲେ ଏବେ ଆନ୍ଧ୍ର ବ୍ୟାଙ୍କ ମିଶ୍ରଣ ପରେ ମଧ୍ୟ ସମାନ ବିଶ୍ବାସ ବଜାୟ ରହିବ ବୋଲି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜକିରଣ ରାୟ ଇନାଡୁ ସହ exclusive ସାକ୍ଷାତକାରରେ ଜଣାଇଛନ୍ତି ।

ବର୍ତ୍ତମାନ ଅର୍ଥନୀତିକୁ ମାନ୍ଦାମୁହାଁ କରୁଥିବା କୋଭିଡ-19 ପ୍ରଭାବ ବ୍ୟାଙ୍କିଙ୍ଗ ସେକ୍ଟର ଓ ବ୍ୟାଙ୍କ ମହାମିଶ୍ରଣଣକୁ କିଭଳି ପ୍ରଭାବିତ କରୁଛି , ସେ ନେଇ ରାଜକିରଣଙ୍କୁ ଆମ ସମ୍ବାଦଦାତା ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଏଭଳି ରଖିଛନ୍ତି । ପଢନ୍ତୁ...

ଭାରତୀୟ ବ୍ୟାଙ୍କ ପ୍ରଣାଳୀରେ କୋଭିଡ-19 ପ୍ରଭାବ କଣ ରହିଛି ?

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି କରିଛି । ହେଲେ ଏହାର ପ୍ରଭାବ ଲୋକ ଓ ସଂସ୍ଥାନ ଉପରେ ମଧ୍ୟ ପ୍ରଡିଛି । ତାଲାବନ୍ଦ ଆମ ଅର୍ଥନୀତିକୁ ଦର୍ବଳ କରି ଦେଇଛି । ଚଳିତ ପ୍ରଥମ 2 ତ୍ରୈୟମାସର ଏହାର ପ୍ରଭାବ ଅନୁଭବ ହେବ । ଏପେଟ ଗ୍ରାହକଙ୍କ ଚାହିଦା ହ୍ରାସ ହୋଇଥିବାରୁ ବହୁ ବ୍ୟବସାୟ ସେମାନଙ୍କ ଉତ୍ପାଦନ କମାଉଛନ୍ତି । ଆଉ ଏ ସବୁ ରାଜସ୍ବ ଆକାଉଣ୍ଟକୁ ଦୁର୍ବଳ କରୁଛି । ଏହା ଋଣ ସଂଗ୍ରହରେ ମଧ୍ୟ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ । ହେଲେ ସୌଭାଗ୍ୟବଶଃତ ଆରବିଆଇ ସମସ୍ତ ବର୍ଗର ଋଣଦାତାଙ୍କୁ ରିହାତି ପ୍ରଦାନ କରିଛି । ବିଶେଷ କରି ଅନାଦେୟ ଋଣ ଭାର କ୍ଷେତ୍ରରେ ସ୍ବଳ୍ପ ମିଆଦି ସମସ୍ୟାରୁ ମୁକ୍ତି ମିଳିବ । ତେବେ ଯେତେ ଶୀଘ୍ର ସଙ୍କଟ ସରିବ ଆମ ଚ୍ୟାଲେଞ୍ଜ କମିବ ବୋଲି ଆଶା ରହିଛି ।

ଲକଡାଉନ ପରେ ଋଣ ପାଇଁ ଚାହିଦା ବୃଦ୍ଧି ହେବ କି ? କେଉଁ କ୍ଷେତ୍ରରେ ଏହି ଚାହିଦା ବଢିବ ବୋଲି ଆଶା ରହିଛି ?

ଆମେ ଆଶା କରୁଛୁ ଯେ ବ୍ୟକ୍ତି ଏବଂ ଉଦ୍ୟୋଗଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପରେ ଋଣ ଚାହିଦା ସ୍ୱାଭାବିକ ଅବସ୍ଥାକୁ ଆସିବ। ବିଶେଷ କରି ଅଧିକାଂଶ ଖୁଚୁରା ସଂସ୍ଥା ଏବଂ ଏମଏସଏମଇ କୋରୋନା ମାଡରେ ଗଭୀର କ୍ଷତି ସହିଛନ୍ତି । ନଗଦ ପ୍ରବାହରେ ଅଭାବ ଏବଂ କାର୍ଯ୍ୟଶୈଳୀରେ ହ୍ରାସ ଦ୍ବାରା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ପାଇଁ ଅଧିକ କଷ୍ଟସାଧ୍ୟ ହୋଇଛି । ତେବେ କୋଭିଡ-19 ପରେ ଆମେ ବ୍ୟକ୍ତିଗତ ଓ କୃଷି ଋଣର ଚାହିଦା ବୃଦ୍ଧି ହେବ ବୋଲି ଆଶା ରଖିଛୁ ।

ଆନ୍ଧ୍ର ବ୍ୟାଙ୍କ ସହ ମିଶ୍ରଣ ପରେ ୟୁନିଅନ ବ୍ୟାଙ୍କର ସ୍ଥାନ କଣ ରହିଛି ? ଅଭିବୃଦ୍ଧି ପାଇଁ କଣ ରହିଛି ଆପଣଙ୍କ ଯୋଜନା ?

ଏହି ମିଶ୍ରଣ ପରେ ଆମେ ତେଲୁଗୁ ରାଜ୍ୟରେ ଏକ ବୃହତ୍ତ ବ୍ୟାଙ୍କରେ ପରିଣତ ହୋଇଛୁ । ବର୍ତ୍ତମାନ ଆମର ଆନ୍ଧ୍ରପ୍ରଦେଶରେ 1220 ଏବଂ ତେଲେଙ୍ଗାନାରେ 737ଟି ଶାଖା ରହିଛି । ବାସ୍ତବରେ ଦେଖିବାକୁ ଗଲେ ଆମେ ତେଲେଙ୍ଗାନାର ସବୁଠୁ ବଡ ବ୍ୟାଙ୍କ । ଉଭଯ ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗା ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହି 2 ରାଜ୍ୟ ଆମର ବ୍ୟବସାୟ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବେ । କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ବାଦ ଦେଲେ ନିର୍ମାଣ, ଜଳସେଚନ ଏବଂ ଉତ୍ପାଦନ ସେକ୍ଟରରେ ପ୍ରମୁଖ ବୃଦ୍ଧି ଘଟିଛି । ଆମେ ଆଶା କରୁଛୁ ଏମଏସଏମଇ , କୃଷି ଏବଂ ସୁନା ଲୋନ ଚାହିଦା ବଢିବ । ଏଥିସହ ଆମେ ଖୁଚୁରା ଏବଂ କର୍ପୋରେଟ ଋଣ ପାଇଁ ମଧ୍ୟ ଧ୍ୟାନ ଦେଉଛୁ । ଦଶନ୍ଧି ଧରି ତେଲୁଗୁ ଲୋକଙ୍କ ଆନ୍ଧ୍ର ବ୍ୟାଙ୍କ ସହ ଘନିଷ୍ଠ ସମ୍ପର୍କ ରହିଆସିଛି । ଏଣୁ ଆଗକୁ ବଢିବା ସହ ଆମେ ଏହି ବିଶ୍ବାସକୁ ବଜାୟ ରଖିବୁ ।

ଏହି ମିଶ୍ରଣ ସହଜ ଥିଲା କି ? ନା ଆପଣଙ୍କୁ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି ?

100 ବର୍ଷରୁ ଅଧିକ ପୁରୁଣା 3 ଟି ବ୍ୟାଙ୍କ, ଯାହାର ଶାଖା 9,600 ଓ କର୍ମଚାରୀ 75,000 ରହିଥିବେ ତାହାର ମିଶ୍ରଣ ନିଶ୍ଚିତ ଚ୍ୟାଲେଞ୍ଜିଂ ରହିବ । ତେବେ ମିଶ୍ରଣର କିଛି ଦିନ ପୂର୍ବରୁ ଦେଶବ୍ୟାପି ଲକଡାଉନ ଘୋଷଣା ହୋଇଥିଲା । ଏଣୁ କିଛି ସମସ୍ୟା ସତ୍ତ୍ବେ ଏହି ମିଶ୍ରଣ ହେବା ସହ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି । ଡିଜିଟାଲ୍ ଟେକ୍ନୋଲୋଜି ଏବଂ ପ୍ରଭାବଶାଳୀ ଯୋଜନା ଏହି ପ୍ରକ୍ରିୟାକୁ ସୁଗମ କରିଛି । ଭିଡିଓ କନଫ୍ରେନ୍ସିଂ ଜରିଆରେ ଆମର ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲୁ । ଏଥିସହ ଆମର କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଆମେ କିଛି ଡିଜିଟାଲ ପ୍ଲାର୍ଟଫର୍ମର ସହାୟତା ନେଇଛୁ । ଅତିରିକ୍ତ ଭାବେ ଫିଲ୍ଡ ଲେବବ ଷ୍ଟାପଙ୍କ ପାଇଁ ହ୍ବାଟସଆପର ଗ୍ରୁପ ସେଟଅପ କରିଛୁ । ଫଳସ୍ବରୂପ ମିଶ୍ରଣ ସହ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏପ୍ରିଲ ପହିଲାକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ।

ଏଟିଏମ କିମ୍ବା ଶାଖା ସଂଖ୍ୟା ହ୍ରାସ ପାଇଁ ଆପଣ ଚିନ୍ତା କରୁଛନ୍ତି କି ?

ବର୍ତ୍ତମାନ, ନା। ଏବେ ଆମର ଦେଶବ୍ୟାପି 9,500 ଶାଖା ଏବଂ 13,500 ଏଟିଏମ ଅଛି । ଭବିଷ୍ୟତରେ ଯଦି ଆମେ ଶାଖା ସଂଖ୍ୟା ହ୍ରାସ ପାଇଁ ଯୋଜନା କରିବୁ, ତେବେ ଆମେ ନିଶ୍ଚିତ ଭାବରେ କାର୍ଯ୍ୟ କ୍ଷେତ୍ର, ଗ୍ରାହକଙ୍କ ସଂଖ୍ୟା ପରି ସମସ୍ତ ଦିଗକୁ ଗ୍ରହଣ କରିବୁ । ଉଦାହରଣ ସ୍ୱରୂପ, ମିଶ୍ରଣ ପରେ, ଆମେ ଜାଣିଲୁ ଯେ ୟୁନିୟନ ବ୍ୟାଙ୍କର 700 ଟି ଶାଖା ଅଛି ଯାହା ଏକ କିଲୋମିଟର ବ୍ୟବଧାନ ମଧ୍ୟରେ କମ ରହିଛି । ହେଲେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସହିତ ସମାନ ରାସ୍ତା କିମ୍ବା ବିଲ୍ଡିଂରେ ଆନ୍ଧ୍ର ବ୍ୟାଙ୍କ କିମ୍ବା କର୍ପୋରେସନ ବ୍ୟାଙ୍କ ଶାଖା ଅଛି । ଆମେ ସେମାନଙ୍କୁ ଏକ ୟୁନିଟରେ ମିଶ୍ରଣ କରିବୁ କିମ୍ବା ଯେଉଁଠାରେ ଆମର ସେବା ଉପଲବ୍ଧ ନାହିଁ ସେହି ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା କରୁଛୁ । ଆମେ ଏଟିଏମ ପାଇଁ ସମାନ ପଦ୍ଧତି ଅନୁସରଣ କରିବୁ । ସମଗ୍ର ପ୍ରକ୍ରିୟା 2-3 ବର୍ଷ ନେଇପାରେ ।

ଚଳିତ ଆର୍ଥିକ ବର୍ଷ ପାଇଁ କଣ ରହିଛି ଲକ୍ଷ୍ୟ ?

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ପଞ୍ଚମ ବୃହତମ ବ୍ୟାଙ୍କ ଭାବେ ପରିଣତ ହୋଇଛି । ଆମେ INR 15 ଲକ୍ଷ କୋଟି ମୂଲ୍ୟର ବ୍ୟବସାୟ କରୁ | ଏଥିରେ INR 6.5 ଲକ୍ଷ କୋଟି ଋଣ ଅନ୍ତର୍ଭୁକ୍ତ । ଚଳିତ ଆର୍ଥିକ ବର୍ଷ ପାଇଁ ଋଣ ବିତରଣରେ 9 ପ୍ରତିଶତ ଅଭିବୃଦ୍ଧି ଆଶା ରଖିଛୁ । ବର୍ତ୍ତମାନ ବ୍ୟାଙ୍କ ଅନାଦେୟ ଋଣ(ଏନପିଏ) 6.5 ପ୍ରତିଶତ ରହିଛି । ତେବେ ଋଣ ଆବଣ୍ଟନ ଓ ବକେୟା ଆଦାୟ ବୃଦ୍ଧି କରି ଏଙି ହାରକୁ 6 ପ୍ରତିଶତକୁ ଖସାଇବାକୁ ଚେଷ୍ଟା କରୁଛି । ତେବେ ଚଳିତ ଆର୍ଥିକ ବର୍ଷ ଆମେ INR 3000 କୋଟି ବେଡ ଲୋନ ସଂଗ୍ରହର ଟାର୍ଗେଟ ରଖିଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.