ETV Bharat / business

ଲକଡାଉନ: ‘ବଢିଚାଲିଛି ବେକାରୀ , ପରିବାର ପିଛା 7500 ଟଙ୍କା ଦିଆଯାଉ’ - ବେକାରୀ ପରିବାରକୁ ଆର୍ଥିକ ସହାୟତା

କୋରୋନା ସଙ୍କଟର ମୁକାବିଲା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ଦରକାର ରହିଛି । ବିଶେଷ କରି କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଓ କୃଷକଙ୍କ ସହଯୋଗ ପାଇଁ ତତ୍କାଳ ରିଲିଫ ଘୋଷଣା କରିବା ଦରକାର ।

Unemployment likely to rise
ଲକଡାଉନ: ‘ବଢିଚାଲିଛି ବେକାରୀ , ପରିବାର ପିଛା 7500 ଟଙ୍କା ଦିଆଯାଉ’
author img

By

Published : Apr 23, 2020, 5:02 PM IST

ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନର ପ୍ରଥମ ପର୍ଯ୍ୟାୟରେ 12 କୋଟି ଲୋକ ରୋଜଗାର ହରାଇଛନ୍ତି । ଏପରି ସ୍ଥିତିରେ ସହଯୋଗ ପାଇଁ ସେମାନଙ୍କ ଖାତାକୁ 7500 ଟଙ୍କା ପଠାଇବା ଦରକାର । ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁବାର ହୋଇଥିବା କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲୁସି) ବୈଠକରେ ସୋନିଆ ଗାନ୍ଧୀ ଏନେଇ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, କୋରୋନା ସଙ୍କଟର ମୁକାବିଲା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ଦରକାର ରହିଛି । ବିଶେଷ କରି କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଓ କୃଷକଙ୍କ ସହଯୋଗ ପାଇଁ ତତ୍କାଳ ରିଲିଫ ଘୋଷଣା କରିବା ଦରକାର ।

3 ସପ୍ତାହ ତଳେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକ ପରେ ଏବେ ଯାଏଁ କୋରୋନା ମହାମାରୀ ପ୍ରବଳ ମାତ୍ରାରେ କାୟା ବିସ୍ତାର କରୁଛି । ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ । କୃଷକ, ଶ୍ରମ, ପ୍ରବାସୀ କାରିଗର, ନିର୍ମାଣ କ୍ଷେତ୍ରର ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ ଲୋକ ଭଳି ସମାଜର କିଛି ଶ୍ରେଣୀ ଏହି ସମୟରେ ନାନା ସମସ୍ୟାର ସାମ୍ନା କରୁଛନ୍ତି । ସେହିଭଳି ବାଣିଜ୍ୟ, ଉଦ୍ୟୋଗ ଓ କାରବାର ଠପ ହୋଇପଡିଛି । କୋଟି କୋଟି ଲୋକଙ୍କ ଜୀବିକା ବିପଦକୁ ଠେଲିହୋଇଗଲାଣି । ହେଲେ ଦୁରଭାଗ୍ୟବଶତଃ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କୌଣସି ପଦକ୍ଷେପ ଗହ୍ରଣ କରାଯାଇନାହିଁ । ଏଭଳି ସ୍ଥିତିରେ ଯେଉଁ କରୁଣା , ବଡ ହୃହୟ ଓ ଜାଗୃତତା ଦେଖାଇବା ଦରକାର ତାହା ଅଭାବ ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ଜଣାଇଛନ୍ତି ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.