ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ବିଲିୟନାରୀ ବ୍ୟାଙ୍କର ଉଦୟ କୋଟକଙ୍କ ବଡ ଯୋଗଦାନ । 2020-21 ଆର୍ଥିକ ବର୍ଷରେ ସେ ମାତ୍ର 1 ଟଙ୍କା ଦରମା ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ହେଉଥିବା କ୍ଷତିକୁ ନଜରରେ କୋଟକ ଏ ନେଇ ମନସ୍ଥ କରିଛନ୍ତି । ଉଦୟ କୋଟକଙ୍କ ବ୍ୟତୀତ ଏହି ଗ୍ରୁପ ଟପ ଲିଡରସିପ ଟିମ ମଧ୍ୟ ନିଜ ଦରମାର 15 ପ୍ରତିଶତ କାଟ ନେଇ ନିର୍ଣ୍ଣୟ ନେଇଛନ୍ତି । ଗୁରୁବାର କୋଟକ ମହିନ୍ଦ୍ରା ବ୍ୟାଙ୍କ ଏ ନେଇ ବିବୃତ୍ତି ଜାରି କରିଛି ।
କୋଟକ ମହିନ୍ଦ୍ରା ବ୍ୟାଙ୍କ ପିଏମ କେୟାର୍ସ ପାଣ୍ଠିକୁ 25 କୋଟି ଦାନ ନେଇ ମଧ୍ୟ ସୂଚନା ଦେଇଛି । ଏହି ଗ୍ରୁପ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରା ରିଲିଫ ପାଣ୍ଠିକୁ ବି 10 କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେହିଭଳି ଉଦୟ କୋଟକ ମଧ୍ୟ ବ୍ୟକ୍ତିଗତ ଭାବେ ଏହି ଫଣ୍ଡକୁ 25 କୋଟି ଟଙ୍କା ଦାନ କରିବେ ।