ETV Bharat / business

RBIର ଏହି ନିୟମ ଲାଗୁ ହେଲ ଉଦୟ କୋଟାକଙ୍କୁ ଛାଡିବାକୁ ପଡିବ ପଦ...

କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟାକ ସିଇଓ ପଦ ଛାଡିପାରନ୍ତି ! ଯଦି ଆରବିଆଇ ଦ୍ବାରା ପ୍ରସ୍ତାବିତ ଏହି ନିୟମ ଲାଗୁ ହୁଏ ତେବେ କୋଟାକ ପଦ ଛାଡିବେ। ଅଧିକ ପଢନ୍ତୁ..

RBI plan to cap CEO tenure
ଆରବିଆଇର ଏହି ନିୟମ ଲାଗୁ ହେଲ ଉଦୟ କୋଟକଙ୍କୁ ଛାଡିବାକୁ ପଡିବ ପଦ
author img

By

Published : Jun 13, 2020, 7:40 PM IST

ନୂଆଦିଲ୍ଲୀ: ଆଗାମୀ ଦିନରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟାକ ନିଜ ପଦ ଛାଡିପାରନ୍ତି ! କାରଣ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ CEO ଓ WTDଙ୍କ ବୟସସୀମା 70 ବର୍ଷ ସର୍ବାଧିକ କାର୍ଯ୍ୟକାଳ 10 ବର୍ଷ କରିବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଛି । ଯଦି ଏହି ଲାଗୁ ହୁଏ ତେବେ ଉଦୟ କୋଟାକଙ୍କୁ ପଦରୁ ଇସ୍ତଫା ଦେବାକୁ ହେବ ।

ଗୁରୁବାର ଆରବିଆଇ ଦ୍ବାରା ପ୍ରକାଶିତ ଆଲୋଚନା ପତ୍ରରେ ଦର୍ଶାଯାଇଛି ଯେ, ବ୍ୟାଙ୍କଗୁଡିକର ପ୍ରମୋଟର୍ ଗ୍ରୁପ୍ ସହିତ ସମ୍ପୃକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ(WTD)ଙ୍କ ବୟସ ସୀମାକୁ 70 ବର୍ଷ ଓ ସର୍ବାଧିକ କାର୍ଯ୍ୟକାଳ 10 ବର୍ଷ କରାଯାଉ । ଏହି ପ୍ରସ୍ତାବକୁ ଦେଖିବାକୁ ଗଲେ ଉଦୟ କୋଟାକ ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦୀର୍ଘ ଅବଧି ଧରି ସିଇଓ ପଦରେ ରହିଛନ୍ତି ।

ଉଦୟ କୋଟାକ 2003ରୁ କୋଟକ ମହିନ୍ଦ୍ରା ବ୍ୟାଙ୍କର ନେତୃତ୍ବ ନେଉଛନ୍ତି । ଅର୍ଥାତ ତାଙ୍କର ମୋଟ କାର୍ଯ୍ୟକାଳ ଏବେ ସୁଦ୍ଧା 17 ବର୍ଷ ହୋଇସାରିଲାଣି । ସେହିଭଳି ଏକ ଅନ୍ୟ ବ୍ୟାଙ୍କିଙ୍କ ଦିଗଜୟ ଏଚଡିଏଫସି ସିଇଓ ଆଦିତ୍ୟ ପୁରୀଙ୍କ ମଧ୍ୟ ଏହି ଶ୍ରେଣୀରେ ଆସୁଛନ୍ତି । କିନ୍ତୁ ଏ ବର୍ଷ ଶେଷ ସୁଦ୍ଧା ସେ ଅବସର ନେବାକୁ ଯାଉଛନ୍ତି ।

ପ୍ରକାଶ ଯେ, ଏହି ଆଲୋଚନା ପତ୍ରରେ ଆରବିଆଇ ବିଭିନ୍ନ ହିତାଧାରୀଙ୍କୁ ଜୁଲାଇ 15 ସୁଦ୍ଧା ପରାମର୍ଶ ମାଗିଛି । ଏଥିରେ କୁହାଯାଇଛି କି, ‘‘ ବ୍ୟାଙ୍କର ସିଇଓ ଏବଂ WTDଙ୍କ ପାଇଁ ବୟସ ସୀମା 70 ବର୍ଷ ରହିଛି । ଏହା ପରେ ଏହି ପୋଷ୍ଟରେ କେହି ରହିପାରିବେ ନାହିଁ । 70 ବର୍ଷର ସର୍ବାଧିକ ସୀମା ମଧ୍ୟରେ ବ୍ୟାଙ୍କ ବୋର୍ଡ ଆଭ୍ୟନ୍ତରୀଣ ନୀତି ଭାବରେ ସିଇଓ / WTD ର ବୟସ ସୀମା ହ୍ରାସ କରିପାରିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.