ETV Bharat / business

ଇନ୍ଧନ ଦାମ ହ୍ରାସ ଓ ଟୋଲ ସଂଗ୍ରହ ସ୍ଥଗିତ ପାଇଁ ଟ୍ରକ ଅପରେଟରଙ୍କ ଦାବି

author img

By

Published : Apr 21, 2020, 10:36 PM IST

ଅଶୋଧିତ ତୈଳ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ କମ କରାଯାଉ । ଏଥିସହ ଜାତୀୟ ରାଜପଥରେ ଏବେ ଟୋଲ ଟିକସ ସଂଗ୍ରହ ମଧ୍ୟ ସ୍ଥଗିତ ରଖାଯାଉ ବୋଲି ଟ୍ରାନ୍ସପୋର୍ଟର ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ...

transporters demand reduction in fuel prices
ଇନ୍ଧନ ଦାମ ହ୍ରାସ ଓ ଟୋଲ ସଂଗ୍ରହ ସ୍ଥଗିତ ପାଇଁ ଟ୍ରକ ଅପରେଟରଙ୍କ ଦାବି

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଐତିହାସିକ ହ୍ରାସ ସ୍ତରରେ ଅଶୋଧିତ ତୈଳ । ଏହାର ଫାଇଦା ଭାରତରେ ଦେବା ପାଇଁ ଦାବି କରିଛନ୍ତି ଟ୍ରକ ଅପେରଟରଙ୍କ ସଙ୍ଗଠନ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମଟିସି) ।

ଅଶୋଧିତ ତୈଳ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ କମ କରାଯାଉ । ଏଥିସହ ଜାତୀୟ ରାଜପଥରେ ଏବେ ଟୋଲ ଟିକସ ସଂଗ୍ରହ ମଧ୍ୟ ସ୍ଥଗିତ ରଖାଯାଉ ବୋଲି ଟ୍ରାନ୍ସପୋର୍ଟର ଦାବି କରିଛନ୍ତି । ଟ୍ରକ ଅପରେଟରଙ୍କ କହିବା ଅନୁଯାୟୀ, ଦେଶବ୍ୟାପି ଲକଡାଉନ ଯୋଗୁଁ ସେମାନଙ୍କୁ ବହୁତ ସଙ୍କଟର ସାମ୍ନା କରିବାକୁ ପଡୁଛି । ଏପରି ସ୍ଥିତିରେ ଆଶ୍ବସ୍ତି ଦରକାର । ଏଣୁ ଏନଏଚରେ ଟୋଲ ସଂଗ୍ରହ ଏବେ ବନ୍ଦ ରଖାଯାଉ ।

ଏଆଇଏମଟିସି ଟ୍ରାନ୍ସପୋର୍ଟରଙ୍କ ସଙ୍ଗଠନ । ଏହାର ସଦସ୍ୟ ମଧ୍ୟରେ 95 ଲକ୍ଷ ଟ୍ରକ ଅପରେଟର ଓ ୟୁନିଟ ସାମିଲ ରହିଛି । ଏହାର ଅଧ୍ୟକ୍ଷ କୁଲତରନ ସିଂହ ଅଟୱାଲା କହିଛନ୍ତି ଯେ, ‘‘ଡିଜେଲ ଓ ପେଟ୍ରୋଲ ଦାମ ବୃଦ୍ଧି ଯୋଗୁଁ ଆମ ସ୍ଥିତି ଖରାପ ହେବାରେ ଲାଗିଛି । ତା ଉପରେ ପୁଣି ଭାଟ ଦର ମଧ୍ୟ ବୃଦ୍ଧି କରାଯାଉଛି ।

ପ୍ରକାଶ ଯେ, ଏ ବର୍ଷ ଆରମ୍ଭରୁ ହିଁ ବ୍ରେଣ୍ଟ ତୈଳ ଦାମ ପାଖାପାଖି 60 ପ୍ରତିଶତ ତଳକୁ ଖସିଆସିଛି । ଡିଜେଲ ଦାମ ମଧ୍ୟ 10 ପ୍ରତିଶତ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.