ETV Bharat / business

ଶସ୍ତା ହେବ ଶାଶ-ବୋହୂ ସିରିୟଲ;130 ଟଙ୍କାରେ ମିଳିବ 200 ଚ୍ୟାନେଲ - ଶସ୍ତା ହେବ ଟିଭି ଦେଖା

କମିବ ଟିଭି ଦେଖିବା ଖର୍ଚ୍ଚ । ଏଣିକି 12ଟଙ୍କାରୁ ଅଧିକ ରହିବନି ଚ୍ୟାନେଲ ପିଛା MRP । ଟ୍ରାଇର ଏହି ନବବର୍ଷ ଭେଟି ଗ୍ରାହକଙ୍କ ପାଇଁ ଶସ୍ତା ସହ ଲାଭବାନ ରହିବ ବୋଲି ଆଶା କରାଯାଇଛି ।

TRAI changes DTH rules
ଟିଭି ଦେଖା ଶସ୍ତା , 130 ଟଙ୍କାରେ 200 ଚ୍ୟାନେଲ
author img

By

Published : Jan 2, 2020, 1:35 PM IST

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ( ଟ୍ରାଇ) ର ଭେଟି ନବ ବର୍ଷ ଭେଟି। ଏଣିକି ମହଙ୍ଗା କେବୁଲ ଓ ଡିଟିଏଚରୁ ମିଳିବ ଆଶ୍ବସ୍ତି । ଏବେ ମାତ୍ର ମାସିକ 130 ଟଙ୍କାରେ ଗ୍ରାହକ 200 ଚ୍ୟାନେଲର ମଜା ନେଇପାରିବେ । ସେହିପରି ତାଠାରୁ ଉର୍ଦ୍ଧ୍ବ ଚ୍ୟାନେଲ ପାଇଁ 160 ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଗୋଟିଏ ଚ୍ୟାନେଲ ପିଛା ଏବେ ମାତ୍ର 12 ଟଙ୍କା ଦିଆଯିବ । ଯାହାକି ପୂର୍ବରୁ 19 ଟଙ୍କା ଥିଲା ।

ଆସନ୍ତା 15 ସୁଦ୍ଧା ପ୍ରସାରକ ଏହି ଦର ବଦଳାଇବେ । ଏଥିସହ 30 ସୁଦ୍ଧା ସବୁ ଚ୍ୟାନେଲର ଦାମ ଲିଷ୍ଟ ପ୍ରକାଶିତ ହେବ । ପରେ ମାର୍ଚ୍ଚ 1ରୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଟ୍ରାଇ ପକ୍ଷରୁ ଟାରିଫ ଅର୍ଡରକୁ ଫେବୃଆରୀରେ ଲାଗୁ କରାଯାଇଥିଲା ।

ପ୍ରସାରକଙ୍କୁ ନିୟନ୍ତ୍ରଣ କରେ ଦୂରସଞ୍ଚାର ନିୟାମକ । ଏହା ବିତରକ ମଞ୍ଚ ଉପରେ ଉପଲବ୍ଧ ସମସ୍ତ ଚ୍ୟାନେଲ ପାଇଁ ଦାମ ନିର୍ଦ୍ଧାରଣ କରିଛି । ଗ୍ରାହକ ଯେପରି କମ ଦାମରେ ଅଧିକ ଚ୍ୟାନେଲ ଦେଖିପାରିବେ ସେଥିପାଇଁ ଏକ ନିର୍ଦ୍ଦିଶ୍ଟ ଶୁକ୍ଲ ଧାର୍ଯ୍ୟ କରିଛି ଟ୍ରାଇ । ବର୍ତ୍ତମାନ 100 ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ 130 ଟଙ୍କା ଓ ଟିକସ ବାବଦକୁ 24 ଟଙ୍କା ସହ 154 ଟଙ୍କା ଦେବାକୁ ପଡୁଛି । ହେଲେ ଏବେ 200 ଚ୍ୟାନେଲ ପାଇଁ ସର୍ବାଧିକ ଏନସିଏଫ (network capacity fee) ଶୁଳ୍କ କମାଇ 130 ଟଙ୍କା ହୋଇଛି । ସେହିପରି ଘରେ କିମ୍ବା ଅଫିସରେ ଏକରୁ ଉର୍ଦ୍ଧ୍ବ କନେକ୍ସନ ନେଲେ 40 ପ୍ରତିଶତ ରିହାତି ଦିଆଯିବ ।

ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରାଣଳୟ ଯେଉଁ ସବୁ ଚ୍ୟାନେଲକୁ ବାଧ୍ୟତାମୂଳକ ଘୋଷଣା କରିଥିଲେ, ସେସବୁକୁ ଏନସିଏଫ ତାଲିକାଭୁକ୍ତ ହେବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.