ETV Bharat / business

ଫେଷ୍ଟିଭ ସିଜନ ସେଲ ବ୍ୟାନ ଦାବିରେ CAIT, ସରକାରଙ୍କୁ ଲେଖିଲେ ଚିଠି - CAIT

ଅଫର ମାରୁଛି ଦୋକାନୀ ପେଟ । ପର୍ବପର୍ବାଣୀକୁ ନଜରରେ ରଖି ଆମଜାନ ଓ ଫ୍ଲିପକାର୍ଟ ଭଳି ଇକମର୍ସ ସାଇଟର ଆଣିଲେଣି ସିଜନ ସେଲ ଅଫର । ଏ ନେଇ କ୍ଷତି ସହିବା ଆଶଙ୍କାରେ ଏହା ଉପରେ ବ୍ୟାନ ପାଇଁ ଦାବି କରିଛି CAIT ।

ପ୍ରତିକାତ୍ମକ ଫଟୋ
author img

By

Published : Sep 16, 2019, 2:29 PM IST

ନୂଆଦିଲ୍ଲୀ: ଆଗକୁ ପାର୍ବଣ ମାସ । ନୂଆ ଡ୍ରେସଠୁ ଆରମ୍ଭ କରି ଘର ପାଇଁ ଭଳିକି ଭଳି ଉପକରଣ କିଣିବାକୁ ଗ୍ରାହକଙ୍କ ଲାଗିବ ଲମ୍ବା ଲାଇନ। ଫଳରେ ବି ଭଲ ଦୁଇ ପଇସା ଲାଭ ମିଳିବ। ଏହି ଅପେକ୍ଷାରେ ବେପାରୀ ଅନାଇ ବସିଥିବା ବେଳେ ବହୁ ଅନଲାଇନ ସପିଙ୍ଗ ସାଇଟ ଦେଲେଣି ମନୋଲୋଭା ଅଫର । ବିଗ ଡିସକାଉଣ୍ଟ ଭଳି ବମ୍ପର ଅଫର ଦେଇ ଗ୍ରାହକଙ୍କୁ କଲେଣି ଆକର୍ଷିତ । ଏହାକୁ ବିରୋଧ କରି ସିଜନ ସେଲ ଅଫରରେ ରୋକ ଲଗାଇବାକୁ ସରକାରଙ୍କୁ ଅପିଲ କରିଛି ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT)।

ନିକଟରେ ଜଣାଶୁଣା ଦେଶର ବଡ ଇକମର୍ସ କମ୍ପାନୀ ଫ୍ଲିପକାର୍ଟ ‘ଦ ବିଗ ବିଲିୟନ ଡେଜ’ ସେଲ ପାଇଁ ତାରିଖ ଘୋଷଣା କରିଥିଲା। ସେହିପରି ଆମଜନ ଓ ଅନ୍ୟ ସମସ୍ତ ଅନଲାଇନ ସପିଙ୍ଗ ସାଇଟ କମ୍ପାନୀ ସବୁ ଭଳକି ଭଳି ଅଫରର ବର୍ଷା କରିବାକୁ ପ୍ରସ୍ତୁତ। ଏପଟେ ଗ୍ରାହକ ବି ସହଜରେ ଶସ୍ତା ସୁନ୍ଦର ଜିନିଷ ପାଇଁ ଚାତକ ଭଳି ଅନାଇ ବସିଛନ୍ତି। ଯାହାର ପରିମାଣ ଅଫଲାଇନ ଦୋକାନୀଙ୍କୁ ଭୋଗିବାକୁ ପଡିବ। ଏଥିଯୋଗୁଁ ଏହା ଉପରେ ନିୟନ୍ତ୍ରଣ ଲଗାଇବାରୁ CAITଦାବି କରିଛି।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ସିଏଆଇଟି କହିଛି ଯେ, ଏସମସ୍ତ ଇ-କମର୍ସ କମ୍ପାନୀ ଅନଲାଇନ୍ ପ୍ଲାଟଫର୍ମରେ 10ରୁ 80 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଇ ଦରଦାମକୁ ପ୍ରଭାବିତ କରୁଛନ୍ତି । ଯାହାକି ବିଦେଶୀ ପ୍ରତ୍ୟକ୍ଷ ନିବେଶ(ଏଫଡିଆଇ) ନିୟମର ଉଲଙ୍ଘନ । ଏଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଦେଶ ଦିଆଯିବା ଦରକାର । ଏଥିସହ କମ୍ପାନୀ କିପରି ଏଫଡିଆଇ ମାନଦଣ୍ଡର ପାଳନ କରୁଛନ୍ତି ତାହାକ ଯାଞ୍ଚ କରିବା ଦରକାର ।

ଏଫଡିଆଇ ନୀତି ଅନୁସାରେ , ଇକମର୍ସ କମ୍ପାନୀ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବସ୍ତୁଗୁଡିକର ମୁଲ୍ୟକୁ ପ୍ରଭାବିତ କରିବେ ନାହିଁ । ଏଥିସହ ମୁଲ୍ୟ ସ୍ତରକୁ ସ୍ଥିର ରଖିବେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.