ETV Bharat / business

ଆମେରିକା ସହ ପଙ୍ଗା ଚୀନକୁ ପଡିବ ମହଙ୍ଗା - growth

ଟ୍ରେଡୱାର ପ୍ରଭାବରେ ଖସିବ ଚୀନ ଅଭିବୃଦ୍ଧି ଦର । ଏଭଳି ଆଗୁଆ ଅନୁମାନ କରି ସୂଚନା ଦେଇଛନ୍ତି ଖୋଦ ଚୀନର ବରିଷ୍ଠ ଅଧିକାରୀ ।

ଫାଇଲ ଫଟୋ
author img

By

Published : May 18, 2019, 11:22 PM IST

ନୂଆଦିଲ୍ଲୀ: ଆମେରିକା ସହ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଖସିବ ଚୀନ ଅଭିବୃଦ୍ଧି ହାର । ଲଗାତାର ହ୍ରାସ ପାଉଥିବା ଜିଡିପି ଏବେ ଆହୁରୀ 1 ପ୍ରତିଶତ କମିବ । ଏ ନେଇ ଚୀନର ଜଣେ ବରିଷ୍ଠ ଅଧିକାରୀ ଆଗୁଆ ସୂଚନା ଦେଇଛନ୍ତି । ପ୍ରଥମଥର ପାଇଁ ଚୀନ ମଧ୍ୟ ଏହି ଅବନତୀକୁ ସ୍ବୀକାର କରିଛି ।

ଆମେରିକା ସହ ବିଶ୍ବର ଦ୍ବିତୀୟ ବୃହତ୍ତ ଅର୍ଥନୀତିର ଟିକସ ଯୁଦ୍ଧ ଏବେ ଚୀନ ଅର୍ଥନୀତିଙ୍କୁ ଟଳମଳ କରିଦେଇଛି । ଯଦିଓ ଏହା ସୁଦୃଢ ଓ ବୃହତ୍ତ ହେଲେ ଆମେରିକାର କୋପରେ ଲଗାତାର ରପ୍ତାନୀ ପରିମାଣ ହ୍ରାସ ପାଉଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଆର୍ଥିକ ମେରୁଦଣ୍ଡ ଓ ଜନତାଙ୍କ ଉପରେ ପଡିଛି । ଏଥିଯୋଗୁଁ ତ ଭାରତ ତୁଳାରେ ଚୀନ ଅର୍ଥନୀତି ମଜବୁତ ହେଲେ ସୁଦ୍ଧା ଜିଡିପି ରେସରେ ଭାରତ ଆଗରେ ଦୌଡୁଛି ।

କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି)ର ଏଲାଇଟ ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ୱାଙ୍ଗ ୟାଙ୍ଗ କହିଛନ୍ତି ଯେ, ଆମେରିକା ଓ ଚୀନ ଟ୍ରେଡୱାର ବେଜିଂର ଅର୍ଥନୀତିକୁ 1 ପ୍ରତିଶତ ତଳକୁ ଖସାଇପାରେ ।

ଗତ ବର୍ଷ ଚୀନର ବିକାସ ହାର 6.8 ପ୍ରତିଶତକୁ ଖସିଥିଲା । ଯାହାକି ଚଳିତ ବର୍ଷ 1 ପ୍ରତିଶତ କମି 6.5 ରୁ 6 ପ୍ରତିଶତ ମଧ୍ୟରେ ରହିବ ବୋଲି ସରକାରୀ ସୁତ୍ରରୁ ଅନୁମାନ କରାଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.