ETV Bharat / business

ଜୁଲାଇ 3ରେ ଟ୍ରେଡ ୟୁନିଅନର ଦେଶବ୍ୟାପୀ ଆନ୍ଦୋଳନ ଡାକରା

ସରକାରଙ୍କ ନୀତିକୁ ବିରୋଧ କରି ଜୁଲାଇ 3ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି 10 ଟ୍ରେଡ ୟୁନିଅନ । 12 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ସଂଘ । ଅଧିକ ପଢନ୍ତୁ..

author img

By

Published : Jun 6, 2020, 1:12 PM IST

Trade unions call for nationwide protest on July 3
ଜୁଲାଇ 3ରେ ଟ୍ରେଡ ୟୁନିଅନର ଦେଶବ୍ୟାପି ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ: ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ ଓ ଭାରତୀୟ ବ୍ୟାପାର ସଂଘ ସମେତ 10 କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଜୁଲାଇ 3ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି । ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସମସ୍ତ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ ଆହ୍ବାନ ଦିଆଯାଇଛି ।

10 କେନ୍ଦ୍ରୀୟ ଟ୍ରେଡ ୟୁନିଅନର ଏକ ମିଳିତ ବିବୃତ୍ତିରେ ଦର୍ଶାଯାଇଛି କି, 2020 ଜୁଲାଇ 3ରେ ଦେଶବ୍ୟାପୀ ବିରୋଧ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଅନୁବନ୍ଧିତ ସଂଗଠନର ଶ୍ରମିକ ଶ୍ରେଣୀ ଏବଂ ଟ୍ରେଡ ୟୁନିଅନକୁ ଡାକରା ଦେଉଛୁ ।

ଏହି 10 ଟ୍ରେଡ ୟୁନିଅନ ମଧ୍ୟରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ (INTUC),ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC), ହିନ୍ଦୁ ମଜଦୁର ସଭା (HMS), ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ (CITU), ଅଲ ଇଣ୍ଡିଆଲ ୟୁନାଇଟେଡ ଟ୍ରେନ ୟୁନିଅନ ସେଣ୍ଟର (AIUTUC), ଟ୍ରେଡ ୟୁନିଅନ ଅର୍ଡିନାସ ସେଣ୍ଟର (TUCC), ଅଲ ଇଣ୍ଡିଆ ସେଣ୍ଚ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (AICCTU), SEWA, ଲେବର ପ୍ରାଗ୍ରେସିଭ ଫେଡେରସନ (LPF)ଓ ୟୁନାଇଟେଡ ଟ୍ରେଡ ୟୁନିଅନ କଂଗ୍ରେସ (UTUC) ସାମିଲ ଅଛନ୍ତି ।

ଶ୍ରମ ଓ ବ୍ୟାପାର ସଂଘର ଅଧିକାର, ନିଯୁକ୍ତିର କ୍ଷତି, ପ୍ରବାସୀଙ୍କ ପ୍ରତି ଧ୍ଯାନ ଦେବା ଆଦି ଏମାନଙ୍କ 12 ଦଫା ସମ୍ବଳିତ ଦାବି ନେଇ ଏମାନେ ଆନ୍ଦୋଳନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.